ETV Bharat / bharat

ଏକାକୀ ପର୍ଣ୍ଣ ଭିଡିଓ ଦେଖିବା ଅପରାଧ ନୁହେଁ: କେରଳ ହାଇକୋର୍ଟ - Kerala High court

ପର୍ଣ୍ଣୋଗ୍ରାଫିକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ସାମନାକୁ ଆସିଛି । ଏକାକୀ ଅଶ୍ଳୀଳ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେରଳ ଉଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ

ରାୟ ପର୍ଣ୍ଣୋଗ୍ରାଫିକୁ ନେଇ କେରଳ ହାଇକୋର୍ଟଙ୍କ ରାୟ

author img

By ETV Bharat Odisha Team

Published : Sep 13, 2023, 8:13 PM IST

ଥିରୁଅନନ୍ତପୁରମ: ପର୍ଣ୍ଣୋଗ୍ରାଫିକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କାହାକୁ ନଦେଖାଇ ବ୍ୟକ୍ତିଗତଭାବେ ଅଶ୍ଳୀଳ(porn)ଭିଡିଓ ଦେଖିବା ଅପରାଧ ନୁହେଁ ବୋଲି କେରଳ ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଏନେଇ କୌଣସି ଆଇନ ନଥିବା କହିଛନ୍ତି କୋର୍ଟ । ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଇଚ୍ଛାରେ ବାଧା ସୃଷ୍ଟି କରିବା ଅନୁଚିତ । 2016 ମସିହାରେ ଅଲୁଭା ପ୍ୟାଲେସ ନିକଟରେ ଜଣେ 33 ବର୍ଷୀୟ ବ୍ୟକ୍ତି ରାସ୍ତା ଉପରେ ଏହିଭଳି ଭିଡିଓ ଦେଖୁଥିବା ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ବିଚ୍ ରାସ୍ତାରେ ପର୍ଣ୍ଣ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଗିରଫ କରିଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ବ୍ୟକ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ କୋର୍ଟ ।

"ସମ୍ବିଧାନର ଧାରା 292 ମୁତାବକ ଯଦି କୌଣସି ବ୍ୟକ୍ତି ସାମାଜିକ ଗଣମାଧ୍ୟମ କିମ୍ବା ସର୍ବସମ୍ମୁଖରେ ଏଭଳି ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ଦେଖୁଥାଆନ୍ତି ତେବେ ଏହା ଏକ ଅପରାଧ" ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । କିନ୍ତୁ ବ୍ୟକ୍ତିଗତ ଭାବରେ ନିଜ ଇଚ୍ଛା ମୁତାବକ ଏଭଳି ଭିଡିଓ କିମ୍ବା ଫଟୋ ଦେଖୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଶୁଣାଣି କରି କହିଛନ୍ତି ମାମଲାର ବିଚାର କରୁଥିବା ଜଷ୍ଟିସ କୁହ୍ନି କ୍ରିଷ୍ଣନ୍ । ତେବେ ଜଷ୍ଟିସ କୁହ୍ନି କ୍ରିଷ୍ଣନ୍ ଏନେଇ ପିଲାମାନଙ୍କ ପିତାମାତାଙ୍କୁ ମଧ୍ୟ ସତର୍କ କରାଇଛନ୍ତି ।

ଏହା ବି ପଢନ୍ତୁ... ଅଜଣା ଆପ୍‌ରୁ ଲୋନ୍‌ ଆଣୁଛନ୍ତି କି ? ଭାଇରାଲ ହୋଇପାରେ ଆପଣଙ୍କ ଅଶ୍ଳୀଳ ଫଟୋ

ସେ କହିଛନ୍ତି, "ବର୍ତ୍ତମାନର ଯୁଗରେ ମୋବାଇଲର ଅତ୍ୟଧିକ ବ୍ୟବହାର ଯୋଗୁ ପିଲମାନେ ଅବାଟକୁ ଯାଉଛନ୍ତି। ତେଣୁ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମୋବାଇଲର ବ୍ୟବହାର କମ କରାଇବା ପ୍ରତି ସେମାନଙ୍କ ପିତାମାତା ଦାୟିତ୍ବବାନ ହେବା ଉଚିତ । ଆମେ ପିଲାମାନଙ୍କୁ ମୋବାଇଲ ଗେମ୍ ପରିବର୍ତ୍ତେ କ୍ରିକେଟ ଖେଳ ପ୍ରତି ଉତ୍ସାହିତ କରିବା। ସେହିପରି ସ୍ବିଗି, ଜୋମାଟୋ ବଦଳରେ ସେମାନଙ୍କ ମାଆମାନେ ଘରେ ରୋଷେଇ କରି ପିଲାଙ୍କୁ ଖୁଆଇବା ଉଚିତ। ଏହିପରିଭାବେ ଅନାବଶ୍ୟକ ସ୍ଥଳରେ ମୋବାଇଲର ବ୍ୟବହାର କମ୍ କରି ପାରିଲେ ସମାଜରେ ପିଲାଙ୍କୁ ଭଲ ମଣିଷ କରି ଗଢି ତୋଳି ହେବ।"

ଏହା ବି ପଢନ୍ତୁ...ଅଭିନେତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ କଲ ଘଟଣା: ବନ୍ଧା ହେଲା ଖଳନାୟକ ମିଥୁନ

ଏହିପରିଭାବେ ପର୍ଣ୍ଣୋଗ୍ରାଫିକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ସାମନାକୁ ଆସିଛି। ବ୍ୟକ୍ତିଗତ ଇଚ୍ଛାକୁ ସମ୍ମାନ ଦେଇ ଏକାକୀ ଅଶ୍ଳୀଳ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେରଳ ଉଚ୍ଚ ନ୍ୟାୟାଳୟ ।

ଏହା ବି ପଢନ୍ତୁ... ବେଶ୍ୟାବୃତ୍ତି ପାଇଁ ସ୍ତ୍ରୀକୁ ବାଧ୍ୟ କଲା ସ୍ବାମୀ, ଛାଡ଼ପତ୍ର ନେଇ କୋର୍ଟରେ ମାମଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.