ETV Bharat / bharat

ବିହାରରେ ପାକିସ୍ତାନ ଜିନ୍ଦାବାଦ ନାରା, ୫ ଯୁବକ ଗିରଫ

ବିହାର ଆରା ଅଞ୍ଚଳରେ ପାକିସ୍ତାନ ନେଇ ବିବାଦୀୟ ନାରା (Youth Chanting Pakistan Zindabad In Arrah) । ୫ ଜଣ ଯୁବକଙ୍କ ସମେତ ଜଣେ ଅଜଣା ବ୍ୟକ୍ତିଙ୍କୁ ଗିରଫ କଲା ସ୍ଥାନୀୟ ପୋଲିସ । ଅଧିକ ପଢନ୍ତୁ

author img

By

Published : Dec 24, 2022, 8:06 AM IST

youth chanting Pakistan Zindabad
youth chanting Pakistan Zindabad

ପାଟନା: ବିହାର ଆରା ଅଞ୍ଚଳରେ ଭାଇରାଲ ହେଉଛି ଏକ ଭିଡ଼ିଓ (Arrah Viral Video) । ଯେଉଁଥିରେ କିଛି ଯୁବକ ପାକିସ୍ତାନକୁ ନେଇ ଦେଶଦ୍ରୋହୀ ନାରା ଦେଉଥିବା ଦେଖିବାକୁ ମିଳିଛି (Youth Chanting Pakistan Zindabad In Arrah) । ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୋଇଲୱର ଚାନ୍ଦି ପୋଲିସ ଷ୍ଟେସନ ଅଞ୍ଚଳର ନରବୀରପୁର ଟୋଲା ଅଞ୍ଚଳରେ ଏହି ଭିଡ଼ିଓ ଉତ୍ତୋଳନ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାରେ ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପରେ ବିଜୟ ଟ୍ରଫିକୁ ଧରି କିଛି ଯୁବକ ସେଲିବ୍ରେସନ କରୁଥିଲେ । ଏହି ମ୍ୟାଚ୍ କୋଇଲୱର ବନାମ ସିଲଭର ଦଳ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ଚାନ୍ଦିର ନରବିପୁର ଟୋଲାର ଦଳ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ଏହା ପରେ ବିଜୟ ଉତ୍ସବ ପାଳନ କରି ଯୁବକମାନେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ। ଉକ୍ତ ସ୍ଥାନରେ ଉପସ୍ଥିତ ଥିବା କିଛି ଯୁବକ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ- ଖରାପ ବ୍ୟବହାର କଲା ଡେଟିଂ ଆପ୍‌ର ବନ୍ଧୁ, ୪ର୍ଥ ମହଲାରୁ ଡେଇଁଲେ ଛାତ୍ର

ଏହା ପରେ ପୋଲିସ ଭାଇରାଲ ଭିଡିଓ ଯାଞ୍ଚ କରିଥିଲା । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣ ଯୁବକଙ୍କ ସମେତ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଏର କରିଛି । ଯେଉଁଥିରେ ଏମ. ତନଭୀର ଆଲାମ, ଅରମାନ, ସୋନୁ, କଲ୍ଲୁ ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଏହି ୫ ଜଣ ଯୁବକଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପୋଲିସ ଗିରଫ ଯୁବକଙ୍କୁ ପଚରାଉଚରା କରୁଛି ।

ଏନେଇ ଏସପି ସଞ୍ଜୟ କୁମାର ସିଂ କହିଛନ୍ତି, " ଭିଡ଼ିଓର ଯାଞ୍ଚ କରାଯାଇଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ହୋଇଥିବା ନେଇ ଜଣାପଡ଼ିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ ପଚରାଉଚରା କରାଯାଉଛି । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.