ETV Bharat / bharat

ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ସ୍ଥଳରେ ହେଲା ଭିଡିଓଗ୍ରାଫି ସର୍ଭେ - ଉତ୍ତର ପ୍ରଦେଶ ଖବର

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ସଲଗ୍ନ ଜ୍ଞାନବ୍ୟାପୀ ମସଜିଦ ପରିସରେ ସ୍ଥିତ ଶୃଙ୍ଗାର ଗୌରୀ ଦର୍ଶନ ମାମଲାରେ ଆଜି ଦ୍ୱିତୀୟ ଦିନ ପାଇଁ ଶୁଣାଣି କରିଛନ୍ତି କମିଶନ । ଅଧିକ ପଢନ୍ତୁ

ଜ୍ଞାନବ୍ୟାପୀ ମସଜି-ଶୃଙ୍ଗାର ଗୌରୀ ସ୍ଥଳରେ ହେଲା ଭିଡିଓଗ୍ରାଫି ସର୍ଭେ

author img

By

Published : May 7, 2022, 10:44 PM IST

ଲକ୍ଷ୍ନୌ: ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପରିସରର ସଂଲଗ୍ନ ଜ୍ଞାନବ୍ୟାପୀ ମସଜିଦ ପରିସରସ୍ଥିତ ଶୃଙ୍ଗାର ଗୌରୀ ଦର୍ଶନ ମାମଲାରେ ଆଜି ଦ୍ୱିତୀୟ ଦିନ ପାଇଁ ଶୁଣାଣି କରିଛନ୍ତି କମିଶନ । ତେବେ ଆଜି ପୁରା ଦିନ ମାମଲାର ଶୁଣାଣି ପରେ ଓକିଲ କମିଶନର ଅଜୟ କୁମାର ମିଶ୍ରଙ୍କ ସମେତ ଉଭୟ ହିନ୍ଦୁ ଏବଂ ମୁସଲମାନ ପକ୍ଷରୁ ମିଳିତ ଭାବେ 18 ଜଣିଆ ଟିମ ମସଜିଦ ଓ ଶୃଙ୍ଗାରଗୌରୀ ପୀଠରେ ଭିତରେ ପ୍ରବେଶ କରି ସର୍ଭେ କରିଛନ୍ତି । ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି ।

ଆଜି ସର୍ଭେରେ ଭିଡିଓ ଗ୍ରାଫିରେ ଅଂଶଗ୍ରହଣ କରିଥିବା ଦୁଇ ଭିଡିଓ ଗ୍ରାଫର ଇଟିଭି ଭାରତ ସମ୍ବାଦଦାତାଙ୍କ ସହ କଥା ହୋଇଛନ୍ତି । ଆଜିର ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ଭିଡିଓଗ୍ରାଫରମାନେ କହିଛନ୍ତି ଯେ ପ୍ରଥମ ଦିନରେ ମସଜିଦର ପଶ୍ଚିମ ପ୍ରାନ୍ତର କାନ୍ଥର ଭିଡିଓଗ୍ରାଫି ଶେଷ ହୋଇଛି । ଏହା ହେଉଛି ମସଜିଦର ସେହି ସମାନ ଅଂଶ ଯେଉଁଠାରେ ମା’ ଶୃଙ୍ଗାର ଗୌରୀଙ୍କ ମନ୍ଦିର ଅବସ୍ଥିତ ।

ଅନ୍ୟପଟେ ଏହି ମାମଲାର ଓକିଲ କମିଶନର ଅଜୟ ମିଶ୍ରଙ୍କୁ ପରିବର୍ତ୍ତନ କରିବା ପାଇଁ ଦାଏର ହୋଇଥିବା ଆବେଦନ ଶୁଣାଣି ବେଳେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 9 ତାରିଖକୁ ସ୍ଥିର କରିଛନ୍ତି । 3 ଦିନର ସର୍ଭେ ଏବଂ ଭିଡିଓଗ୍ରାଫି ପ୍ରକ୍ରିୟା ପରେ 10 ମେ’ ରେ ଏହି ପୁରା ଘଟଣାର ରିପୋର୍ଟ ଦାଖଲ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.