ଲକ୍ଷ୍ନୌ: ଉତ୍ତର ପ୍ରେଦଶରେ ଜାରି ରହିଥିବା ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା 57.79 ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସୂଚନା ଦେଇଛନ୍ତି । ପୂର୍ବ ଧାରା ବଜାୟ ରଖି ଶ୍ୟାମଲି ବିଧାନସଭା କ୍ଷେତ୍ରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଗାଜିଆବାଦ ବିଧାନସଭା କ୍ଷେତ୍ର ସର୍ବନିମ୍ନ ଭୋଟିଂ ହାରରେ ରହିଛି ।
-
उत्तर प्रदेश विधानसभा सामान्य निर्वाचन-2022
— CEO UP #DeshKaMahaTyohar (@ceoup) February 10, 2022 " class="align-text-top noRightClick twitterSection" data="
प्रथम चरण के अंतर्गत 11 जनपदों में सायं 05 बजे तक कुल औसतन मतदान 57.79% रहा।#ECI#विधानसभाचुनाव2022#AssemblyElections2022 #GoVote #GoVoteUP #GoVoteUP_Phase1 pic.twitter.com/tsoRM0D9cK
">उत्तर प्रदेश विधानसभा सामान्य निर्वाचन-2022
— CEO UP #DeshKaMahaTyohar (@ceoup) February 10, 2022
प्रथम चरण के अंतर्गत 11 जनपदों में सायं 05 बजे तक कुल औसतन मतदान 57.79% रहा।#ECI#विधानसभाचुनाव2022#AssemblyElections2022 #GoVote #GoVoteUP #GoVoteUP_Phase1 pic.twitter.com/tsoRM0D9cKउत्तर प्रदेश विधानसभा सामान्य निर्वाचन-2022
— CEO UP #DeshKaMahaTyohar (@ceoup) February 10, 2022
प्रथम चरण के अंतर्गत 11 जनपदों में सायं 05 बजे तक कुल औसतन मतदान 57.79% रहा।#ECI#विधानसभाचुनाव2022#AssemblyElections2022 #GoVote #GoVoteUP #GoVoteUP_Phase1 pic.twitter.com/tsoRM0D9cK
ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହୋଇଥିବାବେଳେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ତଥ୍ୟ କିଛି ସମୟ ମଧ୍ୟରେ ନିର୍ବାଚନ କମିଶନ ଘୋଷଣା କରିବେ । ତେବେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନରେ କୌଣସି ବଡ ଧରଣର ହିଂସା କିମ୍ବା ଉତ୍ତେଜନା ପ୍ରକାଶ ପାଇଥିବା ଘଟଣା ସାମ୍ନାକୁ ଆସିନାହିଁ ।
ଆଜି ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ଆସନ ପାଇଁ ଭୋଟ ଦେଇଛନ୍ତି ଉତ୍ତର ପ୍ରଦେଶବାସୀ । ମାର୍ଚ୍ଚ ୭ ତାରିଖରେ ସମସ୍ତ ସାତୋଟି ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଅନ୍ୟ ୪ ରାଜ୍ୟଙ୍କ ସହ ୧୦ ମାର୍ଚ୍ଚରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବା ନେଇ ତାରିଖ ଚୂଡାନ୍ତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ