ETV Bharat / bharat

ପରମ୍ପରା ନା ଅନ୍ଧବିଶ୍ବାସ, ଗ୍ରାମଦେବତୀଙ୍କ କ୍ରୋଧରୁ ରକ୍ଷା ପାଇବାକୁ ଜଙ୍ଗଲରେ ବିତେ 12 ଘଣ୍ଟା - ବିହାର ଖବର

ପରମ୍ପରାରେ ବନ୍ଧା ଜୀବନ । ବୈଶାଖର ନବମୀ ତିଥୀରେ 12 ଘଣ୍ଟା ପାଇଁ ଘର ଛାଡି ଜଙ୍ଗଲକୁୁ ଚାଲି ଯାଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ପରମ୍ପରାରେ ବନ୍ଧା ଜୀବନ, ଗ୍ରାମଦେବତୀଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଗାଁ ଛାଡି ଜଙ୍ଗଲରେ ବିତେ 12 ଘଣ୍ଟା

author img

By

Published : May 12, 2022, 10:47 AM IST

ପାଟନା: ଏବେବି ଗ୍ରାମବାସୀ ବିଶ୍ବାସ କରୁଛନ୍ତି ହଜାର ବର୍ଷର ପୁରୁଣା ଓ ବିଚିତ୍ର ପରମ୍ପରା । ବୈଶାଖର ନବମୀ ତିଥୀରେ 12 ଘଣ୍ଟା ପାଇଁ ଘର ଛାଡି ଚାଲି ଯାଉଛନ୍ତି ଜଙ୍ଗଲକୁୁ । ଏପରି ଏକ ପୂରାତନ ତଥା ବିଚିତ୍ର ପରମ୍ପରା ଦେଖିବାକୁ ମିଳିଛି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଗାହା ନାଉରଙ୍ଗିଆ ଗ୍ରାମରେ । ପରମ୍ପରା ଅନୁସାରେ, ଏଠାରେ ବୈଶାଖର ନବମୀ ତିଥୀରେ ଗାଁର ଲୋକମାନେ ନିଜ ଘର ଛାଡି 12 ଘଣ୍ଟା ପାଇଁ ଜଙ୍ଗଲକୁ ଚାଲି ଯିବାର ପରମ୍ପରାରେ ବିଶ୍ବାସ ରହିଆସିଛି । ବିଶ୍ବାସ ରହିଛି ଯେ, ଏପରି କରିବା ଦ୍ବାରା ଗ୍ରାମ ଦେବୀଙ୍କୁ ସନ୍ତୁଷ୍ଟ କରାଯାଇଥାଏ ।

ପରମ୍ପରାରେ ବନ୍ଧା ଜୀବନ, ଗ୍ରାମଦେବତୀଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଗାଁ ଛାଡି ଜଙ୍ଗଲରେ ବିତେ 12 ଘଣ୍ଟା
ପରମ୍ପରାରେ ବନ୍ଧା ଜୀବନ, ଗ୍ରାମଦେବତୀଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଗାଁ ଛାଡି ଜଙ୍ଗଲରେ ବିତେ 12 ଘଣ୍ଟା

ଏହି ସମୟରେ ଗାଁରେ କୌଣସି ବାସିନ୍ଦାଙ୍କ ଉପସ୍ଥିତି ନଥିବାରୁ ଏକ ଅଦ୍ଭୂତପୂର୍ବ ନୀରବ ପରିବେଶ ସୃଷ୍ଟି ହୁଏ, ଯାହା ଗ୍ରାମଦେବତୀଙ୍କୁ ସନ୍ତୁଷ୍ଟ କରିଥାଏ । ଫଳରେ ଦେବୀଙ୍କ କ୍ରୋଧିତ ଶକ୍ତିରୁ ଗ୍ରାମବାସୀ ରକ୍ଷା ପାଇଥାନ୍ତି ବୋଲି ବିଶ୍ବାସ ରହିଆସିଛି । ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ ଥାରୁ ସମ୍ପ୍ରଦାୟ ଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ଏହା ଏବେ ମଧ୍ୟ ବିଶ୍ବାସର ସହ ପ୍ରଚଳିତ ହୋଇ ଚାଲିଛି । ଆଧୁନିକତାର ଯୁଗରେ ମଧ୍ୟ ଏହି ଗାଁର ଲୋକମାନେ ବିଶ୍ବାସ ଓ ପରମ୍ପରାକୁ ପାଥେୟ କରି ଅନ୍ଧବିଶ୍ୱାସକୁ ଆଦରି ବସିଛନ୍ତି ବୋଲି ସମାଲୋଚକ ମତ ପ୍ରକାଶ କରିଛନ୍ତି ।

ତେବେ ଲୋକଙ୍କ ବିଶ୍ବାସରେ କିନ୍ତୁ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ଲୋକ କଥା ଆଧାରରେ କୁହାଯାଏ, ପୂର୍ବରୁ ଗାଁରେ ମହାମାରୀ ବ୍ୟାପୁଥିଲା । ଗାଁରେ ଅନେକ ସମୟରେ ଅଗ୍ନିକାଣ୍ଡ ମଧ୍ୟ ଘଟୁଥଲା । ସେହପରି ହଇଜା ଓ କଲେରା ଭଳି ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ପ୍ରତିବର୍ଷ ଗାଁରେ ଗ୍ରାମବାସୀଙ୍କ ଜୀବନ ନେଉଥିଲା । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ସାଧୁ ଏଠାରେ ସାଧନା କରିବା ସହ ଏପରି କରି ଗ୍ରାମଦେବତୀଙ୍କୁ ସନ୍ତୁଷ୍ଟ କରିବାର ଏହି ପରମ୍ପରାର ପ୍ରଚଳନ କରିଥିଲେ । ସେବେଠାରୁ ଏହାକୁ ନିଷ୍ଠାପର ଭାବେ ଗ୍ରାମବାସୀମାନେ ପ୍ରତି ବର୍ଷ ପାଳନ କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.