ETV Bharat / bharat

IAS Viral Video: ବିହାରବାସୀ ଓ ଉପଜିଲ୍ଲାପାଳଙ୍କୁ ଖରାପ ଭାଷାରେ ଗାଳି ଦେଲେ IAS ଅଫିସର

author img

By

Published : Feb 3, 2023, 9:44 AM IST

ବୈଠକ ମଝିରେ ବିହାରବାସୀ ଓ ଉପଜିଲ୍ଲାପାଳଙ୍କୁ ଖରାପ ଭାଷାରେ ଗାଳି ଦେଲେ ବରିଷ୍ଠ ଆଇଏଏସ ଅଫିସର । ଭାଇରାଲ ହେଉଛି ଭିଡିଓ

IAS Viral Video
IAS Viral Video

ପାଟନା: ବିହାରର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହି ଆଇଏଏସ୍ ଅଧିକାରୀ ଉପଜିଲ୍ଲାପାଳଙ୍କ ସମେତ ନିଜର ଅଧସ୍ଥନ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲିଜ କରୁଥିବା ଶୁଣିବାକୁ ମିଳିଛି । କେବଳ କର୍ମଚାରୀ ନୁହଁନ୍ତି, ବଡ ବାବୁ ଜଣକ ବିହାର ପ୍ରଶାସନ ଠାରୁ ଆରମ୍ଭ କରି ଏଠିକାର ଲୋକଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି । ଏହି ଅଧିକାରୀ ବିହାର ମଦ ନିଷେଧ ବିଭାଗର ପ୍ରମୁଖ ସଚିବ କେକେ ପାଠକ ହୋଇଥିବା ଜଣାପଡିଛି । ଯାହାଙ୍କ କାନ୍ଧରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ମଦ ନିଷେଧ ଅଭିଯାନକୁ ସଫଳ କରିବାର ଦାୟିତ୍ବ ଦେଇଛନ୍ତି ।

ସୂଚନା ମୁତାବକ, ଆଇଏଏସ କେକେ ପାଠକ ଉତ୍ତରପ୍ରଦେଶ ମେରଟର ମୂଳ ବାସିନ୍ଦା । ସେ ବର୍ତ୍ତମାନ ବିହାର ମଦ ନିଷେଧ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି, ଆଇଏଏସ ଅଧିକାରୀ ଏକ ବୈଠକ କରୁଛନ୍ତି । ବୈଠକରେ ସେ ବିହାର ପ୍ରଶାସନ ଓ ଉପଜିଲ୍ଲାପାଳଙ୍କୁ ମନଇଚ୍ଛା ଗାଳିଗୁଲଜ କରୁଛନ୍ତି । ବିହାରବାସୀଙ୍କ ବିରୁଦ୍ଧରେ ମଧ୍ୟ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ଖରାପ ଭାଷା ବ୍ୟବହାର କରି କହୁଛନ୍ତି, ''ଚେନ୍ନାଇରେ ଲୋକେ ରାସ୍ତାର ବାମପାର୍ଶ୍ବରେ ଚାଲନ୍ତି । ଏଠାରେ କେହି ବାମପଟେ ଚାଲୁଥିବାର କେବେ ଦେଖିଛନ୍ତି । ବିହାର ଲୋକେ ଟ୍ରାଫିକ ରେଡ୍ ଲାଇଟରେ ବି ହର୍ଣ୍ଣ ବଜାନ୍ତି ।''

ଏହାମଧ୍ୟ ପଢନ୍ତୁ: Child marriage cases in Assam: 10 ଦିନରେ 4 ହଜାରୁ ଅଧିକ ମାମଲା ପଞ୍ଜିକୃତ

କେକେ ପାଠକଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଜୋର ଧରିଛି । ତେବେ କେକେ ପାଠକ ନିଜର କାର୍ଯ୍ୟଶୈଳୀ ପାଇଁ ଜଣାଯାଉଥିବା ବେଳେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହୋଇ ଏପରି ଅଶାଳୀନ ଶବ୍ଦର ବ୍ୟବହାର କରି ଗାଳିଗୁଲଜ କରିବାକୁ ସାଧାରଣରେ ସମାଲୋଚନା କରାଯାଉଛି । ଏହି ଘଟଣାରେ ବିହାର ପ୍ରଶାସନିକ ସେବା ସଂଘ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେକେ ପାଠକଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସଂଘ ଦାବି କରିଛି ।

ବିହାର ଅବକାରୀ ମନ୍ତ୍ରୀ ସୁନୀଲ କୁମାର କହିଛନ୍ତି ଯେ, ମୁଁ ଭାଇରାଲ ହେଉଥିବା ଭିଡିଓ ଦେଖିଛି । କାର୍ଯ୍ୟାଳୟରେ ପହଞ୍ଚି ଏହି ଘଟଣାର ଅନୁଧ୍ୟାନ କରିବି । ଯଦି ଭିଡିଓ ସତ ହୋଇଥାଏ ତେବେ ସମ୍ପୃକ୍ତ ଆଇଏଏସ୍ ଅଧିକାରୀଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଆଶ୍ବସନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.