ETV Bharat / bharat

ବିକାଶ ଦୁବେଙ୍କ ଜୀବନୀକୁ ନେଇ ଫିଲ୍ମ, ବିରୋଧ କଲେ ପତ୍ନୀ ରିଚା ଦୁବେ

author img

By

Published : Jan 17, 2021, 4:08 PM IST

ମୃତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ଜୀବନୀକୁ ନେଇ ଏକ ବହି ଲେଖିଥିବା ଲେଖକ ଏବଂ ଫିଲ୍ମ ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ବିକାଶ ଦୁବେଙ୍କ ପତ୍ନୀ ରିଚା ଦୁବେ । ଅଧିକ ପଢନ୍ତୁ...

ବିକାଶ ଦୁବେଙ୍କ ଜୀବନିକୁ ନେଇ ନିର୍ମିତ ଫିଲ୍ମକୁ ପତ୍ନୀ ରିଚା ଦୁବେଙ୍କ ବିରୋଧ

ଲକ୍ଷ୍ନୌ: ଚଳଚ୍ଚିତ୍ର ନିର୍ମାତାଙ୍କୁ ଆଇନଗତ ନୋଟିସ ପଠାଇଲେ ମୃତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ପତ୍ନୀ । ମୃତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ଜୀବନୀକୁ ନେଇ ଏକ ବହି ଲେଖିଥିବା ଲେଖକ ଏବଂ ଫିଲ୍ମ ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ବିକାଶ ଦୁବେଙ୍କ ପତ୍ନୀ ରିଚା ଦୁବେ ।

ସେ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ନୋଟିସ୍ ପଠାଇଛନ୍ତି । ଏହାସହ ସେ କହିଛନ୍ତି, ଯଦି 7 ଦିନ ମଧ୍ୟରେ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ନମିଳେ ତେବେ ସେ ହାଇକୋର୍ଟରେ ଏକ ଆବେଦନ କରିବେ। ତେବେ ରିଚାଙ୍କ ଓକିଲ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଛନ୍ତି।

ସେହିପରି ତାଙ୍କ ଓକିଲଙ୍କ କହିବା ଅନୁଯାୟୀ, ବିକ୍ରୁ ଘଟଣାକୁ ନେଇ ଲେଖାହୋଇଥିବା ‘ ମୈ କାନପୁର ୱାଲା’ ନାମକ ପୁସ୍ତକ ଏବଂ ‘ହାନକ’ ନାମକ ଚଳଚ୍ଚିତ୍ର ତାଙ୍କ ପରିବାରର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି। ଏହାଛଡା ବହି ଲେଖିବା ଏବଂ ଫିଲ୍ମ ନିର୍ମାଣ ପୂର୍ବରୁ ରିଚା ଦୁବେ ଏବଂ ତାଙ୍କ ପରିବାରର ଅନୁମତି ନିଆଯାଇନାହିଁ । ଯାହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ ଅଟେ ବୋଲି ସେ ଅଭିଯୋଗ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ପରିବାର ଲୋକ ଏହା ବିଷୟରେ ଜାଣିଥିଲେ। ଯାହାକୁ ନେଇ ସେମାନେ ଲେଖକ ଏବଂ ଫିଲ୍ମ ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.