ETV Bharat / bharat

ଡିଏମଡିକେ ନେତା ବିଜୟକାନ୍ତ ମେଡିକାଲରେ ଭର୍ତ୍ତି

author img

By

Published : May 19, 2021, 3:05 PM IST

ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି ହେଲେ ଡିଏମଡିକେ ପ୍ରତିଷ୍ଠାତା ବିଜୟକାନ୍ତ । ଅଧିକ ପଢନ୍ତୁ...

ଡିଏମଡିକେ ନେତା ବିଜୟକାନ୍ତ ମେଡିକାଲରେ ଭର୍ତ୍ତି
ଡିଏମଡିକେ ନେତା ବିଜୟକାନ୍ତ ମେଡିକାଲରେ ଭର୍ତ୍ତି

ଚେନ୍ନାଇ: ଡିଏମଡିକେ ପ୍ରତିଷ୍ଠାତା ତଥା ବରିଷ୍ଠ ନେତା ବିଜୟକାନ୍ତ ମେଡିକାଲରେ ଭର୍ତ୍ତି । ବୁଧବାର ଭୋର 3 ଟା 30ମିନିଟ ସମୟରେ ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇ MIOT ହସ୍ପିଟାଲକୁ ଅଣାଯାଇଛି । ସେଠାରେ ତାଙ୍କର ନିୟମିତ ମେଡିକାଲ ଟେଷ୍ଟ କରାଯିବ ।

ତେବେ ବର୍ତ୍ତମାନ ବିଜୟକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । 2 ରୁ 3 ଦିନ ଯାଏଁ ତାଙ୍କୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯିବା ପରେ ମେଡିକାଲରୁ ଡିସଚାର୍ଜ କରାଯିବ । ସୂଚନାଥାଉ କି, ଗତବର୍ଷ ସେପ୍ଟେମ୍ବର ମାସରେ ବିଜୟକାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.