ETV Bharat / bharat

କୃଷକ ଆନ୍ଦୋଳନରେ ହିଂସା ସୃଷ୍ଟି ଷଡଯନ୍ତ୍ର ଅଭିଯୋଗରେ ଯୁବକ ଅଟକ

author img

By

Published : Jan 23, 2021, 7:33 PM IST

ସିଙ୍ଘୁ ସୀମାରେ ଶୁକ୍ରବାର ରାତିରେ କୃଷକ ଆନ୍ଦୋଳନରେ ହୋଇଥିବା ରକ୍ତପାତର ଷଡଯନ୍ତ୍ରରେ ଯୋଗେଶ ନାମକ ଯୁବକ ଗିରଫ । ଅଧିକ ପଢନ୍ତୁ ...

କୃଷକ ଆନ୍ଦୋଳନରେ ହିଂସା ସୃଷ୍ଟି ଷଡଯନ୍ତ୍ର ଅଭିଯୋଗରେ ଯୁବକ ଗିରଫ

ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ ଶୁକ୍ରବାର ରାତିରେ କୃଷକ ଆନ୍ଦୋଳନରେ ହୋଇଥିବା ରକ୍ତପାତର ଷଡଯନ୍ତ୍ରରେ ଯୋଗେଶ ନାମକ ଯୁବକକୁ ଗିରଫ କରାଯାଇଥିବା ବେଳେ ସେ ଆଜି ପୋଲିସ ନିକଟରେ ତାର ବୟାନ ପରିବର୍ତ୍ତନ କରିଥିବା ଜଣା ପଡିଛି । ପ୍ରଥମେ ସେ ଏପରି କରାଯିବାର ଯୋଜନା କରିଥିବା କହିଥିବାବେଳେ ଏବେ ତାହା କୃଷକଙ୍କ ନିର୍ଯାତନା ଓ ଚାପ ଯୋଗୁ ସ୍ବୀକାର କରିଥିବା କହିଛି ଉକ୍ତ ଯୁବକ। ତେବେ ସେପରି କିଛି ଉଦ୍ଦେଶ୍ୟ ନଥିବା କଥା ସଫେଇ ଦେଇଛି ଯୁବକ ଜଣଙ୍କ ।

କୃଷକ ଆନ୍ଦୋଳନରେ ହିଂସା ସୃଷ୍ଟି ଷଡଯନ୍ତ୍ର ଅଭିଯୋଗରେ ଯୁବକ ଅଟକ

ଗତକାଲି ରାତିରେ ଏହି ଯୁବକକୁ ପୋଲିସ ଜିମା ଦେଇଥିଲେ ଚାଷୀ । ଯୁବକ ଜଣଙ୍କ କହିଥିଲା ଯେ 10 ଜଣ ସହଯୋଗୀ ଏଠାକୁ ଆସିବେ ଓ ଧାରଣାସ୍ଥଳରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଯୋଗାଇବେ । ଯାହା ଫଳରେ ହିଂସା ସୃଷ୍ଟି କରାଯିବାରେ ସେମାନେ ସଫଳ ହୋଇ ପାରିବେ ।

ଆହୁରି ମଧ୍ୟ ସେ କହିଥିଲା ଯେ ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନ ସ୍ଥଳରୁ ପୋଲିସ ଉପରକୁ ଗୁଳିମାଡ କରାଯିବ । ଫଳରେ ପୋଲିସ ମଧ୍ୟ ଚାଷୀଙ୍କ ଉପରେ ପାଲଟା ଗୁଳି କରିବାପାଇଁ ବାଧ୍ୟ ହେବ ବୋଲି ସେ କହିଥିଲା । ଗତକାଲି ଏ ବାବଦରେ ଏକ ଭିଡିଓ ଭାଇରାଲ ହେବା ପରେ ଚାଷୀମାନେ ଏହି ଯୁବକକୁ ପୋଲିସ ଜିମା ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ ତାର ବୟାନ ବଦଲାଇଥିବା ଜଣା ପଡିଛି । ଏମିତି କିଛି ଯୋଜନା ନଥିବା କହିବା ସହ କିଛି ଚାଷୀଙ୍କ ନିର୍ଯାତନା ଓ ଚାପରେ ସେ ଏସବୁ କଥା ବାଧ୍ୟ ହୋଇ ସ୍ବୀକାର କରିଥିବା କଥା ମଧ୍ୟ ପୋଲିସକୁ କହିଛି ।

ତେବେ ଏହି ଘଟଣା ଓ ଅଭିଯୋଗରେ କେତେ ସତ୍ୟତା ଅଛି ତାହା ଗୁରୁତର ସହ ତଦନ୍ତ କରୁଛି ହରିୟାଣା ପୋଲିସ । ପୋଲିସ ଟିମ ଏହି ମାମଲାର ଖୋଳତାଡ ଆରମ୍ଭ କରଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.