ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଉପ ରାଜ୍ୟପାଳ(Lieutenant Governor of Delhi) ଭାବେ ବିନୟ କୁମାର ସକ୍ସେନା (Vinai Kumar Saxena ) ଶପଥ ନେବେ । ପୂର୍ବାହ୍ନ ୧୧ଟାରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭିପିନ ସାଙ୍ଘି (Chief Justice of the Delhi High Court Vipin Sanghi ) ତାଙ୍କୁ ରାଜ ନିବାସରେ ଶପଥ ପାଠ କରାଇବେ । ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କ୍ୟାବିନେଟ ମନ୍ତ୍ରୀ, ହାଇକୋର୍ଟର ବିଚାରପତି, କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ସମେତ 500ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ଜଣାପଡିଛି ।
ବିନୟ ବର୍ତ୍ତମାନ ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ଥିବାବେଳେ ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ତାଙ୍କୁ ପଦରେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହରେ ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଉପ ରାଜ୍ୟପାଳ ପଦରୁ ଅଚାନକ ଇସ୍ତଫା ଦେଇଥିଲେ । ଶପଥ ଗ୍ରହଣ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଶ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ଏ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।