ETV Bharat / bharat

ସମୀର ୱାଙ୍ଖଡେଙ୍କ ସ୍ଥାନ ନେଲେ ବିଜେନ୍ଦ୍ର ସିଂହ - ସମୀର ୱାଙ୍ଖଡେଙ୍କ ଜାଗାରେ ବିଜେନ୍ଦ୍ର ସିଂହ

ଏନସିବି(NCB)ରୁ ସମୀର ୱାଙ୍ଖଡେ ବିଦା ହେବା ପରେ ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ବିଜେନ୍ଦ୍ର ସିଂହ । ଅଧିକ ପଢନ୍ତୁ

ସମୀର ୱାଙ୍ଖଡେଙ୍କ ସ୍ଥାନ ନେଲେ ବିଜେନ୍ଦ୍ର ସିଂହ

author img

By

Published : Jan 5, 2022, 8:25 AM IST

ମୁମ୍ବାଇ: କାର୍ଯ୍ୟକାଳ ଶେଷ ହେବା ପରେ ଏନସିବି(NCB)ରୁ ବିଦା ହୋଇଛନ୍ତି ସମୀର ୱାଙ୍ଖଡେ । ସେ ରାଜସ୍ବ ଇଣ୍ଟେଲିଜେନ୍ସ ବିଭାଗ( Directorate of Revenue Intelligenc)କୁ ଫେରିଯିବା ପରେ ଏବେ ତାଙ୍କ ସ୍ଥାନ ନେଇଛନ୍ତି ଆଇଆରଏସ ଅଫିସର ବିଜେନ୍ଦ୍ର ସିଂହ (IRS officer Vijendra Sing) । ମଙ୍ଗଳବାର ବିଜେନ୍ଦ୍ର ସିଂ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି(Vijendra Singh takes charge as NCB zonal director) ।

ଏହା ବିଜେନ୍ଦ୍ର ସିଂଙ୍କ ଲାଗି ଅତିରିକ୍ତ ଚାର୍ଜ ହେବ ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି । କହିରଖୁଛୁ କି, ଡିସେମ୍ବର ୩୧ରେ ୱାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନିଜ କାର୍ଯ୍ୟକାଳ ମଧ୍ୟରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ୱାଙ୍ଖଡେ । ଯାହାପରେ ସେ ଲାଗାତାର ମହାରାଷ୍ଟ୍ର ଶାସକ ଦଳ ମନ୍ତ୍ରୀଙ୍କ ଟାର୍ଗେଟରେ ରହିଥିଲେ ।

ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ୱାଙ୍ଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ଆରୋପ ଲଗାଇ ଥିଲେ । ପୂର୍ବରୁ ଅନୁମାନ କରାଯାଉଥିଲା କି, କେନ୍ଦ୍ର ସରକାର ୱାଙ୍ଖଡେଙ୍କ ଚାକିରି କାଳକୁ ସମ୍ପ୍ରସାରଣ କରିପାରନ୍ତି । ହେଲେ ବିବାଦରେ ଛନ୍ଦି ହୋଇଯାଇଥିବା ଏହି ବରିଷ୍ଠ ଆଇଆରଏସ ଅଧିକାରୀଙ୍କ କ୍ଷେତ୍ରରେ ସେପରି କିଛି ଘଟି ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.