ETV Bharat / bharat

VS Pathania ହେଲ କୋଷ୍ଟଗାର୍ଡର ନୂତନ ଡିଜି

author img

By

Published : Dec 31, 2021, 10:24 PM IST

ବୀରନ୍ଦ୍ର ସିଂ ପଠାନିଆ (Virendra Singh Pathania) ହେଲେ ଭାରତୀୟ କୋଷ୍ଟଗାର୍ଡର ନୂତନ ଡିଜି (Indian coast guard DG) । ଅଧିକ ପଢନ୍ତୁ

VS Pathania ହେଲ କୋଷ୍ଟଗାର୍ଡର ନୂତନ ଡିଜି
VS Pathania ହେଲ କୋଷ୍ଟଗାର୍ଡର ନୂତନ ଡିଜି

ନୂଆଦିଲ୍ଲୀ: ବିଶିଷ୍ଟ ଚପର ପାଇଲଟ ବୀରନ୍ଦ୍ର ସିଂ ପଠାନିଆ (Virendra Singh Pathania) ହେଲେ ଭାରତୀୟ କୋଷ୍ଟଗାର୍ଡର ନୂତନ ଡିଜି (Indian coast guard DG) । ଶୁକ୍ରବାର ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ସେ କୋଷ୍ଟଗାର୍ଡ ମୁଖ୍ୟାଳୟର ଅତିରିକ୍ତ ଡିଜି ଭାବରେ କାର୍ଯ୍ୟ କରୁଥିଲେ। ଦୀର୍ଘ ୩୫ ବର୍ଷ ଧରି ସେ ସେନା ବିଭାଗରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି।

ନୂଆଦିଲ୍ଲୀରେ ଥିବା ଇଣ୍ଡିଆନ କୋଷ୍ଟଗାର୍ଡ ମୁଖ୍ୟାଳୟରେ ନୀତି ଓ ଯୋଜନା ବିଭାଗର ଅତିରିକ୍ତ ଡିଜି ଭାବରେ କାର୍ଯ୍ୟ କରିଥିଲେ। ସେ ଉଭୟ ସମୁଦ୍ର ଓ ତଟୀୟ ସମୁଦ୍ର କୂଳରେ ଅନେକ ପ୍ରମୁଖ କାର୍ଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରେ କମାଣ୍ଡର କୋଷ୍ଟଗାର୍ଡ ଅଞ୍ଚଳ (ଉତ୍ତର ପଶ୍ଚିମ) ଏବଂ କମାଣ୍ଡର କୋଷ୍ଟଗାର୍ଡ ଅଞ୍ଚଳ (ପଶ୍ଚିମ) ପ୍ରମୁଖ ଅଟନ୍ତି । ସେ ୱେଲିଙ୍ଗଟନ୍‌ରେ ଥିବା ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜ ଏବଂ ନୂଆଦିଲ୍ଲୀରେ ଥିବା ନ୍ୟାସନାଲ୍ ଡିଫେନ୍ସ କଲେଜରେ ଜଣେ ଦକ୍ଷ ପାଇଲଟ ଭାବରେ କାର୍ଯ୍ୟ କରିଛନ୍ତି।

ଏଥିସହ ସେ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ପ୍ରତିରକ୍ଷା ଏବଂ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଆମେରିକାର କୋଷ୍ଟଗାର୍ଡରୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଏବଂ ବନ୍ଦର କାର୍ଯ୍ୟରେ ଅଭିଜ୍ଞତା ଅର୍ଜନ କରିଛନ୍ତି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ତଟରକ୍ଷକ ପଦକ, ଗ୍ୟାଲେଣ୍ଟ୍ରୀ ସେବା ପାଇଁ ତଟରକ୍ଷକ ପଦକ ପାଇଛନ୍ତି । ମହାନିର୍ଦ୍ଦେଶକ ଭାରତୀୟ ତଟରକ୍ଷୀ ବାହିନୀର ପ୍ରଶଂସା ମଧ୍ୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.