ETV Bharat / bharat

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ମୃତଦେହ ଘୋଷାଡି ନେଲା ପୋଲିସ, କାଳିଆଗଞ୍ଜରେ ବ୍ୟାପକ ହିଂସା

author img

By

Published : Apr 23, 2023, 7:30 AM IST

Updated : Apr 23, 2023, 9:26 AM IST

ପଶ୍ଚିମବଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ନ୍ୟାୟ ଦାବିରେ ଆନ୍ଦୋଳନ କଲେ ଲୋକେ । କାଳିଆଗଞ୍ଜ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ରାଜ୍ୟର କାଳିଆଗଞ୍ଜ ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୀଡିତାଙ୍କ ମୃତଦେହ ମିଳିବା ପରେ ପୋଲିସ ମରଶରୀରକୁ ରାସ୍ତାରେ ଟାଣି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ହିଂସା ଉପୁଜିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଲୋକମାନେ ଆନ୍ଦୋଳନ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତାରୋକ କରିବା ସହ ପୋଲିସ ଉପରେ ପଥରମାଡ କରିଛନ୍ତି । ପୋଲିସ ମଧ୍ୟ ସେମାନଙ୍କୁ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

  • In this video, the body West Bengal Police is insensitively dragging is that of a minor rape and murder victim from the Rajbongshi community in Uttar Dinajpur’s Kaliaganj. Such haste is often seen when the purpose is to eliminate or dilute evidence and cover up the crime… pic.twitter.com/zgz2Rxlik1

    — Amit Malviya (@amitmalviya) April 22, 2023 " class="align-text-top noRightClick twitterSection" data=" ">

In this video, the body West Bengal Police is insensitively dragging is that of a minor rape and murder victim from the Rajbongshi community in Uttar Dinajpur’s Kaliaganj. Such haste is often seen when the purpose is to eliminate or dilute evidence and cover up the crime… pic.twitter.com/zgz2Rxlik1

— Amit Malviya (@amitmalviya) April 22, 2023

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗଙ୍ଗୁଆ ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ନାବାଳିକା ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ ପାଇଁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର ଓ ଗାଁ ଲୋକେ ରାତି ସାରା ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏହାର ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ଏକ ସ୍ଥାନରେ ନାବାଳିକାଙ୍କ ମୃତଦେହ ପଡିଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଅଭିଯୋଗ ହୋଇଥିଲା । ଏହାପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ କିଛି ପୋଲିସ କର୍ମୀ ପୀଡିତାଙ୍କ ମୃତଦେହରୁ ରାସ୍ତାରେ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦିନାଜପୁର ଏସପି କହିଛନ୍ତି, ''ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ନାବାଳିକାଙ୍କ ମୃତଦେହ ପାଖରୁ ଗୋଟିଏ ବୋତଲ ମିଳିଛି । ବୋତଲରେ ବିଷ ଥିବାର ସନ୍ଦେହ କରାଯାଉଛି । ପୀଡିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।'' ସେପଟେ ଏହି ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ପୋଲିସ ତାଙ୍କୁ ଅନୁମତି ଦେଲାନି । ପୋଲିସ ଜାଣିଶୁଣି ପ୍ରମାଣକୁ ଚାପି ଦେବାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଯେଉଁଭଳି ଭାବେ ପୋଲିସ ପୀଡିତାଙ୍କ ମୃତଶରୀର ଘୋଷାଡି ନେଲା ତାହା ନିନ୍ଦନୀୟ ବୋଲି କହିଛି ବିଜେପି ।

କୋଲକାତା: ପଶ୍ଚିମବଙ୍ଗରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ରାଜ୍ୟର କାଳିଆଗଞ୍ଜ ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୀଡିତାଙ୍କ ମୃତଦେହ ମିଳିବା ପରେ ପୋଲିସ ମରଶରୀରକୁ ରାସ୍ତାରେ ଟାଣି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ହିଂସା ଉପୁଜିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଲୋକମାନେ ଆନ୍ଦୋଳନ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତାରୋକ କରିବା ସହ ପୋଲିସ ଉପରେ ପଥରମାଡ କରିଛନ୍ତି । ପୋଲିସ ମଧ୍ୟ ସେମାନଙ୍କୁ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

  • In this video, the body West Bengal Police is insensitively dragging is that of a minor rape and murder victim from the Rajbongshi community in Uttar Dinajpur’s Kaliaganj. Such haste is often seen when the purpose is to eliminate or dilute evidence and cover up the crime… pic.twitter.com/zgz2Rxlik1

    — Amit Malviya (@amitmalviya) April 22, 2023 " class="align-text-top noRightClick twitterSection" data=" ">

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗଙ୍ଗୁଆ ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ନାବାଳିକା ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ ପାଇଁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର ଓ ଗାଁ ଲୋକେ ରାତି ସାରା ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏହାର ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ଏକ ସ୍ଥାନରେ ନାବାଳିକାଙ୍କ ମୃତଦେହ ପଡିଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଅଭିଯୋଗ ହୋଇଥିଲା । ଏହାପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ କିଛି ପୋଲିସ କର୍ମୀ ପୀଡିତାଙ୍କ ମୃତଦେହରୁ ରାସ୍ତାରେ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦିନାଜପୁର ଏସପି କହିଛନ୍ତି, ''ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ନାବାଳିକାଙ୍କ ମୃତଦେହ ପାଖରୁ ଗୋଟିଏ ବୋତଲ ମିଳିଛି । ବୋତଲରେ ବିଷ ଥିବାର ସନ୍ଦେହ କରାଯାଉଛି । ପୀଡିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।'' ସେପଟେ ଏହି ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ପୋଲିସ ତାଙ୍କୁ ଅନୁମତି ଦେଲାନି । ପୋଲିସ ଜାଣିଶୁଣି ପ୍ରମାଣକୁ ଚାପି ଦେବାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଯେଉଁଭଳି ଭାବେ ପୋଲିସ ପୀଡିତାଙ୍କ ମୃତଶରୀର ଘୋଷାଡି ନେଲା ତାହା ନିନ୍ଦନୀୟ ବୋଲି କହିଛି ବିଜେପି ।

Last Updated : Apr 23, 2023, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.