ETV Bharat / bharat

Amritpal Video Message: ୟୁପିରେ ରେକର୍ଡ, ୟୁକେରୁ ଅପଲୋଡ ହୋଇଛି ଅମ୍ରିତପାଲ ଜାରି କରିଥିବା ଭିଡିଓ

ଉତ୍ତର ପ୍ରଦେଶରେ ରେକର୍ଡ ଓ ବ୍ରିଟେନରୁ ଅପଲୋଡ ହୋଇଛି ଖଲିସ୍ତାନୀ ପଳାତକ ଅମ୍ରିତପାଲ ସିଂ ଜାରି କରିଥିବା ଭିଡିଓ । ଆଇପି ଆଡ୍ରେସ ମାଧ୍ୟମରେ ଲୋକେସନ ଟ୍ରାକ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Mar 31, 2023, 7:31 AM IST

ବ୍ରିଟେନରୁ ଅପଲୋଡ ହୋଇଛି ଖଲିସ୍ତାନୀ ପଳାତକ ଅମ୍ରିତପାଲ ସିଂ ଜାରି କରିଥିବା ଭିଡିଓ

ଚଣ୍ଡିଗଡ: ବ୍ୟାପକ ପୋଲିସ ଅଭିଯାନ ପରେ ମଧ୍ୟ ଫେରାର ହେବାରେ ସଫଳ ହୋଇଥିବା ଖଲିସ୍ତାନୀ ସପକ୍ଷବାଦୀ ସଂଗଠନ ନେତା ଅମ୍ରିତପାଲ ସିଂକୁ ମାର୍ଚ୍ଚ 18 ରୁ ପୋଲିସ ପଳାତକ ଘୋଷିତ କରିସାରିଛି । ତେବେ ଗତକାଲି ଏକ ଭିଡିଓ ଜାରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା ଅମ୍ରିତପାଲ । ତଦନ୍ତ ପରେ ଏହି ଭିଡିଓ ନେଇ ପୋଲିସର ବଡ ସୂଚନା ହସ୍ତଗତ ହୋଇଛି । ଅମ୍ରିତପାଲ ସିଂ ଜାରି କରିଥିବା ଭିଡିଓ ପଞ୍ଜାବ, ହରିୟାଣା କିମ୍ବା ଭାରତର କୌଣସି ସ୍ଥାନ ନୁହେଁ ବରଂ ବ୍ରିଟେନରୁ ଅପଲୋଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ହେଲେ ଏହି ଭିଡିଓ ଉତ୍ତର ପ୍ରଦେଶରେ ରେକର୍ଡ କରାଯାଇଛି ।

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସର ନିଷ୍କ୍ରିୟତା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ଯେ, ଏହି ଭିଡିଓଟି ବ୍ରିଟେନରୁ ଅପଲୋଡ ହୋଇଛି । ଭିଡିଓ ଅପଲୋଡ ହୋଇଥିବା ଡିଭାଇସର ଇଣ୍ଟରନେଟ ପ୍ରୋଟୋକଲ ଆଡ୍ରେସ (IP) ଆଧାରରେ ସାଇବର ସେଲ ଏହାର ଲୋକେସନ ଯାଞ୍ଚ କରିବା ସମୟରେ ଏହା ବ୍ରିଟେନର କୌଣସି ଏକ ସ୍ଥାନରୁ ୟୁଟ୍ୟୁବ ଚାନେଲ ମାଧ୍ୟମରେ ଇଣ୍ଟରନେଟରେ ଅପଲୋଡ ହୋଇଥିବା ଜଣାପଡିଛି ।

ତେବେ ଅନ୍ୟ ଏକ ସୂଚନା ଅନୁସାରେ ଏହି ଭିଡିଓଟି ବ୍ରିଟେନରୁ ଅପଲୋଡ ହୋଇଥିଲେ ସୁଦ୍ଧା ଉତ୍ତର ପ୍ରଦେଶରେ ପ୍ରସ୍ତୁତ ହୋଇଛି । ଏହାକୁ ଅପଲୋଡ କରାଯିବାର ପ୍ରାୟ 3 ଦିନ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ତେବେ ଯେଉଁ ୟୁଟ୍ୟୁବ ଚାନେଲରେ ଏହି ଭିଡିଓଟିକୁ ପ୍ରଥମେ ଅପଲୋଡ କରାଯାଇଥିଲା, ତାହା ଭାରତରେ ପୂର୍ବରୁ ବ୍ୟାନ ଘୋଷଣା କରାଯାଇଛି ।

ଗତକାଲି ଆସିଥିଲା ଅମ୍ରିତପାଲର ଭିଡିଓ:-

ମାର୍ଚ୍ଚ 18 ର ଘଟଣା ପରେ ଗତକାଲି (ବୁଧବାର) ପ୍ରଥମ ଥର ପାଇଁ ଅମ୍ରିତପାଲର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଅମୃତପାଲ କହିଛି ଯେ, ମାର୍ଚ୍ଚ 18ରେ ତାର ମାଲୱା ଠାରେ ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଘରୁ ବାହାରିଥିଲା । ତେବେ ବହୁ ସଂଖ୍ୟାରେ ପୋଲିସ ତାକୁ ଧରିବା ପାଇଁ ଡେରା ପକାଇଥିଲେ । ମାର୍ଚ୍ଚ 18 ଘଟଣା ପରେ ଇଣ୍ଟରନେଟ୍ ବନ୍ଦ ଥିବାରୁ ସେ ଲୋକଙ୍କ ସହ ଯୋଗାଯୋଗ କରିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ :- ଅମ୍ରିତପାଲ ଆତ୍ମସମର୍ପଣ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ଭିଡିଓରେ କହିଲା ମୋର କେହି କିଛି କରି ପାରିବେ ନାହିଁ

ଗତ ବୁଧବାର ଭିଡିଓ ଭାଇରାଲ ହେବା ପରେ ଅମ୍ରିତପାଲ ସିଂ ଆତ୍ମସମର୍ପଣ କରିବା ଚର୍ଚ୍ଚାର ଅନ୍ତ ଘଟିଥିଲା । ଜାରି ଭିଡିଓରେ ଅମ୍ରିତପାଲ କହିଥିଲା ସେ ଗିରଫ ହେବାପାଇଁ ଭୟଭୀତ ନୁହେଁ । ତାର କେହି କିଛି ବିଗାଡ଼ି ପାରିବେ ନାହିଁ । ସେହିପରି ସେ ନିଜ ଗିରଫଦାରୀକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ମଧ୍ୟ ଭିିଡିଓରେ ପ୍ରୟାସ କରିବାର ଅବସର ଛାଡି ନଥିଲା । ଏହା କେବଳ ତାର ଗିରଫଦାରୀ ହେବାକୁ ଯାଉନାହିଁ ବରଂ ସମଗ୍ର ଶିଖ୍‌ ସମ୍ପ୍ରଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହେବ ବୋଲି କହିଥିଲା ଅମ୍ରିତପାଲ । ସେହିପରି ତାକୁ ଗିରଫଦାରୀ ପାଇଁ ସରକାର ଯଦି ଚାହିଁଥିଲେ, ତାର ଘରୁ ତାକୁ ଗିରଫ କରିପାରିଥାନ୍ତେ । ଏପରି କାର୍ଯ୍ୟାନୁଷ୍ଠାନ ଫଳରେ ସମଗ୍ର ଶିଖ ସମାଜ ଉପରେ ଆକ୍ରମଣ ହୋଇଛି ବୋଲି ଅତି ଚତୁରତାର ସହ କହିଥିଲା ଅମ୍ରିତପାଲ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.