ETV Bharat / bharat

TV Actress Tunisha Sharma Death Case: ଗିରଫ ହେଲେ କୋ-ଷ୍ଟାର ଶିଜନ ଖାନ

ଫିଲ୍ମ ତଥା ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ତୁନିଷାଙ୍କ କୋ-ଷ୍ଟାର ଶିଜାନ ଖାନଙ୍କୁ ବାନ୍ଧିଲା ଓ୍ବାଲିଭ ପୋଲିସ । ଅଧିକ ପଢନ୍ତୁ

author img

By

Published : Dec 25, 2022, 7:17 AM IST

co star Sheezan Khan arrested
co star Sheezan Khan arrested

ମୁମ୍ବାଇ: ଫିଲ୍ମ ତଥା ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା(TV Actress Tunisha Sharma Death Case) । ଗିରଫ ହେଲେ କୋ-ଷ୍ଟାର ଶିଜାନ ଖାନଙ୍କୁ ଗିରଫ କରିଲା ପୋଲିସ(Tunisha Sharma's co-star Sheezan Khan) । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଶିଜାନଙ୍କୁ ଗିରଫ କରିଛି ଓ୍ବାଲିଭ ପୋଲିସ (Waliv Police) ।

  • TV actress Tunisha Sharma death case | Waliv police arrested actress Tunisha Sharma's co-star Sheezan Khan by registering a case of abetment to suicide. Police registered a case under section 306 of IPC. He will be presented in court tomorrow: Waliv Police

    — ANI (@ANI) December 24, 2022 " class="align-text-top noRightClick twitterSection" data=" ">

ପ୍ରକାଶଯୋଗ୍ୟ ଯେ, ତୁନିଷାଙ୍କ ମୃତ୍ୟୁକୁ ନେଇ ତାଙ୍କ ମାଆ କୋ-ଷ୍ଟାର ଶିଜାନ ଖାନ ବିରୋଧରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ବିଳମ୍ବିତ ରାତିରେ ଶିଜନ ଖାନଙ୍କୁ ଆଇପିସି ଧାରା ୩୦୬ ଅନୁଯାୟୀ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଆଜି ଶିଜାନଙ୍କୁ କୋର୍ଟରେ ହାଜର କରିବ ଓ୍ବାଲିଭ ପୋଲିସ । ଏନେଇ ଓ୍ବାଲିଭ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: SHOCKING INCIDENT: ଶିକ୍ଷୟତ୍ରୀଙ୍କ ଆଖିରୁ ବାହାରୁଛି ପଥର, ଡାକ୍ତର ବି ଆଶ୍ଚର୍ଯ୍ୟ

ଏହି ଘଟଣାକୁ ନେଇ ପୋଲିସ କହିଛି, "ତୁନିଷାଙ୍କ ଠାରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ତେଣୁ ଉଭୟ ଆତ୍ମହତ୍ୟା ଏବଂ ହତ୍ୟାକୁ ନେଇ ତଦନ୍ତ କରାଯାଉଛି । ନାଇଗାଓଁରେ ଅବସ୍ଥିତ ଟିଭି ସିରିଏଲ ସେଟର ସମସ୍ତ କର୍ମଚାରୀ ଏବଂ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି । ତୁନିଷା ତାଙ୍କ ମାଆଙ୍କ ସହ ମୁମ୍ବାଇରେ ରହୁଥିଲେ । ଏହି ଘଟଣାକୁ ନେଇ ତାଙ୍କ ମାଆ କୋ-ଷ୍ଟାର ଶିଜାନ ଖାନ ବିରୋଧରେ ଅଭିଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ବ୍ରେକଅପ ହେବା ଯୋଗୁଁ ଅତିଷ୍ଠ ହୋଇ ତୁନିଷାଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି । ଟିଭି ଶୋ ଅଲି ବାବାରେ ଶିଜାନ ତୁନିଷାଙ୍କ କୋ-ଷ୍ଟାର ଥିଲେ । "

ସୂଚନାଅନୁସାରେ ଗତକାଲି(ଶନିବାର) ଦିନ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଦୀର୍ଘ ସମୟ ଧରି ତୁନିଷା ମେକଅପ ରୁମରୁ ନବାହାରିବାରୁ ସେଟରେ ଥିବା ଷ୍ଟାଫ ମେକଅପ ରୁମରେ ପହଁଞ୍ଚିଥିଲେ । ହେଲେ ତୁନିଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଫଳରେ କବାଟ ଭଙ୍ଗା ଯାଇଥିଲା । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: TV actress Tunisha Sharma committed suicide: ସୁଟିଂ ସେଟରେ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା

୨୦ ବର୍ଷ ବୟସରେ ତୁନିଷା ଟିଭି ସିରିଏଲ ଜଗତରେ ବହୁତ ନାମ କମାଇଥିଲେ । ବହୁତ କମ ବୟସରୁ ସେ ତାଙ୍କ ଅଭିନୟର ଛାପ ବିଭିନ୍ନ ସିରିଏଲ ଏବଂ ଫିଲ୍ମରେ ଛାଡିଛନ୍ତି । ତୁନିଷା ଶର୍ମା ଫିତୁର ଏବଂ ବାର ବାର ଦେଖ ଭଳି ଫିଲ୍ମରେ କ୍ୟାଟ୍ରିନା କୈଫଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ଇଣ୍ଟନନେଟ ୱାଲା ଲଭ, ଇସ୍କ ଶୁଭାଲ୍ଲା, ଗାୟବ, ଶେର ଏ ପଞ୍ଜାବ ମହାରାଜା ରଣଜୀତ ସିଂହଙ୍କ ଭଳି ପପୁଲାର ଶୋରେ ମଧ୍ୟ ସେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.