ETV Bharat / bharat

ବିଜୟ ଦିବସ: ଆଜିର ଦିନରେ ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇ ଥିଲା ପାକିସ୍ତାନ ସୈନ୍ୟ

Vijay Diwas: 1971 ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟ ସ୍ମୃତିକୁ ସମ୍ମାନ ଜଣାଇ ପ୍ରତି ବର୍ଷ ଡିସେମ୍ବର 16 ତାରିଖରେ ପାଳନ କରାଯାଏ ବିଜୟ ଦିବସ । ଅଧିକ ପଢନ୍ତୁ

Vijay Diwas
Vijay Diwas
author img

By ETV Bharat Odisha Team

Published : Dec 16, 2023, 11:21 AM IST

ହାଇଦ୍ରାବାଦ: ପ୍ରତିବର୍ଷ ଡିସେମ୍ବର 16 ତାରଖକୁ ବିଜୟ ଦିବସ ଭାବେ ପାଳନ କରାଯାଏ । ଆଜି ଐତିହାସିକ ୧୯୭୧ ଭାରତ-ପାକ ଯୁଦ୍ଧ ପୂରଣ କରିଛି 52 ବର୍ଷ । ଆଜିର ଦିନରେ ଅର୍ଥାତ 1971 ଯୁଦ୍ଧରେ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନୀ ସେନା । ଐତହାସିକ ଯୁଦ୍ଧରେ ବିଜୟୀ ହୋଇଥିବା ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିବସ ପାଳନ କରିଥାଏ ଭାରତ । ବିଜୟୀ ଭାରତୀୟ ସୈନ୍ୟଙ୍କ ପରାକ୍ରମକୁ ମନେ ପକାଇ ସ୍ବର୍ଣ୍ଣିମ ଦିବସ ପାଳନ କରୁଛି ସାରା ଦେଶ ।

ପୂର୍ବ ଏବଂ ପଶ୍ଚିମ ପାକିସ୍ତାନ: 1970 ମସିହାରେ ପାକିସ୍ତାନରେ ନିର୍ବାଚିତ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପୂର୍ବ ପାକିସ୍ତାନ ଆୱାମୀ ଲିଗ୍ ବହୁ ସଂଖ୍ୟକ ଆସନ ଜିତି ସରକାର ଗଠନ କରିବା ପାଇଁ ଦାବି କରିଥିଲେ । କିନ୍ତୁ ଜୁଲଫିକର ଅଲି ଭୁଟ୍ଟୋ (ପାକିସ୍ତାନ ପିପୁଲ୍ସ ପାର୍ଟି) ଏଥିରେ ସହମତ ନଥିଲେ । ତେଣୁ ସେ ବିରୋଧ କରିବା ଆରମ୍ଭ କରିଥିଲେ । ସେତେବେଳେ ସମୟାନୁସାରେ ପରିସ୍ଥିତି ବିଗିଡିବା କାରଣରୁ ସେନାର ବ୍ୟବହାର ଆବଶ୍ୟକ ପଡିଥିଲା । ପରେ ପୂର୍ବ ପାକିସ୍ତାନର ଆୱାମୀ ଲିଗର ଶେଖ ମୁଜିବୁର ରହମାନଙ୍କୁ ଗିରଫ କରାଯାଇଥିଲା। ଏହା ପର ଠାରୁ ହିଁ ପୂର୍ବ ଏବଂ ପାକିସ୍ତାନ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା ।

ଯୁଦ୍ଧର କାରଣ: ଯୁଦ୍ଧ ସମୟରେ ଭାରତରେ ଇନ୍ଦରା ଗାନ୍ଧୀ ପ୍ରଧାନମନ୍ତ୍ରୀ ରହିଥିଲେ । ପୂର୍ବ ପାକିସ୍ତାନର ଶରଣାର୍ଥୀମାନେ ଭାରତ ଆସିଥିଲେ ଏବଂ ସେମାନେ ଭାରତର ପଡୋଶୀ ଦେଶରୁ ଆସିଥିବାରୁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଇଥିଲା । ବାଂଲାଦେଶର ପାକିସ୍ତାନୀ ସେନାର ବର୍ବରତା ଓ ନରସଂହାର ଫଳରେ ଲକ୍ଷାଧିକ ବାଂଲାଦେଶୀ ଦେଶ ଛାଡି ଭାରତ ମୁହାଁ ହୋଇଥିଲେ। ଏହା ଦେଖିବା ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ପାଇଁ ଧମକ ଦେଇଥିଲା। ପରେ ପ୍ରଥମେ 1971 ମସିହା ଡିସେମ୍ବର 3 ତାରିଖରେ ଭାରତର ଅନେକ ସହର ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟରାତ୍ରିରେ ଦେଶକୁ ସମ୍ବୋଧିତ କରି ପାକିସ୍ତାନର ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ ଏବଂ ଯୁଦ୍ଧ ମଧ୍ୟ ଘୋଷଣା କରିଥିଲେ । 1971 ମସିହା ଡିସେମ୍ବର 3 ତାରିଖରେ 11 ଭାରତୀୟ ଏୟାରବେସରେ ପାକିସ୍ତାନ ବାୟୁ ମାର୍ଗରୁ ଅର୍ଥାତ ଏୟାର ଷ୍ଟ୍ରାଇକ କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ରକ୍ତର ନଦୀ ବୋହିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: Vijay Diwas 2021: ସ୍ବର୍ଣ୍ଣିମ ଇତିହାସକୁ ମନେପକାଉଛି ଦେଶ

ଆଣ୍ଠୁ ମାଡିଥିଲା ପାକିସ୍ତାନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ 1971 ମସିହା ଡିସେମ୍ବର 3 ତାରିଖରେ ଆରମ୍ଭ କରିଥିବା ବେଳେ ଯୁଦ୍ଧ 13 ଦିନ ଧରି ଚାଲିଥିଲା । ଇନ୍ଦିରା ଗାନ୍ଧୀଙ୍କ ଶାସନକାଳରେ ଏହି ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର 16 ତାରିଖରେ ଯୁଦ୍ଧ ଶେଷ ହୋଇଥିଲା । ସୂଚନାଯୋଗ୍ୟ ଯେ, ଏହି ଯୁଦ୍ଧ ଶେଷ ହେବା ପରେ 93000 ପାକିସ୍ତାନୀ ସେନା ଆତ୍ମସମର୍ପଣ କରିଥିଲେ। 1971 ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ତେବେ ଯୁଦ୍ଧରେ ବିଜୟୀ ହୋଇଥିଲେ ହେଁ 3900 ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ପ୍ରାୟ 9 ହଜାର 851ଜଣ ଆହତ ମଧ୍ୟ ହୋଇଥିଲେ । ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇଥିବା ମୁଜିବୁର ରେହମାନ ସ୍ବତନ୍ତ୍ର ବାଂଲାଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ପରେ ଭାରତ ଓ ବାଂଲାଦେଶର ସମ୍ପର୍କ ମଧ୍ୟ ବୃଦ୍ଧି ପାଇଥିଲା ।

ବାଲାଂଦେଶର ଗଠନ: ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନକୁ ଏକ ନୂଆ ରାଷ୍ଟ୍ର ଗଠନ କରିବା ପାଇଁ ଘୋଷଣା କରିଥିଲେ । ଯାହା ଫଳରେ ବାଲାଂଦେଶ ଗଠନ ହୋଇଥିଲା । ଡିସେମ୍ବର 16 ତାରିଖରେ ବାଂଲାଦେଶର ଗଠନ ହୋଇଥିଲା ଏବଂ ପୂର୍ବ ପାକିସ୍ତାନ ସ୍ବାଧୀନତା ପାଇଥିଲା । ପାକିସ୍ତାନ ଉପରେ ବିଜୟୀ ହୋଇଥିଲା ଭାରତ । ଭାରତୀୟ ସେନା ସାମ୍ନାରେ ପରାଜୟ ସ୍ବୀକାର କରିଥିଲା ପାକିସ୍ତାନ ।

2 ବିଶ୍ବଯୁଦ୍ଧ ପରେ ଏହା ବଡ ସାମରିକ ଆତ୍ମସମର୍ପଣ: ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇ ଥିଲା ପାକିସ୍ତାନ । 2 ବିଶ୍ବଯୁଦ୍ଧ ପରେ ଏହା ବଡ ସାମରିକ ଆତ୍ମସମର୍ପଣ । ଏହି ଯୁଦ୍ଧରେ 3 ସଶସ୍ତ୍ର ବାହିନୀ ମିଳିତ ଭାବେ ଏହି ଯୁଦ୍ଧରେ ଲଢିଥିଲେ ।

ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା:

ଇନ୍ଦିରା ଗାନ୍ଧୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ସେତେବେଳର ପ୍ରଧାନମନ୍ତ୍ରୀ ରହିଥିଲେ ଇନ୍ଦିରା ଗାନ୍ଧୀ। ପୂର୍ବ ପାକିସ୍ତାନକୁ ଅଲଗା କରି ବାଲାଂଦେଶ ଗଠନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

ଆର ଏନ କାଓ: ଭାରତୀୟ ଗୁଇନ୍ଦା ସଂସ୍ଥା ର'ର ମୁଖ୍ୟ ଥିଲେ ଆର ଏନ କାଓ । ଯୁଦ୍ଧରେ ତାଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ବାଂଲାଦେଶର ବାସ୍ତୁକାର ଆଖ୍ୟା ଅର୍ଜନ କରିଥିଲେ ।

ମୁଜିବୁର ରହମାନ: ବାଂଲାଦେଶ ମୁକ୍ତି ଆନ୍ଦୋଳନ ପଛରେ ରହମାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୂର୍ବ ପାକିସ୍ତାନ ମୁସଲିମ୍ ଷ୍ଟୁଡେଣ୍ଟସ୍ ଲିଗର ଯୁଗ୍ମ ସଚିବ ଥିଲେ।

ୟାହୟା ଖାନ: ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ରହିଥିଲେ। ପରାଜୟ ପରେ ଇସ୍ତଫା ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.