ETV Bharat / bharat

ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟକୁ ବିଶ୍ବ ଐତିହ୍ୟ ମାନ୍ୟତା

author img

By

Published : May 10, 2023, 6:04 PM IST

ପଶ୍ଚିମବଙ୍ଗ ଶାନ୍ତିନିକେତନ ସ୍ଥିତ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟକୁ ବିଶ୍ବ ଐତିହ୍ୟ ମାନ୍ୟତା । ପ୍ରଥମ ଜୀବନ୍ତ ବିଶ୍ବ ଐତିହ୍ୟ ହେବ ଭାରତର ଏହି ଐତିହାସିକ ଶିକ୍ଷାନୁଷ୍ଠାନ । 1921ରେ ପ୍ରତିଷ୍ଠା କରିଥିଲେ ବିଶ୍ବକବି ରବିନ୍ଦ୍ରନାଥ ଟାଗୋର । ଅଧିକ ପଢନ୍ତୁ

ବିଶ୍ବଭାରତୀ ବିଶ୍ବବିଦ୍ୟାଳୟକୁ ବିଶ୍ବ ଐତିହ୍ୟ ମାନ୍ୟତା

କୋଲକାତା: ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ବିଶ୍ବ ଐତିହ୍ୟର ମାନ୍ୟତା ପାଇଛି । ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (UNESCO) ଏହି ଐତିହାସିକ ଶିକ୍ଷାନୁଷ୍ଠାନକୁ ବିଶ୍ବ ଐତିହ୍ୟ ଭାବେ ମାନ୍ୟତା ଦେଇଛି । ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ବିଶ୍ବ ଐତିହ୍ୟ ତାଲିକାରେ ସାମିଲ ହୋଇଥିବା ଏହି ଐତିହାସିକ ଶିକ୍ଷାନୁଷ୍ଠାନ ବିଶ୍ବର ପ୍ରଥମ ଜୀବନ୍ତ ବିଶ୍ବଐତିହ୍ୟ ଭାବେ କୀର୍ତ୍ତିମାନ ସୃଷ୍ଟି କରିଛି । କାରଣ ଏହା କୌଣସି ପୁରାତନ ପ୍ରତ୍ନତାତ୍ବିକ ଐତିହ୍ୟ ନୁହେଁ ବରଂ ବର୍ତ୍ତମାନ ସଞ୍ଚାଳିତ ହେଉଥିବା ଏକ ଶିକ୍ଷାନୁଷ୍ଠାନ । ଚଳିତବର୍ଷ(2023) ସେପ୍ଟେମ୍ବରରେ ସାଉଦି ଆରବିଆରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ବିଶ୍ବ ଭାରତୀକୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

  • भारत के लिए बड़ी खुशखबरी

    शांतिनिकेतन, पश्चिम बंगाल (जहाँ गुरुदेव रवींद्रनाथ टैगोर ने अपना पहला स्कूल स्थापित किया था) को यूनेस्को वर्ल्ड हेरिटेज सेंटर की सलाहकार संस्था ICOMOS द्वारा वर्ल्ड हेरिटेज लिस्ट में शामिल करने की सिफारिश की गई है। pic.twitter.com/7ujdvcuY3L

    — G Kishan Reddy (@kishanreddybjp) May 10, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀ ଟ୍ବିଟରେ ଲେଖିଛନ୍ତି, "ଭାରତ ପାଇଁ ଖୁସିର ମୁହୂର୍ତ୍ତ । ଗୁରୁଦେବ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ପ୍ରଥମ ବିଦ୍ୟାଳୟକୁ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।" ଗତ 2021 ମହିହାରେ UNESCOର ୭ ଜଣିଆ ବିଶେଷଜ୍ଞ ଟିମ୍‌ ଏହି ବିଶ୍ବବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ଜାତିସଂଘ ବ୍ୟତୀତ ଅନ୍ତର୍ଜାତୀୟ ସ୍କାରକୀ ପରିଷଦ ଓ ଅନ୍ତର୍ଜାତୀୟ ପକୃତି ସଂରକ୍ଷଣ ପରିଷଦର ସସଦ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏମାନେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଐତିହାସିକ ସ୍ମାରକୀ ପରିଦର୍ଶନ କରିଥିଲେ । କ୍ୟାମ୍ପସ୍‌ରେ ଥିବା ଶାନ୍ତି ନିକେତନ ଗୃହ, ଉପାସନା ଗୃହ, ଘଣ୍ଟତାଳ, କାଳ ଭବନ, ସଙ୍ଗୀତ ଭବନ, ଗୌରପ୍ରାଙ୍ଗଣ ଓ ରବୀନ୍ଦ୍ର ଭବନ ପ୍ରମୁଖ ବୁଲି ଦେଖିଥିଲେ ।

ଏହି ସୂଚନା ମିଳିବା ପରେ ଶାନ୍ତି ନିକେତନ ଖୁସି ପ୍ରକାଶ କରିଛନ୍ତି । ଏହା ସମଗ୍ର ଦେଶ ପାଇଁ ଗୌରବର କଥା ବୋଲି ସେମାନେ କହିଛନ୍ତି । ବିଶ୍ବ ଭାରତୀରେ ଅଧ୍ୟାପକ ଥିବା କିଶୋର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏ ଦିଗରେ ପ୍ରୟାସ କରିଥିବା ସମସ୍ତ ରାଜନୈତିକ ସଂଗଠନଙ୍କୁ ଧନ୍ୟବାଦ ।

ତେବେ 13 ବର୍ଷ ପୂର୍ବରୁ(2013) ଭାରତ ସରକାରଙ୍କ ପକ୍ଷରୁ ଏନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ଏହି ଐତିହାସିକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶ୍ବର ପ୍ରଖ୍ୟାତ ସାହିତ୍ୟିକ ନୋବେଲ ବିଜେତା ରବିନ୍ଦ୍ରନାଥ ଠାକୁରଙ୍କ 150ତମ ଜନ୍ମ ବାର୍ଷିକୀରେ ଏହାକୁ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରଥମେ ଅଭିଯାନ ଆରମ୍ଭ ହୋଇଥିଲା । ଶାନ୍ତି ନିକେତନକୁ ବିଶ୍ବ ଐତିହ୍ୟରେ ନାମିତ କରିବା ପାଇଁ କେନ୍ଦ୍ର ସରକାର UNESCO ଏକ ପ୍ରସ୍ତାବ ଦେଇଥିଲା । ଭାରତୀୟ ପ୍ରତ୍ତ୍ନତାତ୍ବିକ ବିଭାଗ (ASI) ଓ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି UNESCOରେ ଦାଖଲ କରିଥିଲେ ।

1921ରେ ପଶ୍ଚିମବଙ୍ଗର ଶାନ୍ତି ନିକେତନରେ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲ ବିଶ୍ବଭାରତୀ ବିଦ୍ୟାଳୟ । ପରେ ଏହା ବିଶ୍ବବିଦ୍ୟାଳୟ ଭାବେ ମାନ୍ୟତା ଲାଭ କରିଥିଲା । ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ଶିକ୍ଷା, ଦର୍ଶନ ଓ ପରମ୍ପରାର ମିଳିତ ଝଲକ ଏଠାରେ ଦେଖିବାକୁ ମିଳେ । ଏହା ସହ ରବିନ୍ଦ୍ରନାଥଙ୍କ ଜୀବନ ଦର୍ଶନ, ଭାରତୀୟ ଆଧ୍ୟାତ୍ମିକତାର ସ୍ପଷ୍ଟ ପ୍ରତିଫଳନ ମଧ୍ୟ ଏଠାରେ ଦେଖାଯାଏ । ଦେଶର ଏହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ଅନେକ ଜଣାଶୁଣା ପ୍ରତିଭା ମଧ୍ୟ ସୃଷ୍ଟି ହୋଇଛନ୍ତି । ନୋବେଲ ବିଜେତା ତଥା ବିଶିଷ୍ଟ ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନ୍‌ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଏହି ଐତିହାସିକ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.