ETV Bharat / bharat

Eco-sensitive zones: ମୋଦିଙ୍କୁ ଚିଠି ଲେଖିଲେ ରାହୁଲ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ତଥା ୱାୟାନାଡ ସାଂସଦ ରାହୁଲଗାନ୍ଧୀ । କେରଳର ୱାୟାନାଡର ସ୍ଥାନୀୟ ସମ୍ପ୍ରଦାୟଙ୍କ ପ୍ରତି ଦୃଷ୍ଟି ଦେବାନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି । ୱାୟାନାଡରେ ଥିବା ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ଉପରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ( Eco-Sensitive Zone) ଘୋଷଣା କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଯାହା ଫଳରେ ସ୍ଥାନୀୟ ଲୋକେ ପ୍ରଭାବିତ ହେବେ ବୋଲି ରାହୁଲ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 25, 2022, 4:11 PM IST

Wayanad MP Rahul Gandhi writes to PM Modi on Eco sensitive zones
Eco-sensitive zones: ମୋଦିଙ୍କୁ ଚିଠି ଲେଖିଲେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧୀ । କେରଳର ୱାୟାନାଡର ସ୍ଥାନୀୟ ସମ୍ପ୍ରଦାୟଙ୍କ ପ୍ରତି ଦୃଷ୍ଟି ଦେବାନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଆବେଦନ କରିଛନ୍ତି । ୱାୟାନାଡରେ ଥିବା ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ଉପରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ( Eco-Sensitive Zone) ଘୋଷଣା କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଯାହା ଫଳରେ ସ୍ଥାନୀୟ ଲୋକେ ପ୍ରଭାବିତ ହେବେ ବୋଲି ରାହୁଲ କହିଛନ୍ତି ।

ରାହୁଲ ଚିଠିରେ ଲେଖିଛନ୍ତି, କେନ୍ଦ୍ରୀୟ ସଶକ୍ତିକରଣ କମିଟି ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରଣାଳୟ ପାଇଁ ପରିବେଶ ସମ୍ବେଦନଶୀଳ ଅଞ୍ଚଳର ଓସାରକୁ ସର୍ବନିମ୍ନ ହ୍ରାସ କରିବାକୁ ନିବେଦନ କରି ରାଜ୍ୟ ଓ କେନ୍ଦ୍ର ସରକାର ସାହାଯ୍ୟ କରିପାରିବେ । ଶୁକ୍ରବାର ରାହୁଲ ଗାନ୍ଧୀ ନିଜ ଫେସବୁକ ଆକାଉଣ୍ଟରେ ଲିଖିତ ଚିଠିର ଫଟୋ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ୱାୟାନାଡକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା ପରେ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇବ । 9 ଫେବୃଆରୀ 2011ରେ ଜାତୀୟ ଉଦ୍ୟାନ ଓ ବନ୍ୟଜନ୍ତୁ ଅଭୟାରଣ୍ୟର ନିକଟସ୍ଥ ଅଞ୍ଚଳକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ନିର୍ଦ୍ଦେଶାବଳୀ ଅନୁଯାୟୀ ନିଶେଦ୍ଧାଞ୍ଚଳ ମାନଙ୍କରେ କୃଷି ପ୍ରଣାଳୀରେ ପରିବର୍ତ୍ତନ, ପାହାଡ ସୁରକ୍ଷା, ବିଦ୍ୟୁତ କେବୁଲ ନିର୍ମାଣ ସହିତ ଅନ୍ୟାନ୍ୟ କାର୍ଯ୍ୟକୁ ବାରଣ କରାଯାଇଥିଲା । ଏଥିସହ କୌଣସି ସ୍ଥାୟୀ ସଂରଚନାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

ପାଶ୍ଚାତ୍ୟ ଘାଟର ଅନ୍ୟତମ ଜନବହୁଳ ଅଞ୍ଚଳ ହେଉଛି ୱାୟାନାଡ । ଏଠାରେ ପ୍ରତିବନ୍ଧକ ଲଗାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ଜୀବନଶୈଳୀର ଉନ୍ନତି ଘଟିବାରେ ବାଧା ସୃଷ୍ଟି କରୁଛି ବୋଲି ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି 'ମୁଁ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ସମସ୍ୟାର ସମାଧାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି। ଲୋକଙ୍କ ବିକାଶ ହେବା ସହିତ ସଂରକ୍ଷଣ ଲକ୍ଷ୍ୟକୁ ସନ୍ତୁଳିତ କରିବା ପାଇଁ ଆମର ସହଭାଗୀ ପ୍ରତିବଦ୍ଧତା ବୋଲି କଂଗ୍ରେସ ନେତା କହିଛନ୍ତି । ସେ ଏହି ଚିଠିକୁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲେଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.