ETV Bharat / bharat

ଜାତି, ଧର୍ମ, ପରିବାର ନିର୍ବିଶେଷରେ ଆମ ପରିଚୟ ଭାରତୀୟ, ଦେଶର ମହିଳା ସବୁ ଚ୍ୟାଲେଞ୍ଜ ସାମ୍ନା କରନ୍ତୁ: ରାଷ୍ଟ୍ରପତି

author img

By

Published : Aug 14, 2023, 8:12 PM IST

ସ୍ବାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି । ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ କଲେ ପ୍ରଶଂସା । ମହଳା ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ସମ୍ବୋଧନଜାତି,ଧର୍ମ, ପରିବାର ନିର୍ବିଶେଷରେ ଆମ ପରିଚୟ ଭାରତୀୟ: ରାଷ୍ଟ୍ରପତି
ଜାତି,ଧର୍ମ, ପରିବାର ନିର୍ବିଶେଷରେ ଆମ ପରିଚୟ ଭାରତୀୟ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶବାସୀ ସ୍ବାଧୀନତାର ଅମୃତ ମହୋତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି । ସମସ୍ତେ ଆସନ୍ତାକାଲି ସ୍ୱାଧୀନତା ଦିବସକୁ ଉତ୍ସାହର ସହ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ମୋତେ ମୋର ପିଲାଦିନକୁ ମଧ୍ୟ ମନେ ପକାଇ ଦେଉଛି । ସ୍ବାଧୀନତା ଦିବସର ଏହି ଉତ୍ସାହ ଆମ ଭିତରେ ଏହି ଭାବନା ସୃଷ୍ଟି କରିଛି ଯେ, ଆମେ ବିଶ୍ବର ସବୁଠୁ ବଡ ସମୂଦାୟର ନାଗରିକ । ଜାତି,ଧର୍ମ, ପରିବାର ନିର୍ବିଶେଷରେ ଆମ ପରିଚୟ ଭାରତୀୟ । ଆଜି (ସୋମବାର) 77ତମ ସ୍ବାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ସହ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶ, ନାରୀ ସଶକ୍ତିକରଣ, ଜଳବାୟୁ ପରିବର୍ତ୍ତନ, ବିବିଧ ସଂସ୍କୃତି, ଅର୍ଥବ୍ୟବସ୍ଥା ଓ ମହାକାଶ ଗବେଷଣା କ୍ଷେତ୍ରରେ ଦେଶ ହାସଲ କରିଥିବା ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, ‘‘ସ୍ବାଧୀନତା ଦିବସ ଏହା ଆମକୁ ମନେ ପକାଏ ଯେ, ଆମେ ବିଶ୍ବର ଏକ ମହାନ ଜନ ସମୂହର ଅଂଶ । ଆମ ସ୍ବାଧୀନତା ସଂଗ୍ରାମ ବେଶ ସୁଦୃଢ । ଆମ ସ୍ବାଧୀନତାର ସଂଗ୍ରାମର ମୂଳମନ୍ତ୍ର ସମଗ୍ର ବିଶ୍ବରେ ଅନୁସରଣୀୟ ହୋଇଛି । ସ୍ବାଧୀନତା ଆନ୍ଦୋଳନରେ ବହୁ ନାରୀ ସଂଗ୍ରାମୀଙ୍କର ଅବଦାନ ରହିଛି ।ସ୍ବାଧୀନତା ପ୍ରାପ୍ତି ପରେ ଆମେ ଅନେକ ରାସ୍ତା ଅତିକ୍ରମ କରିଛୁ । ଆମକୁ ନାରୀ ସଶକ୍ତୀକରଣକୁ ବିଶେଷ ଦୃଷ୍ଟି ଦେବାକୁ ହେବ । ଆମ ଦେଶର ନାରୀ ସମସ୍ତ ଆହ୍ବାନକୁ ଅତିକ୍ରମ କରି ଆଗକୁ ବଢିବାର ଆବଶ୍ୟକତା ରହିଛି । ସେମାନେ ଏବେ ସମସ୍ତ କ୍ଷେତ୍ରରେ ସକ୍ରିୟତାର ସହ ଅଂଶଗ୍ରହଣ କରି ଦେଶର ଗୌରବ ବଢାଇବାରେ ଲାଗିଛି ।’’

ରାଷ୍ଟ୍ରପତି କହିଛନ୍ତି, ଆଜି ସମଗ୍ର ବିଶ୍ବରେ ବିକାଶ ଓ ମାନବୀୟ ସହଯୋଗ କ୍ଷେତ୍ରରେ ଭାରତ ଉଦାହରଣ ସୃଷ୍ଟି କରିଛି । ବିଶ୍ବ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ସତ୍ତ୍ବେ ଭାରତର ପ୍ରଭାବୀ ନୀତି ଭାରତୀୟ ଅର୍ଥବ୍ୟବସ୍ଥା ଓ ମୁଦ୍ରାସ୍ଫିତିକୁ ଗଭୀର ଭାବେ ପ୍ରଭାବିତ କରିପାରିନି । ଭାରତ ଏବେ ବିଶ୍ବର 5ମ ବୃହତ୍ତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ବିଶ୍ବର ଦୁଇ ତୃତିୟାଂଶ ଲୋକସଂଖ୍ୟାକୁ ପ୍ରତିନିଧିତ୍ବ କରୁଥିବା ଜି20 ଅନ୍ତର୍ଜାତୀୟ ସମ୍ମିଳନୀର ନେତୃତ୍ବ ମଧ୍ୟ ଆମ ଦେଶ ନେଉଛି । ଏହା ବୈଶ୍ବିକ ପ୍ରାଥମିକତା ସମ୍ପର୍କରେ ମାର୍ଗ ପ୍ରସ୍ତୁତ କରିବାରେ ଆମ ପାଇଁ ଏହା ଏକ ବଡ ଅବସର । ସମାଜ ସଶକ୍ତୀକରଣରେ ଶିକ୍ଷାର ବଳିଷ୍ଠ ଭୂମିକା ରହିଥିବା କହି ରାଷ୍ଟ୍ରପତି ନିଜ ଶିକ୍ଷକ ଜୀବନକୁ ମଧ୍ୟ ମନେ ପକାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Partition Horrors Remembrance Day: ବିଭାଜନ ବିଭୀଷିକାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ପୀଡିତଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ସେହିପରି ରାଷ୍ଟ୍ରପତି ଦେଶର ମହାକାଶ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଚନ୍ଦ୍ର ମିଶନରେ ସଫଳତା ପାଇବାକୁ ଯାଉଛି । ଦେଶ ଏହି ସଫଳତାକୁ ଉତ୍ସାହର ସହ ଅପେକ୍ଷା କରିଛି । ରାଷ୍ଟ୍ରପତି ନିଜେ ମଧ୍ୟ ସେହି ସଫଳତା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି । ସେହିପରି ସେ ଦେଶର ଜାତୀୟ ସୁରକ୍ଷାରେ ସେନା ଓ ଆଭ୍ୟନ୍ତରୀଣ ସୁରକ୍ଷାରେ ନିୟୋଜିତ ଥିବା ସମସ୍ତ କେନ୍ଦ୍ରୀୟ ବଳର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.