ETV Bharat / bharat

VIP କୋଟାରେ ଟ୍ରେନ ଟିକେଟ ରାକେଟ: 200 ସାଂସଦଙ୍କ ନାମରେ ଫେକ ଲେଟରପ୍ୟାଡ

ଦଲାଲ-420 । 200 ସାଂସଦଙ୍କ ନାମରେ ଫେକ ଲେଟରପ୍ୟାଡ ପ୍ରସ୍ତୁତ କରି କରି VIP କୋଟାରେ କନଫର୍ମ କରୁଥିଲେ ଟ୍ରେନ ଟିକେଟ । ଅଧିକ ପଢନ୍ତୁ

author img

By

Published : Apr 11, 2023, 10:56 PM IST

VIP କୋଟାରେ ଟ୍ରେନ ଟିକେଟ ରାକେଟ: 2 ଶହ ସାଂସଦଙ୍କ ନାମରେ ଫେକ ଲେଟରପ୍ୟାଡ

ପାଟନା: VIP କୋଟାରେ ଟ୍ରେନ ଟିକେଟ କନଫର୍ମ କରାଇଦେବା ନାମରେ ବୁଲୁଛନ୍ତି ଦଲାଲ । 200 ସାଂସଦଙ୍କ ନାମରେ ବୁଲୁଛି ଫେକ ଲେଟରପ୍ୟାଡ । ଯାହାକୁ ବ୍ୟବହାର କରି VIP କୋଟାରେ ଯାତ୍ରୀଙ୍କ ଟ୍ରେନ ଟିକେଟ କନଫର୍ମ କରି ଯାତ୍ରୀଙ୍କ ଅର୍ଥ ଲୁଟୁଛନ୍ତି ଦଲାଲ । ବିହାରର ମୁଜାଫରପୁରର ଏପରି ଏକ ରାକେଟର କାରନାମା ସାମ୍ନାକୁ ଆସିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲୋକସଭା ଓ ରାଜ୍ୟସଭାର ପ୍ରାୟ 2 ଶହ ସାଂସଦଙ୍କ ନାମରେ ଫେକ ଲେଟରପ୍ୟାଡ ପ୍ରସ୍ତୁତ କରି ଧରି ବୁଲୁଛନ୍ତି ଏହି ଟିକେଟ ଦଲାଲମାନେ । ପ୍ରଲୋଭନରେ ପଡି ଯାହାର ଶିକାର ହେବାରେ ଲାଗିଛନ୍ତି ରେଳଯାତ୍ରୀ । ମାତ୍ରାଧିକ ଯାତ୍ରୀଙ୍କ ସଂଖ୍ୟା କାରଣରୁ ଟ୍ରେନ ଟିକେଟ ଏବେ କନଫର୍ମ ହେବାରେ ଅଧିକାଂଶ ସମୟରେ ବିଳମ୍ବ ହେଉଛି । ଏହି ଅସାଧୁ ଉପାୟ ଅବଲମ୍ବନ କରି ଯାତ୍ରୀଙ୍କ ଠାରୁ ଅଧିକ ଟଙ୍କା ସଂଗ୍ରହ କରି ଟିକେଟ କନଫର୍ମ କରିବାର ନୂଆ ତରିକା ବାହାର କରିଛନ୍ତି ଏହି ଟିକେଟ ଦଲାଲ ।

ମୁଜାଫରପୁର ଷ୍ଟେସନରେ ପହଞ୍ଚିଲା ବିଶାଖାପାଟନମ RPF ଟିମ:-ତେବେ ଏହି ଘଟଣା ଜଣାପଡିବା ପରେ ବିଶାଖାପାଟନମରୁ ରେଳ ସୁରକ୍ଷା ବଳ (RPF) ର ଏକ ଟିମ ବିହାରର ମୁଜାଫରପୁର ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଗତ କିଛି ମାସ ମଧ୍ୟରେ ଏପରି ସାଂସଦଙ୍କ ନାମରେ ପ୍ରସ୍ତୁତ ଫେକ ଲେଟରପ୍ୟାଡ ବ୍ୟବହାର ଅନେକ ଟିକେଟକୁ ମଧ୍ୟ କନଫର୍ମ କରିବାରେ ଦଲାଲମାନେ ସଫଳ ହୋଇଛନ୍ତି । ରେଳବାଇ ନକଟରେ ଜମା କରାଯାଇଥିବା ଏହି ଫେକ ଲେଟରପ୍ୟାଡ ମଧ୍ୟ ପୋଲିସ ହାତରେ ଲାଗିଛି । ଏଥିରେ ଉଭୟ ରାଜ୍ୟସଭା ଓ ଲୋକସଭାର ପ୍ରାୟ 2 ଶହ ସାଂସଦଙ୍କ ନାମ ରହିଥିବା ପୋଲିସ କହିଛି ।

ଏହା ପରେ ବିଶାଖାପାଟନମରୁ ଆସିଥିବା ଇନ୍ସପେକ୍ଟର ଆର.କୁମାର ରାଓଙ୍କ ନେତୃତ୍ବାଧୀନ ଆରପିଏଫ ଟିମ ମୁଜାଫରପୁରର ରେଳ ଷ୍ଟେସନ ନିକଟ ଏକ ବସ୍ତିରେ ଚଢାଉ ମଧ୍ୟ କରିଛି । ଆରପିଏଫ୍ ଟିମ୍ ମୁଜାଫରପୁର ସଦର ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗୋବରସାହିର ଶ୍ରୀନଗର କଲୋନୀରେ ଜଣେ ଦଲାଲ ଘରେ ଅତର୍କିତ ଚଢାଉ କରିଥିଲା । ହେଲେ ସେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଛି ।

PNR ନମ୍ବର ମେସେଜ କଲେ ହେଉଥିଲା ଟିକେଟ କନଫର୍ମ:-ପ୍ରାଥମିକ ଭାବେ ମିଳିଥିବା ଆଶ୍ଚର୍ଯ୍ୟଜନକ ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟରୁ ଟ୍ରେନ୍ ଟିକେଟ୍ ଇ-ବୁକିଂ କରାଯିବା ପରେ ଶ୍ରୀନଗର କଲୋନୀର ମାଷ୍ଟରମାଇଣ୍ଡ ଦଲାଲକୁ କେବଳ PNR ନମ୍ବର ମେସେଜ୍ କରୁଥିଲେ ଯାତ୍ରୀ । ସେ ଏହି ଫର୍ମୁଲା ବ୍ୟବହାର କରି ଟିକେଟ୍ କନଫର୍ମ କରିବାରେ ସଫଳ ମଧ୍ୟ ହେଉଥିଲା । ଏଥିପାଇଁ ଯାତ୍ରୀଙ୍କ ଠାରୁ ମାତ୍ରାଧିକ ଅର୍ଥରାଶି ମଧ୍ୟ ଅନ-ଲାଇନ ପେ ମାଧ୍ୟମରେ ସଂଗ୍ରହ କରୁଥିଲା ଅଭିଯୁକ୍ତ । ସ୍ଥାନୀୟ ପୋଲିସ କହିଛି ଯେ 200 ରୁ ଅଧିକ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ନାମ ଥିବା ଲେଟରପ୍ୟାଡ ଜବତ କରାଯାଇଛି । ଏହି ମାମଲାରେ ଅନେକ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।

ଏଥିରେ କେବଳ ଟିକେଟ ଦଲାଲ ନା ରେଳବାଇ ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପୃକ୍ତି ଅଛି, ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି । ଘଟଣାରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିବା ବିହାର ପୋଲିସ ସହାୟତାରେ ତଦନ୍ତ ଜାରି ରଖିଛି ବିଶାଖାପାଟନମରୁ ଆସିଥିବା RPF ଟିମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.