ETV Bharat / bharat

President poll: ସଂସଦରେ ଭୋଟ ଦେଲେ ୭୩୦ ସଦସ୍ୟ, ୨୧ରେ ଫଳାଫଳ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ । ସଂସଦରେ ଭୋଟ ଦେଲେ ୭୩୦ ସଦସ୍ୟ । ୨୧ରେ ଫଳାଫଳ । ଅଧିକ ପଢନ୍ତୁ

author img

By

Published : Jul 18, 2022, 7:05 PM IST

President poll: ସଂସଦରେ 99.18 ପ୍ରତିଶତ ସହ ସରିଲା ମତାଦନ, 21ରେ ଫଳାଫଳ

ନୂଆଦିଲ୍ଲୀ: ଶେଷ ହୋଇଛି ବହୁପ୍ରତୀକ୍ଷିତ ରାଷ୍ଟ୍ରପତି ନିର୍ବାଚନର ମତଦାନ ପ୍ରକ୍ରିୟା । ଆଜି ସକାଳ ୧୦ଟାରେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସଂଧ୍ୟା ୫ ଟାରେ ଶେଷ ହୋଇଛି । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ସଦସ୍ୟଙ୍କ ବ୍ୟତୀତ ସଂସଦର ଉଭୟ ଗୃହର ସମସ୍ତ ନିର୍ବାଚିତ ସାଂସଦ ଓ ସମସ୍ତ ରାଜ୍ୟର ବିଧାନସଭା ଓ ବିଧାନମଣ୍ଡଳର ସଦସ୍ୟମାନେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସାଂସଦମାନେ ସଂସଦ ଭବନରେ ମତଦାନ କରିଥିବାବେଳେ, ବିଧାୟକମାନେ ନିଜ ନିଜ ବିଧାନସଭାରେ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଭୋଟ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ତେବେ ସଂସଦ ଭବନରେ ମୋଟ ୭୨୭ ସାଂସଦ ଓ ୯ ଜଣ ବିଧାୟକଙ୍କୁ ମିଶାଇ ୭୩୬ ସଦସ୍ୟଙ୍କ ଭୋଟ ଦାନ ପାଇଁ ନିର୍ବାଚନ କମିଶନ ଅନୁମତି ପ୍ରଦାନ କରିଥିବାବେଳେ, ସେଥିମଧ୍ୟରୁ ୭୩୦ ସଦସ୍ୟ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ସଂସଦରେ ମୋଟ ମତଦାନ ହାର ୯୯.୧୮% ପଞ୍ଜୀକୃତ ହୋଇଥିବା ସଂସଦରେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଦାୟିତ୍ବରେ ଥିବା ତଥା ରାଜ୍ୟସଭା ସଚିବ ପି.ସି ମୋଦି ସୂଚନା ଦେଇଛନ୍ତି ।

  • #WATCH | Out of the 736 electors comprising 727 MPs and 9 Legislative Assembly members who were permitted by ECI to vote, 730 electors comprising 721 MPs & 9 Legislative Assembly members cast their votes. Elector turnout was 99.18%: PC Mody, Secretary General, Rajya Sabha pic.twitter.com/5fz8irEDcj

    — ANI (@ANI) July 18, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସଂମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ସଦସ୍ୟମାନେ ସଂସଦ ଭବନରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଥଲେ । ଭୋଟ ଗ୍ରହଣ ପାଇଁ ଏକାଧିକ ବୁଥର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ଭୋଟ ଦେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀ

ସେହିପରି କିଛି ରାଜ୍ୟରେ କ୍ରସଭୋଟିଂ ମଧ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ମତଦାନ ନେଇ ଦଳୀୟ ହ୍ବିପ ନଥିବା ଯୋଗୁଁ ବିଧାୟକମାନେ ନିଜ ଦଳ ଦ୍ବାରା ନିର୍ଦ୍ଧାରିତ ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ମତଦାନ ଶେଷ ପରେ ବାଟାଲ ବକ୍ସ ସ୍ବତନ୍ତ୍ର ପ୍ରୋଟୋକଲ ଅନୁସାରେ, ସଂସଦ ଭବନକୁ ସ୍ଥାନାନ୍ତରିତ କରାଯିବ । ରାଜ୍ୟଗୁଡିକରେ ନିର୍ବାଚନ ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀମାନେ ଆବଶ୍ୟକୀୟ ପ୍ରୋଟୋକଲ ଅନୁସାରେ ବାଲାଟ ବକ୍ସଗୁଡିକୁ ସଡକ ଓ ଆକାଶ ପଥରେ ଦିଲ୍ଲୀରେ ପହଞ୍ଚାଇବେ ।

ପିପିଇ କିଟ ପିନ୍ଧି ଭୋଟ ଦେଲେ କୋଭିଡ ଆକ୍ରାନ୍ତ ସୀତାରମଣ

୨୧ ତାରିଖରେ ମତଗଣନା ସହ ଫଳ ପ୍ରକାଶନ କରିବେ ଭାରତୀୟ ନିର୍ବାଚନ କମିଶନ । ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ୨୫ରେ ପରବର୍ତ୍ତୀ ତଥା ନୂତନ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରିବେ । ବିଜେପି ନେତୃତ୍ବାଧୀନ NDA ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବୀତା ହେଉଛି । ଜଣେ ଆଦିବାସୀ ମହିଳା ପ୍ରାର୍ଥୀ ଭାବେ ଦ୍ରୌପଦୀ ସର୍ବତ୍ର ଚର୍ଚ୍ଚାରେ ରହିଛନ୍ତି ଓ ତାଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.