ETV Bharat / bharat

ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ, ବିଲ ଦେବାକୁ ଅମଙ୍ଗ ଗାଁ ଲୋକ

ବିଜୁଳି ବିଲ ଦେବାକୁ ଅମଙ୍ଗ ଗ୍ରାମବାସୀ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମାଗଣା ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନରେ କଂଗ୍ରେସ ବାଜି ମାରି ନେଲା ଏବେ ପ୍ରତିଶ୍ରୁତି ପାଳନର ସମୟ ତେଣୁ ଆମେ ବିଜୁଳି ବିଲ ଦେବୁ ନାହୁଁ । ଏମିତି କିଛି କହିଛନ୍ତି କର୍ଣ୍ଣାଟକର ଚିତ୍ରାଦୁର୍ଗ ଅଞ୍ଚଳ ଜାଲିକାଟ୍ଟେ ଗ୍ରାମବାସୀ । ଅଧିକ ପଢନ୍ତୁ

ବିଲ ଦେଉନାହାନ୍ତି ଗାଁଲୋକ
Villagers refusing to pay electricity bills
author img

By

Published : May 16, 2023, 9:09 AM IST

Updated : May 16, 2023, 9:51 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରାଦୁର୍ଗର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗାଁର କିଛି ଲୋକ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଯେଉଁଥିଲେ ବିଜୁଳି ବିଲ୍‌ ଦେବାକୁ ମନା କରୁଛନ୍ତି ଗାଁ ଲୋକ । କାରଣ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ କ୍ଷମତାକୁ ମାଗଣ ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯେହେତୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହୋଉଛି ତେଣୁ ତାକୁ ପ୍ରତିଶ୍ରୁତି ପାଳନ କରିବାକୁ ହେବ । ଚିତ୍ରାଦୁର୍ଗର ଅଞ୍ଚଳର ଜାଲିକାଟ୍ଟେ ଗ୍ରାମବାସୀ ବିଜୁଳି ବିଲ୍‌ ଦେବାକୁ ମନା କରୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Karnataka CM tussle: ହାଇକମାଣ୍ଡଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ, ଦିଲ୍ଲୀ ଗଲେନି ଡି.କେ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମାତ୍ର ରାଜ୍ୟରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି ଜାଲିକାଟ୍ଟେ ଓ ଚିତ୍ରାଦୁର୍ଗର ଗାଁ ଲୋକ ବିଜୁଳି ବିଲ ଦେବାକୁ ମନା କରୁଛନ୍ତି । ବିଲ୍‌ ଆଦାୟ କରିବାକୁ ଆସିଥିବା କର୍ମଚାରୀଙ୍କୁ ବିଲ୍‌ ଦେବାକୁ ମନା କରିଛନ୍ତି ଗ୍ରାମବାସୀ କାରଣ କଂଗ୍ରେସ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଯଦି କଂଗ୍ରେସ ରାଜ୍ୟରେ ସରକାର ଗଠନ କରେ ତେବେ ମାଗଣା ବିଦ୍ୟୁତ ଦେବ ବୋଲି କହିଥିଲା ତେଣୁ ଆମେ ବିଲ ଦେବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ମାଗଣା ବିଜୁଳି ପାଇଁ ଆମକୁ କୌଣସି ନିର୍ଦ୍ଦେଶ ହୋଇନାହିଁ ମିଟର ରିଡର ଯେତେ କହିଥିଲେ ସୁଦ୍ଧା ଗାଁ ଲୋକ ଶୁଣିବାକୁ ନାରାଜ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

  • Villagers in Chitradurga refuse to pay electricity bill. Exhort others also not to pay! They tell the bill collector that Congress had promised them free electricity, as soon as they came to power… Go take it from them (Congress), they say…

    If Congress doesn’t give a CM soon,… pic.twitter.com/FNgGtwdPHM

    — Amit Malviya (@amitmalviya) May 15, 2023 " class="align-text-top noRightClick twitterSection" data=" ">

ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, '' ଚିତ୍ରାଦୁର୍ଗା ଗାଁ ଲୋକ ବିତ୍ୟୁତ ବିଲ ଦେବାକୁ ମନା କରୁଛନ୍ତି ଏହା ସହ ଅନ୍ୟମାନଙ୍କୁ ମଧ୍ୟ ନ ଦେବାକୁ କହୁଛନ୍ତି । କଂଗ୍ରେସଠୁ ବିଲ ନେବାକୁ କହୁଛନ୍ତି ବିଲ ଆଦାୟକାରୀଙ୍କୁ କହୁଛନ୍ତି । ଯେହେତୁ କଂଗ୍ରେସ କ୍ଷମତାକୁ ଆସିଲେ ତାଙ୍କୁ ମାଗଣା ବିଜୁଳି ଦେବ ବୋଲି କହିଥିଲା । କିଏ ମୁଖ୍ୟମନ୍ତ୍ରୀ ହେବ କଂଗ୍ରେସ ଏଯାଏଁ ସ୍ଥିର କରି ପାରୁନାହିଁ । ଯଦି ଏହା ଜଲଦି ନହୁଏ ତେବେ ସାରା ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ ।''

ଏହା ବି ପଢନ୍ତୁ...Karnataka Polls: କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି, ସରକାର ଗଢ଼ିଲେ ମାଗଣା ବିଜୁଳି ସହ ମିଳିବ ବେକାରୀ ଭତ୍ତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ମେ 2 ତାରିଖରେ ନିର୍ବାଚନୀ ଇସ୍ତାହାର ଜାରି କରିଥିଲା କଂଗ୍ରେସ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିର୍ବାଚନୀ ଇସ୍ତାହାରରେ ମାଗଣା ବିଦ୍ୟୁତ, ମହିଳା ଭତ୍ତା, ବେକାରୀ ଭତ୍ତା ଓ ସରକାରୀ ବସ୍‌ରେ ମହିଳାଙ୍କୁ ମାଗଣା ଯାତାୟତ ନେଇ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କ୍ଷମତାକୁ ଆସିଲେ ପ୍ରତି ଘରକୁ 200 ୟୁନିଟ ମାଗଣା ବିଦ୍ୟୁତ ଯୋଗାଇ ଦେବ ବୋଲି କହିଥିଲା ଦଳ ।

ପ୍ରକାଶଥାଉ କି, ମେ 10 ତାରିଖରେ 224 ଆସନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ କଂଗ୍ରେସକୁ 136 ଆସନ ସହ ପୂର୍ଣ୍ଣ ବହୁମତ ମିଳିଥିଲା । କଂଗ୍ରେସକୁ 43 ପ୍ରତିଶତ ଭୋଟ ମିଳିଥିଲା । ବିଜେପି ମାତ୍ର 65 ଓ ଜେଡିଏସକୁ 19ଟି ଆସନରେ ବିଜୟ ମିଳିଥିଲା ।

Last Updated : May 16, 2023, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.