ETV Bharat / bharat

ତାମିଲନାଡୁ ବିଧାନସଭା ନିର୍ବାଚନ, ଭୋଟ୍ ଦେବେ 6 କୋଟିରୁ ଉର୍ଦ୍ଧ୍ବ

author img

By

Published : Apr 6, 2021, 7:22 AM IST

ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଆଜି( ଏପ୍ରିଲ 6) ଏହି 5ଟି ରାଜ୍ୟରେ ମତଦାନ ପ୍ରକ୍ରିୟା । ତାମିଲନାଡୁର ସମସ୍ତ 234 ଆସନ ପାଇଁ ଆଜି ମତଦାନ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ତାମିଲନାଡୁ ପ୍ରାର୍ଥୀଙ୍କ ଆଜି ଭାଗ୍ୟନିର୍ଦ୍ଧାରଣ

ହାଇଦ୍ରାବାଦ: ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଆଜି( ଏପ୍ରିଲ 6) ଏହି 5ଟି ରାଜ୍ୟରେ ମତଦାନ ପ୍ରକ୍ରିୟା । ତାମିଲନାଡୁର ସମସ୍ତ 234 ଆସନ ଓ କେରଳର 140ଟି ଆସନରେ ଆଜି ମତଦାନ ହେବାକୁ ଯାଉଛି ।

ଦେଶବାସୀଙ୍କ ନଜର ଆଜି ତାମିଲନାଡୁ ଉପରେ ରହିବ । ମତଦାନ ପରେ କିଛିଟା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ଏଆଇଏଡିଏମକେ ହ୍ୟାଟ୍ରିକ୍ ମାରିବ ନା ରାଜ୍ୟରେ ଏକ ଦଶନ୍ଧୀ ପରେ ଡିଏମକେ ପୁଣି ଫେରିବ, ସେ ନେଇ ସମସ୍ତଙ୍କ ନଜର ରହିବ । 6.28 କୋଟି ମତଦାତା ରାଜ୍ୟରେ 3998 ପ୍ରାର୍ଥୀଙ୍କ ମଧ୍ୟରୁ 234 ଜଣଙ୍କୁ ବାଛିବେ । ଏହି ନିର୍ବାଚନରେ ​​ସିଏମ ପାଲାନିସ୍ବାମୀ, ଉପମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ ଏବଂ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ସମେତ କମଲ ହାସନ ଓ ବିଜେପି ମୁଖ୍ୟ ଏଲ୍ ମୁରଗନଙ୍କ ଭଳି ପ୍ରମୁଖ ଚେହେରାକୁ ଦେଖିବାକୁ ମିଳିବ ।

ଏଆଇଏଡିଏମକେ, ଏନଡିଏର ସହଯୋଗୀ ଦଳ ହୋଇ ନିର୍ବାଚନ ଲଢିବ । ଏଥିରେ ବିଜେପି, ପିଏମକେ ଓ ଅନ୍ୟ ଆଞ୍ଚଳିକ ଦଳ ସାମିଲ ଅଛନ୍ତି । ଅନ୍ୟପକ୍ଷେ ୟୁପିଏ ସହ ଡିଏମକେ ମିଶି ନିର୍ବାଚନ ଲଢିବ , କଂଗ୍ରେସ ଓ ଅନ୍ୟ 11ଟି ଦଳ ସହ ମିଶି ନିର୍ବାଚନ ଲଢିବ । କମଲ ହାସନଙ୍କ ଏମଏନଏମ ଓ ଦୀନାକରଣଙ୍କ ଏଏମଏମକେ ଅନ୍ୟ ସହଯୋଗୀ ଦଳ ସାଥିରେ ନିର୍ବାଚନୀ ମଇଦାନରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.