ETV Bharat / bharat

କାଶ୍ମୀରରେ ପାକିସ୍ତାନୀ ଡ୍ରୋନ, ଜାରି ରହିଛି ସର୍ଚ୍ଚ ଅପରେସନ - କାଶ୍ମୀରରେ ପାକିସ୍ତାନ ଡ୍ରୋନ ଚିହ୍ନଟ

କାଶ୍ମୀରରେ ଏକ ଗ୍ରାମରେ ଦେଖାଗଲା ପାକିସ୍ତାନୀ ଡ୍ରୋନ (Villagers spot Pakistan drone in JK)। ସୁରକ୍ଷାବଳକୁ ସୂଚନା ଦେଲେ ଗ୍ରାମବାସୀ । ଘଟଣାସ୍ଥଳରେ ସ୍ବତନ୍ତ୍ର ଅପରେସନ ଗ୍ରୁପର ଯବାନ । ଅଧିକ ପଢନ୍ତୁ ।

କାଶ୍ମୀରରେ ପାକିସ୍ତାନୀ ଡ୍ରୋନ ! ଜାରି ରହିଛି ସର୍ଚ୍ଚ ଅପରେସନ

author img

By

Published : Sep 18, 2022, 4:03 PM IST

କାଶ୍ମୀର: ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାରେ ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ (Villagers spot Pakistan drone in JK )। ସ୍ଥାନୀୟ ବାସିନ୍ଦା ଏହି ସନ୍ଦେହଜନକ ଡ୍ରୋନକୁ ଦେଖିବା ପରେ ସୁରକ୍ଷାବଳକୁ ସୂଚନା ଦେଇଥିଲେ । ସ୍ପେସାଲ ଅପରେସନ ଗ୍ରୁପ ଯବାନମାନେ ଗ୍ରାମରେ ପହଞ୍ଚିଛନ୍ତି (searches underway in JKs Jakh) । ତେବେ ଗତକାଲି ରାତିରେ ଏହି ଡ୍ରୋନକୁ ଦେଖାଯାଇଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ତର୍ଜାତୀୟ ସୀମା (LAC)ର ଖୁବ ନିକଟବର୍ତ୍ତୀ ଏହି ଗ୍ରାମରେ ଏହାକୁ ଠାବ କରାଯାଇଥିବା ବେଳେ ଏହା ପାକିସ୍ତାନ ଦ୍ବାରା ପଠାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ସାମ୍ବା ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି,‘‘ଗତକାଲି ରାତିରେ ଏହି ଡ୍ରୋନକୁ ଦେଖାଯାଇଥିବା ବେଳେ ଆଜି ସକାଳେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛି । ସର୍ଚ୍ଚ ଅପରେସନକୁ ଜୋରଦାର ଜାରି ରହିଛି (searches underway in JKs Jakh)। ଗୁପ୍ତଚରୀ କରିବା ପାଇଁ ପାକିସ୍ତାନ ଏପରି ଷଡଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି । ଦୁଇ ଦେଶର ସୀମାନ୍ତରେ ଥିବା ଏହି ସାରଥୀ କଲାଣ ଗ୍ରାମରେ ଚିହ୍ନଟ ନିକଟରେ ହୋଇଛି । ଗ୍ରାମର ନିକଟବର୍ତ୍ତୀ ହେବା ପରେ ଏହା ପୁଣି ଥରେ ପାକିସ୍ତାନ ସୀମାରେ ଥିବା ପୋଷ୍ଟ ନିକଟବର୍ତ୍ତୀ ଅଞ୍ଚଳକୁ ଚାଲିଯାଇଥିଲା ।’’

ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୋଲିସ ପହଞ୍ଚିବା ପରେ ଡ୍ରୋନଟି ଅନ୍ତର୍ଧ୍ୟାନ ହୋଇଯାଇଥିଲା । ପୋଲିସ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ସୂଚନା ସଂଗ୍ରହ କରିବା ସହ ବୈଷୟିକ ଭାବେ ମଧ୍ୟ ସୂଚନା ଯୋଗାଡ କରିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଡ୍ରୋନଟି ଭୁପୃଷ୍ଠରୁ ପ୍ରାୟ ୧ କି.ମି ଉପରେ ଉଡି ପୁଣି ଥରେ ପାକିସ୍ତାନ ଅଞ୍ଚଳକୁ ଫେରି ଯାଇଥିଲା । ପୂର୍ବରୁ ମଧ୍ୟ ଏକାଧିକ ଥର ଏପରି ହରକତ କରିସାରିଛି ପାକିସ୍ତାନ । ପୂର୍ବରୁ ମଧ୍ୟ ଶତ୍ରୁ ପକ୍ଷର ଡ୍ରୋନକୁ ଭାରତୀୟ ଅଞ୍ଚଳରେ ଠାବ କରାଯାଇ ସାରିଛି । କିଛି ମାମଲାରେ ପୋଲିସ ଓ ସୁରକ୍ଷା ବଳ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇ ନଷ୍ଟ ମଧ୍ୟ କରିଛନ୍ତି ।

ଭାରତୀୟ ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଓ ଗତିବିଧି ନେଇ ଗୁପ୍ତଚରୀ କରିବା ପାଇଁ ପାକିସ୍ତାନ ଏପରି ଯୋଜନା ନିୟମିତ କରିଥାଏ । ନିକଟରେ ଏଧ୍ୟ କାଶ୍ମୀର, ପଞ୍ଜାବରେ କିଛି ସୀମାନ୍ତ ଗ୍ରାମରେ ଏପରି ଘଟଣା ସାମ୍ନାକୁ ଆସିସାରିଛି । ଗତକାଲିର ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ସୀମା ସୁରକ୍ଷା ବଳ । ପାଟ୍ରୋଲିଂ ଓ ସର୍ଭିଲାନ୍ସକୁ ବ୍ୟାପକ କରାଯାଇଛି । ଗ୍ରାମବାସୀଙ୍କୁ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ସାମଗ୍ରୀ ଦେଖିବାକୁ ମିଳିଲେ ତୁରନ୍ତ ସୁରକ୍ଷାବଳକୁ ସୂଚନା ଦେବା ପାଇଁ ମଧ୍ୟ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.