ETV Bharat / bharat

ପୁଣି କଂଗ୍ରେସକୁ ଘେରିଲେ ଆଜାଦ, କହିଲେ ଘର ଛାଡିବାକୁ ବାଧ୍ୟ କରାଯାଇଥିଲା

ପୁଣି ମୁହଁ ଖୋଲିଲେ ପୂର୍ବତମ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ । କହିଲେ ଦଳ ଛାଡିବା ପାଇଁ ବାଧ୍ୟ ହେବା ପରି ସ୍ଥିତି ସୃଷ୍ଟି କରାଗଲା । ବିଜେପିର ନିକଟତର ହେବା ପ୍ରଶ୍ନରେ ମଧ୍ୟ ରଖିଲେ ପ୍ରତିକ୍ରିୟା । ରାହୁଲ ଗାନ୍ଧୀଙ୍କୁ ଘେରିଲେ, ମୋଦିଙ୍କୁ କଲେ ପ୍ରଶଂସା । ଅଧିକ ପଢନ୍ତୁ

author img

By

Published : Aug 29, 2022, 4:51 PM IST

ଇସ୍ତଫା ପ୍ରସଙ୍ଗରେ ପୁଣି କଂଗ୍ରେସକୁ ଘେରିଲେ ଆଜାଦ, କହିଲେ ଘର ଛାଡିବାକୁ ବାଧ୍ୟ କରାଯାଇଥିଲା

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇ ଚର୍ଚ୍ଚାରେ ଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ସମ୍ପର୍କରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ସେ ନିଜ ଇଚ୍ଛାରେ ଦଳ ଛାଡି ନାହାନ୍ତି ବରଂ ତାଙ୍କୁ ଦଳ ଛାଡିବା ପାଇଁ ବାଧ୍ୟ କରାଯାଇଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ଆଜାଦ କହିଛନ୍ତି । ଅନ୍ୟପଟେ ବିଜେପିର ନିକଟବର୍ତ୍ତୀ ହେଉଥିବା କଥାକୁ ମଧ୍ୟ ପରୋକ୍ଷରେ ଖଣ୍ଡନ କରିବା କରିବା ସହ ଆଜାଦ କହିଛନ୍ତି, ‘‘ମୋଦି କେବଳ ଏକ ବାହାନା, ଯେବେ ଠାରୁ ମୁଁ ହାଇକମାଣ୍ଡଙ୍କୁ ଜି-23 ଚିଠି ଲେଖିଛି, ସେବେଠାରୁ ମୁଁ ବିବାଦରେ ରହି ଆସିଛି । ସେମାନଙ୍କୁ କେହି ଚିଠି ଲେଖି ପ୍ରଶ୍ନ କରୁ ସେମାନେ ଚାହାନ୍ତି ନାହଁ ।’’ ଏକାଧିକ ଦଳୀୟ ବୈଠକ ହୋଇଛି, କିନ୍ତୁ କୌଣସି ଗୋଟିଏ କାର୍ଯ୍ୟପନ୍ଥା କିମ୍ବା ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନାହିଁ ବୋଲି ଆଜାଦ କହିଛନ୍ତି ।

ଘର ଛାଡିବାକୁ ବାଧ୍ୟ କରାଗଲା:-

କଂଗ୍ରେସ ଛାଡିବା ପ୍ରଶ୍ନରେ ଆଜାଦ କହିଛନ୍ତି ଯେ ନିଜେ ଘରୁ କିଏ ବାହାରି ଯିବାକୁ ଚାହାନ୍ତି ନାହିଁ । ମୋର ପରିବାର ସଦସ୍ୟ ମୋତେ ଘର ଛାଡିବାକୁ ବାଧ୍ୟ କରିଥିଲେ । ଯେତେବେଳେ ପରିବାରର ଅନ୍ୟ ସଦସ୍ୟମାନେ ଅନୁଭବ କରନ୍ତି ଯେ ଏହି ବ୍ୟକ୍ତିଙ୍କର ଆବଶ୍ୟକତା ନାହିଁ, ସେତେବେଳେ ଆମକୁ ପର ବୋଲି ବିବେଚନା କରାଯାଏ । ସେତେବେଳେ ଘର ଛାଡିବାକୁ ବାଧ୍ୟ ହେବାକୁ ପଡିଥାଏ ।

ରାହୁଲ ଗାନ୍ଧୀଙ୍କୁ ପୁଣି କଲେ ସମାଲୋଚନ:-

ଇସ୍ତଫା ପତ୍ରରେ ରାହୁଲଙ୍କ ଉପରେ ବର୍ଷିଥିବା ଆଜାଦ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ଆଜାଦ କହିଛନ୍ତି ଯେ ଯେଉଁମାନେ ମୋର DNA ମୋଦିୱାଲା ବୋଲି କହୁଛନ୍ତି, ସେମାନେ ପ୍ରଥମେ ନିଜ ଡିଏନଏ ସମ୍ପର୍କରେ ଜାଣନ୍ତୁ । ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିବା ପ୍ରସଙ୍ଗ ଉଠାଇ ରାହୁଲଙ୍କୁ ସମାଲୋଚନା କରିଛନ୍ତି ଆଜାଦ ।

ମୁଁ ଭାବୁଥିଲି ମୋଦି ଜଣେ କ୍ରୁର ବ୍ୟକ୍ତି:-

ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ସକରାତ୍ମକ ଟିପ୍ପଣୀ ଦେଇଛନ୍ତି ଆଜାଦ କହିଛନ୍ତି, ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ପ୍ରତି ତାଙ୍କର ଭିନ୍ନ ଧାରଣା ଥିଲା । ମୋଦି ଜଣେ କ୍ରୁର ବ୍ୟକ୍ତି ବୋଲି ସେ ଭାବୁଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କର ସେ ଧାରଣରେ ପରବର୍ତ୍ତନ ଆସିଥିଲା । ସେ କାଶ୍ମୀର ମୁଖ୍ୟମନ୍ତ୍ରୀ ଥିବା ବେଳେ ନେରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । କାଶ୍ମୀରର ଏକ ଗୁଜୁରାଟ ପର୍ଯ୍ୟଟକଙ୍କ ଏକ ବସକୁ ବୋମା ମାଡ ହେବା ଘଟଣାରେ ସେ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ବେଦନଶୀଳତା ଦେଖିବାକୁ ପାଇଥିଲେ ବୋଲି ଆଜାଦ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.