ETV Bharat / bharat

UP poll: 53.96 ପ୍ରତିଶତ ଭୋଟିଂ ସହ ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ 676 ପ୍ରାର୍ଥୀଙ୍କ ଭାଗ୍ୟ

author img

By

Published : Mar 3, 2022, 10:40 PM IST

53.96 ପ୍ରତିଶତ ଭୋଟିଂ ସହ ସରିଲା ଉତ୍ତର ପ୍ରଦେଶରେ ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ । 57ଟି ଆସନରେ ସିଲ ହେଲା 676 ପ୍ରାର୍ଥୀଙ୍କ ଭାଗ୍ୟ । ଚର୍ଚ୍ଚାରେ ଗୋରଖପୁରରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମାର୍ଚ୍ଚ ୭ ରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ । ଅଧିକ ପଢନ୍ତୁ

UP poll: 53.96 ପ୍ରତିଶତ ଭୋଟିଂ ସହ ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ 676 ପ୍ରାର୍ଥୀଙ୍କ ଭାଗ୍ୟ
UP poll: 53.96 ପ୍ରତିଶତ ଭୋଟିଂ ସହ ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ 676 ପ୍ରାର୍ଥୀଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନର ପ୍ରାୟ 54 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଭୋଟିଂ ଶେଷ ହେବା ଯାଏ 53.96 ପ୍ରତିଶତ ଭୋଟିଂ ସଂଖ୍ୟା ରେକର୍ଡ କରାଯାଇଛି । ଏହି ପର୍ଯ୍ୟାୟରେ 57ଟି ଆସନରେ ମତଦାନ ହୋଇଥିବାବେଳେ ଆମ୍ବେଦକର ନଗର ଜିଲ୍ଲାରେ ସର୍ବାଧିକ 62.22 ପ୍ରତିଶତ ଭୋଟିଂ ରେକର୍ଡ କରିଛି । ସେହିପରି ତା ପଛକୁ ମହାରାଜଗଞ୍ଜରେ 57.77 ପ୍ରତିଶତ ଭୋଟିଂ ହାର ରହିଥିବା ବେଳେ ବଳରାମପୁରରେ ସର୍ବନିମ୍ନ ମତଦାନ 48.64 ପ୍ରତିଶତ ଭୋଟିଂ ନେଇ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

ବଲିଆରେ ଭୋଟିଂ ପ୍ରତିଶତ 51.74 , ବସ୍ତିରେ 54.79 ପ୍ରତିଶତ, ଦେଓରିଆରେ 51.73 ପ୍ରତିଶତ, ଗୋରଖପୁରରେ 54.02 ପ୍ରତିଶତ, କୁଶିନଗରରେ 55.01 ପ୍ରତିଶତ, ସନ୍ଥ କବୀର ନଗରରେ 54.39 ପ୍ରତିଶତ ଏବଂ ସିଦ୍ଧାର୍ଥ ନଗରରେ 49.83 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଗୋରଖପୁର ସହରାଞ୍ଚଳ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢୁଥିବାବେଳେ ସେଠାରେ 51 ପ୍ରତିଶତ ମତଦାନ ହୋଇଛି ।

ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଆଜି ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହୋଇଛି । ଆଜି ପର୍ଯ୍ୟାୟରେ ମୋଟ 1,14,63,113 ପୁରୁଷ ମତଦାତା, 99,98,383 ମହିଳା ଏବଂ 1,320 ତୃତୀୟ ଲିଙ୍ଗ ସମେତ ମୋଟ 2,14,62,816 ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ମୈଦାନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ମୋଟ 676 ପ୍ରାର୍ଥୀ ରହଥିଲେ । ସନ୍ଧ୍ୟାରେ ଭୋଟିଂ ସରିବା ପରେ ଇଭିଏମଗୁଡିକୁ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଛି ।

ଆଜିକୁ ବାଦ ଦେଲେ ରାଜ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ । ମାର୍ଚ୍ଚ 7ରେ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ମାର୍ଚ୍ଚ ୧୦ରେ ଅନ୍ୟ ୪ ରାଜ୍ୟ ସହ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ଉତ୍ତର ପ୍ରଦେଶ ନିର୍ବାଚନୀ ଫଳାଫଳକୁ ୨୦୨୪ ସଧାରଣ ନିର୍ବାଚନ ପୂର୍ବରୁ ସେମି-ଫାଇନାଲ ଭାବେ ବିଚାର କରୁଛନ୍ତି ରାଜନୈତିକ ସମୀକ୍ଷକ । ତେଣୁ ଏହି ବିଶାଳ ରାଜ୍ୟର ଫଳଫଳ ଉପରେ ମଧ୍ୟ ସାରା ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.