ETV Bharat / bharat

ମହିଳା ବିରୋଧୀ ହିଂସା: ଶୀର୍ଷରେ ଓଡିଶା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

author img

By

Published : Sep 15, 2021, 5:25 PM IST

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ପ୍ରକାଶ କରିଛି ସାଂଘାତିକ ତଥ୍ୟ । ରିପୋର୍ଟ ଅନୁଯାୟୀ, ନାରୀ ନିର୍ଯାତନା କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡିଶା । ଏନେଇ ରାଜ୍ୟରେ ଜୋର ଧରିଲା ରାଜନୀତି । ଅଧିକ ପଢନ୍ତୁ...

ମହିଳା ବିରୋଧୀ ହିଂସା: ଶୀର୍ଷରେ ଓଡିଶା, ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ବର: ଦେଶରେ ମହିଳା ବିରୋଧୀ ହିଂସା ହ୍ରାସ ପାଉଥିବାବେଳେ ଓଡିଶାରେ ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇଛି ନାରୀ ନିର୍ଯାତନା ମାମଲା । ଯଦିଓ ଦେଶରେ ୨୦୧୯ ତୁଳନାରେ ୨୦୨୦ରେ ଅପରାଧର ଗ୍ରାଫ୍‌ ତଳମୁହାଁ ହୋଇଛି, ହେଲେ ଆମ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସାର ସ୍ଥିତି ଉଦବେଗଜନକ ରହିଛି । ଏନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ପ୍ରକାଶ କରିଛି ସାଂଘାତିକ ତଥ୍ୟ ।

NCRB ରିପୋର୍ଟରେ ମହିଳା ବିରୋଧୀ ହିଂସାକୁ ନେଇ ସତ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ରାଜନୀତି ଜୋର ଧରିଛି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଓଡିଶାରେ ମହିଳାଙ୍କ ପ୍ରତି ଅପରାଧ ଜାରି ରହିଥିବାବେଳେ ଏହି ଖବର ଆମ ବିବେକକୁ ଥରାଇ ଦେଇଛି ବୋଲି ଟ୍ବିଟ କରି କହିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ମହିଳାଙ୍କ ପ୍ରତି ଅପରାଧ ହାରରେ ଓଡିଶା ଶୀର୍ଷରେ ରହିବା ଏହା ବିଜେଡିର 21 ବର୍ଷ ଶାସନର ଫଳାଫଳ କି ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ । ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ଦଗରେ କାହିଁକି ପ୍ରାଥମିକତା ଦେଉନାହାଁନ୍ତି ବୋଲି ଭୃଗୁ ପ୍ରଶ୍ନ କରିଛନ୍ତି ।

  • While crime against women continue unabated in #Odisha, this news has shaken our conscience.

    As per NCRB report, Odisha tops in rate of crimes against women.

    Is it the result of 21 years of governance by @bjd_odisha Govt?

    Why safety of women is not priority for the State Govt? pic.twitter.com/7AvYBHHQhb

    — Bhrugu Baxipatra (@BhruguBJP) September 15, 2021 " class="align-text-top noRightClick twitterSection" data=" ">

ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, 5T ଜରିଆରେ ଶ୍ରେଷ୍ଠ ପ୍ରସାଶନର ଫଳ ହେଲା ମହିଳାଙ୍କ ପ୍ରତି ଅତ୍ୟାଚାରରେ ଓଡିଶା ଭାରତରେ ପ୍ରଥମ । ମା'କୁ ସମ୍ମାନ, ଓଡିଶା ମୋ ପରିବାର, ପ୍ରତ୍ୟେକଟି ଜୀବନ ମୂଲ୍ୟବାନ କହି ବୁଲୁଥିବା ନବୀନବାବୁଙ୍କର ଓଡ଼ିଶାର ନାରୀମାନଙ୍କୁ ଏଇ ଭେଟି ବୋଲି ଟ୍ବିଟରେ ଲେଖିଛନ୍ତି ଲେଖାଶ୍ରୀ ।

  • 5T ଜରିଆରେ ଶ୍ରେଷ୍ଠ ପ୍ରସାଶନର ଫଳ ହେଲା ମହିଳାଙ୍କ ପ୍ରତି ଅତ୍ୟାଚାର ରେ ଓଡିଶା ଭାରତରେ ପ୍ରଥମ।

    ମା'କୁ ସମ୍ମାନ, ଓଡିଶା ମୋ ପରିବାର, ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ କହି ବୁଲୁଥିବା ନବୀନବାବୁଙ୍କର ଓଡ଼ିଶାର ନାରୀ ମାନଙ୍କୁ ଏଇ ଭେଟି। pic.twitter.com/2wHsVxmbmx

    — Lekha Samantsinghar (@DrLekhaShree) September 15, 2021 " class="align-text-top noRightClick twitterSection" data=" ">

ଏନସିଆରବି ରିପୋର୍ଟ ଅନୁଯାୟୀ, ନାରୀ ନିର୍ଯାତନା କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡିଶା । ୨୦୨୦ରେ ମହିଳାମାନଙ୍କ ବିରୋଧରେ ହିଂସା ସମ୍ପର୍କୀତ ୨୫,୪୮୯ ମାମଲା ରଜୁ କରିଥିଲା ରାଜ୍ୟ ପୋଲିସ । ସେହିପରି ୨୦୧୯ରେ ଏହି ସଂଖ୍ୟା ଥିଲା ୨୩,୧୮୩ ।

ଉଦ୍ଦେଶ୍ୟମୂଳକ ଭାରରେ ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮% ରହିଛି । ସେହିପରି ମହିଳାଙ୍କୁ ଉଲଗ୍ନ କରିବା ନେଇ ୨୦୨୦ରେ ରିପୋର୍ଟ ହୋଇଥିଲା ୩,୨୩୨ ମାମଲା । କେବଳ ସେତିକି ନୁହେଁ, ନାରୀ ଅପହରଣ ମାମଲାରେ ୨୦୨୦ରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡିଶା ।

ସେପଟେ ଯଦି ସାଇବର ଅପରାଧ ଉପରେ ନଜର ପକାଇବା, ତାହେଲେ ସୋସିଆଲ ମିଡିଆରେ ଯୌନଶୋଷଣର ୨୯୨ ମାମଲା ରିପୋର୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ସେହିପରି ବ୍ଲାକମେଲ ନେଇ ୨୦୨୦ରେ ମୋଟ ୨୩୪ଟି ମାମଲା ରୁଜୁ ହୋଇଛି ।

ତେବେ ଦେଶରେ ୮ ପ୍ରତିଶତ ହ୍ରାସ ପାଇଛି ନାରୀ ନିର୍ଯ୍ୟାତନା ହାର । ୨୦୧୯ରେ ଦେଶରେ ମୋଟ ୩,୭୧,୫୦୩ ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୪,୦୫,୩୨୬ ମାମଲା ରୁଜୁ ହୋଇଛି । 2020ରେ, ଯେତେବେଳେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ହୋଇଥିଲା ସେତେବେଳେ ଅପରାଧ ହ୍ରାସ ପାଇଥିଲା ବୋଲି ଏନସିଆରବି ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ସେପଟେ ପଶ୍ଚିମବଙ୍ଗରେ ମଧ୍ୟ ମହିଳା ବିରୋଧୀ ହିଂସାରେ ଲାଗିନି ଲଗାମ । 2019 ତୁଳନାରେ 2020 ରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ ସର୍ବାଧିକ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ, ଦିଲ୍ଲୀରେ ମାମଲା ସଂଖ୍ୟା 2019ରେ 13,395 ରୁ 2020ରେ 10,093 କୁ ହ୍ରାସ ପାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.