ETV Bharat / bharat

Virginity Test: ବିବାହ ପୂର୍ବରୁ ହେଲା କୁମାରୀତ୍ବ ପରୀକ୍ଷା, ମଣ୍ଡପରୁ ଫେରିଲେ ଅନେକ ଯୁବତୀ - ବିବାହ ମଣ୍ଡପ

ବିବାହ ପୂର୍ବରୁ ଅନେକ ଯୁବତୀଙ୍କ କରାଗଲା କୁମାରୀତ୍ବ ବା ଭର୍ଜିନିଟି ଟେଷ୍ଟ । ବିବାହ ମଣ୍ଡପରୁ ଫେରିଲେ ଯୁବତୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 23, 2023, 10:09 PM IST

Updated : Apr 23, 2023, 10:56 PM IST

ଭୋପାଳ: ବିବାହ ପୂର୍ବରୁ କୁମାରୀତ୍ବ ପରୀକ୍ଷା ସହ ପ୍ରେଗ୍ନେନ୍ସି ଟେଷ୍ଟ କରାଇ ବିବାହ ମଣ୍ଡପରୁ ଫେରିଲେ ଅନେକ ଯୁବତୀ । ଏପରି କରିବା ଆଇନ ସଙ୍ଗତ ନଥିବା ସତ୍ତ୍ବେ ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାରେ ଏପରି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଫର୍ମ ଭରି ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ପହଞ୍ଚିଥିବା ଅନେକ ଯୁବତୀଙ୍କୁ ଘରକୁ ଫେରିବାକୁ ପଡ଼ିଛି । ଭର୍ଜିନିଟି ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କ ନାମକୁ ହଟାଇ ଦିଆଯାଇଛି । ଯାହାକୁ ଦୃଢ ବିରୋଧ କରିଛନ୍ତି ସ୍ଥାନୀୟ କଂଗ୍ରେସ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମକାର ମରକାମ । ରାଜ୍ୟ ସରକାର ଏପରି କରି ମହିଳାଙ୍କୁ ଅପମାନିତ କରିଥିବା ସେ କହିଛନ୍ତି ।

ଡିଣ୍ଡୋରି ଜିଲ୍ଲାର ଗାଡାସରଇ କସବେଠାରେ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ମାଧ୍ୟମରେ ପ୍ରାୟ ୨୨୯ ଯୋଡ଼ିଙ୍କ ବିବାହ ଉତ୍ସବର ଆୟୋଜନ ହୋଇଥିଲା । ଏହି ସାମୁହିକ ବିବାହ ସମାରୋହରେ ଅନେକ ଯୁବତୀ ପହଞ୍ଚିଥିଲେ । ବିବାହ ପାଇଁ ପହଞ୍ଚିଥିବା ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ନାମରେ କୁମାରୀତ୍ବ ଟେଷ୍ଟ ସହ ପ୍ରେଗ୍ନେନ୍ସି ଟେଷ୍ଟ କରାଯାଇଥିଲା । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ସେମାନଙ୍କ ନାମକୁ ତାଲିକାରୁ ହଟାଇ ଦିଆଯାଇଥିଲା । ଏପରିକି ଅନେକ ଯୁବତୀ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଥିବା ବେଳେ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।

ଏହା ବି ପଢନ୍ତୁ- ସୋସିଆଲ ମିଡିଆରୁ ବନ୍ଧୁତା ପଡିଲା ମହଙ୍ଗା, ନାବାଳିକାଙ୍କୁ ଦୁଷ୍କର୍ମ

ହେଲେ ଏହାକୁ ଦୃଢ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଓମକାର ମରକାମ । ଡାକ୍ତରୀ ପରୀକ୍ଷା ନାଁରେ ଏପରି ଟେଷ୍ଟ କରାଇ ଯୁବତୀଙ୍କୁ ଅପମାନିତ କରାଯାଉଛି । ଯଦି ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଫର୍ମ ଭରିବା ଲାଗି ଏହି ନିୟମ ରହିଛି ତେବେ ତାହାକୁ ସାର୍ବଜନୀନ କରିବା ଉଚିତ । ସେପଟେ ଓମକାର ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନାକୁ ନେଇ କଂଗ୍ରେସ ବିଧାୟକ ରାଜନୀତି କରୁଛନ୍ତି ବୋଲି ସେ ପାଲଟା ଜବାବ ଦେଇଛନ୍ତି । ଏହି ଟେଷ୍ଟ କରିବା କୌଣସି ବେଆଇନ ନୁହେଁ ବୋଲି ସେ କହିଛନ୍ତି । ସେପଟେ ଏପରି ଟେଷ୍ଟ କରୁଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିବା ବେଳେ ସେ ଏହାକୁ ସ୍ବୀକାର କରିଛନ୍ତି । ତାଙ୍କୁ ଯାହା ନିର୍ଦ୍ଦେଶ ଦିଆଯାଇଛି ସେ ସେହିପରି କରୁଥିବା କହିଛନ୍ତି ।

ଭର୍ଜିନିଟି ଟେଷ୍ଟ କଣ ଆଇନସଙ୍ଗତ ? : ଏଠାରେ ସୂଚନା ଥାଉ କି ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏନେଇ ଏକ ରାୟ ଶୁଣାଇଥିଲେ । ଭର୍ଜିନିଟି ଟେଷ୍ଟକୁ ସେ ଅସାମ୍ବିଧାନିକ ବୋଲି କହିଥିଲେ । ଏପରି କରିବା ଦ୍ବାରା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ଏହା ମହିଳାଙ୍କ ସମ୍ମାନ ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ ଦିଲ୍ଲୀ ହାଇକୋର୍ଟ ।

Last Updated : Apr 23, 2023, 10:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.