ETV Bharat / bharat

Lok Sabha: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କୋଟି ଭାରତୀୟଙ୍କୁ ଦିଶା ଦେଖାଇଛି: ମୋଦି

author img

By

Published : Feb 8, 2023, 6:14 PM IST

ଗତ ଜାନୁଆରୀ ୩୧ ତାରିଖରେ ବଜେଟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଗ୍ମ ସଂସଦକୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ କୋଟି ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ସାଜିଛି ବୋଲି ବୁଧବାର ଲୋକସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

PM Modi
PM Modi
Lok Sabha: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କୋଟି ଭାରତୀୟଙ୍କୁ ଦିଶା ଦେଖାଇଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବଜେଟ ପୂର୍ବରୁ ରାଷ୍ଟ୍ରପତି ଯୁଗ୍ମ ସଂସଦକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ରାଷ୍ଟ୍ରପତି ରଖିଥିବା ଅଭିଭାଷଣ କୋଟି ଭାରତୀୟଙ୍କ ଲାଗି ମାର୍ଗଦର୍ଶିକା ସାଜିଛି । ରାଷ୍ଟ୍ରପତିଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଅଭିଭାଷଣରେ କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ମୋଦି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ହୋଇଥିବା ତର୍କ ବିତର୍କର ଜବାବ ରଖିଥିଲେ । ଏହି ଅବସରରେ ମୋଦି କହିଥିଲେ, "ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ନେତୃତ୍ବାଧୀନ କରି ଇତିହାସ ରଚିଛନ୍ତି । ଦେଶର କୋଟି କୋଟି ଝିଅ ଓ ମହିଳାମାନଙ୍କୁ ପ୍ରେରିତ କରିଛନ୍ତି । ମୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି ଧନ୍ୟବାଦ ଜ୍ଞାପନ କରୁଛି । ଏଥିଲାଗି ପୂର୍ବରୁ ମଧ୍ୟ ମୋତେ ସୁଯୋଗ ମିଳିଥିଲା । ହେଲେ ଆଜି ତାଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ମଧ୍ୟ ଜଣାଇବାକୁ ଚାହୁଁଛି । ତାଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଅଭିଭାଷଣ କୋଟି କୋଟି ଭାରତୀୟଙ୍କୁ ପ୍ରେରିତ କରିଛି ।"

ଏହା ବି ପଢନ୍ତୁ- PM Modi in Special Jacket: ନୀଳ ଜ୍ୟାକେଟରେ ନଜର ଆସିଲେ ମୋଦି, ଜାଣନ୍ତୁ କଣ ରହିଛି ଖାସ

ମୋଦି ଆହୁରି କହିଛନ୍ତି, "ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଆଦିବାସୀ ସମ୍ପ୍ରଦାୟର ଗୌରବକୁ ବର୍ଦ୍ଧିତ କରିଛନ୍ତି । ଦେଶ ସ୍ବାଧୀନତା ପାଇବାର ଅନେକ ବର୍ଷ ପରେ ଆଦିବାସୀ ସମ୍ପ୍ରଦାୟ ରାଷ୍ଟ୍ରପତିଙ୍କୁ ନେଇ ନିଜକୁ ଗୌରବ ମନେ କରିଛନ୍ତି । ଏହାସହିତ ସେମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ଏଥିଲାଗି ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଓ ଗୃହ କୃତଜ୍ଞ ।" ଗତ ଜାନୁଆରୀ ୩୧ ତାରିଖରେ ବଜେଟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଗ୍ମ ସଂସଦକୁ ସମ୍ବୋଧିତ କରିଥିଲେ । ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ସଂସଦ ଅଧିବେଶକୁ ସମ୍ବୋଧିତ କରିଥିଲେ ।

ଏହା ବି ପଢନ୍ତୁ- Budget Session: ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ 2047 ସୁଦ୍ଧା ଦେଶରୁ ଦୂର ହେବ ଗରିବୀ

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, "ଏବେ ଭାରତ ଉପରେ ସାରା ବିଶ୍ବର ନଜର ରହିଛି । ଭାରତ ବିଶ୍ବ ଅର୍ଥନୀତିର ପଞ୍ଚମ ସ୍ଥାନରେ ରହିଛି । ୨୦୪୭ ସୁଦ୍ଧା ଗରିବ ନଥିବା ଭାରତ ଗଠନର ଲକ୍ଷ୍ୟ ରହିଛି । ଆତ୍ମନିର୍ଭର ଭାରତର ଗଠନ ଲାଗି କେନ୍ଦ୍ର ସରକାର ସର୍ବାଦ କାର୍ଯ୍ୟ କରି ଆସୁଛନ୍ତି । କେନ୍ଦ୍ର ସରକାର ପରମ୍ପରା ସହିତ ଆଧୁନିକତାକୁ ନେଇ ଆଗକୁ ବଢୁଛନ୍ତି । ଦେଶରେ ହିତରେ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି । ୨୦୪୭ ସୁଦ୍ଧା ଆମକୁ ଏକ ସ୍ବର୍ଣ୍ଣିମ ଭାରତ ଗଠନ କରିବାର ଲକ୍ଷ୍ୟ ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.