ETV Bharat / bharat

CBSEର ନୂଆ ଅଧ୍ୟକ୍ଷ ହେଲେ ବିନିତ ଯୋଶୀ - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ନୂଆ ଅଧ୍ୟକ୍ଷ

ମନୋଜ ଆହୁଜାଙ୍କ ସ୍ଥାନରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିନିତ ଯୋଶୀ। ଅଧିକ ପଢନ୍ତୁ

CBSEର ନୂଆ ଅଧ୍ୟକ୍ଷ ହେଲେ  ଭିନିତ ଯୋଶୀ
CBSEର ନୂଆ ଅଧ୍ୟକ୍ଷ ହେଲେ ଭିନିତ ଯୋଶୀ
author img

By

Published : Feb 15, 2022, 7:17 AM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିନିତ ଯୋଶୀ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି। ବିନିତ ଯୋଶୀ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟରେ ଅତିରିକ୍ତ ସଚିବଙ୍କ ଦାୟିତ୍ୱ ତୁଲାଉଛନ୍ତି। ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ବରେ ଥିବା ଓଡିଶା କ୍ୟାଡରର IAS ଅଧିକାରୀ ମନୋଜ ଆହୁଜାଙ୍କ ସ୍ଥାନରେ ବିନିତ ଯୋଶୀଙ୍କୁ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ମନୋଜ ଆହୁଜାଙ୍କୁ ନୂତନ ଦାୟିତ୍ବରେ ନିଯୁକ୍ତ କରାଯିବ କିନ୍ତୁ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେ ୧୯୯୦ ବ୍ୟାଚର ଏଡିଶା କ୍ୟାଡର IAS ଅଧିକାରୀ ହୋଇଥିବା ବେଳେ ୨୦୨୦ମେ ମାସରୁ ସେ CBSEର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ ।

ସୂଚନା ଅନୁଯାୟୀ, ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତିରେ ଏହି ପରିବର୍ତ୍ତନ ଘୋଷଣା କରାଯାଇଛି। ବିନିତ ଯୋଶୀ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ବର୍ତ୍ତମାନର ଦାୟିତ୍ୱ ବ୍ୟତୀତ ସିବିଏସ୍ଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ବିନିତ ଯୋଶୀ ମଣିପୁରର 1992 ବ୍ୟାଚ୍ IAS ଅଧିକାରୀ ଏବଂ ସେ ଜାତୀୟ ପରୀକ୍ଷା ଏଜେନ୍ସିର ପରିଚାଳନା ପରିଷଦର ସଦସ୍ୟ ମଧ୍ୟ ଅଟନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.