ETV Bharat / bharat

3ୟ ପର୍ଯ୍ୟାୟ ଟ୍ରାଏଲ ପରେ ସ୍ବେଚ୍ଛାସେବୀ ମୃତ୍ୟୁ ଘଟଣା: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ - ସ୍ବେଚ୍ଛାସେବୀ ମୃତ୍ୟୁ ଘଟଣା

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଅଂଶ ଗ୍ରହଣ କରିଥିବା ସ୍ବେଚ୍ଛାସେବୀଙ୍କ ମୃତ ଘଟଣାରେ ସ୍ପଷ୍ଟୀକରଣ ରଖିଛି କମ୍ପାନୀ । ଅଧିକ ପଢନ୍ତୁ.....

3 ୟ ପର୍ଯାୟ ଟ୍ରାଏଲ ବେଳେ ସ୍ବେଚ୍ଛାସେବୀ ମୃତ୍ୟୁ ଘଟଣା;  ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ

author img

By

Published : Jan 9, 2021, 8:56 PM IST

ହାଇଦ୍ରାବାଦ: ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲବେଳେ ଅଂଶ ଗ୍ରହଣ କରିଥିବା ସ୍ବେଚ୍ଛାସେବୀଙ୍କ ମୃତ ଘଟଣାରେ ସ୍ପଷ୍ଟୀକରଣ ରଖିଛି କମ୍ପାନୀ । ସଂସ୍ଥା ଦ୍ବାରା ଦିଆଯାଇଥିବା ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ ଟିକାର ନେବାର 9 ଦିନ ପରେ ସ୍ବେଚ୍ଛାସେବୀଙ୍କର ଦେହାନ୍ତ ହୋଇଛି । ତେଣୁ ତାଙ୍କ ମୃତ୍ୟୁ ସହ ଟିକାର କୌଣସି ସମ୍ପର୍କ ନାହିଁ ।

ଭୋପାଳସ୍ଥିତ ଗାନ୍ଧୀ ମେଡିକାଲ କଲେଜ ଦ୍ବାରା ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିଷକ୍ରିୟା ଜନିତ କାରଣରୁ ସ୍ବେଚ୍ଛାସେବୀଙ୍କର ହୃଦଜନିତ ଗୁରୁତର ସମସ୍ୟା ଦେଖାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ଏଥିରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଜନିତ ମୃତ୍ୟୁ ଆଶଙ୍କାକୁ ଖଣ୍ଡନ କରିଛି ପ୍ରସ୍ତୁତକାରୀ କମ୍ପାନୀ ।

ତୃତୀୟ ପର୍ଯ୍ୟାୟ ଟୀକାକରଣ ଟ୍ରାଏଲ ସମୟରେ ଅଂଶଗ୍ରହଣକାରୀ ଭାବରେ ହେବାକୁ ଥିବା ସମସ୍ତ ମାପଦଣ୍ଡ ପୂରଣ କରାଯାଇଥିବା କଥା ମଧ୍ୟ ସ୍ପଷ୍ଟ କରିଛି ଭାରତ ବାୟୋଟେକ । ଟ୍ରାଏଲ ଟିକାକରଣ ପରେ 7 ଦିନ ତାଙ୍କୁ ନିରୀକ୍ଷଣରେ ରଖାଯାଇଥିଲା । ସେତେବେଳେ ତାଙ୍କଠାରେ କୌଣସି ବ୍ୟତିକ୍ରମ ଦେଖାଯାଇନଥିବା କଥା ମଧ୍ୟ ଦାବି କରିଛି କମ୍ପାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.