ETV Bharat / bharat

ଚୋରି କରି ଫସିଲା ଚୋର, ଟ୍ରେନରେ ଝୁଲି ରହିବାର ଭିଡିଓ ହେଲା ଭାଇରାଲ

author img

By ETV Bharat Odisha Team

Published : Jan 17, 2024, 8:56 PM IST

Thief hanging from moving train: ଯାତ୍ରୀଙ୍କ ଠାରୁ ଚୋରି କରିବା ଚୋରକୁ ପଡିଲା ମହଙ୍ଗା । ଯାତ୍ରୀ ମାନଙ୍କ ଦ୍ବାରା ଝରକାରେ ଝୁଲି ରହିବାର ଦୃଶ୍ୟ ହେଉଛି ଭାଇରାଲ । ଅଧିକ ପଢନ୍ତୁ

ଚୋରି କରି ଫସିଲା ଚୋର, ଟ୍ରେନରେ ଝୁଲି ରହିବାର ଭିଡିଓ ହେଲା ଭାଇରାଲ
ଚୋରି କରି ଫସିଲା ଚୋର, ଟ୍ରେନରେ ଝୁଲି ରହିବାର ଭିଡିଓ ହେଲା ଭାଇରାଲ
ଚୋରି କରି ଫସିଲା ଚୋର, ଟ୍ରେନରେ ଝୁଲି ରହିବାର ଭିଡିଓ ହେଲା ଭାଇରାଲ

ଭାଗଲପୁର: ଟ୍ରେନରେ ଚୋରି କରିବା ପଡିଲା ମହଙ୍ଗା । ଯାତ୍ରୀଙ୍କ ଠାରୁ ଚୋରି କରି ଚୋର ହେଲା ହିନସ୍ତା । ଏଭଳି ଘଟଣା ଘଟିଛି ବିହାରର ଭାଗଲପୁରରେ । ଭାଗଲପୁରରେ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ମହିଳା ଯାତ୍ରୀ ଫୋନରେ କଥା ହେଉଥିଲେ । ଏହାର ସୁଯୋଗ ନେଇ ଚୋର ଟି ଝରକା ଫାଙ୍କରେ ହାତ ଗଳାଇ ଉକ୍ତ ମହିଳାଙ୍କ ପର୍ସ କୁ ଚୋରି କରିବାକୁ ଉଦ୍ୟମ କରିଥିଲା । ମାତ୍ର ଦୁର୍ଭାଗ୍ୟ ବଶତଃ ଟ୍ରେନ ରେ ଯାତ୍ରା କରୁଥିବା ସହ ଯାତ୍ରୀ ମାନେ ଚୋରର ଦୁଇ ହାତକୁ ଧରି ପକାଇଥିଲେ । ଫଳରେ ଚୋର ଟି ଚଳନ୍ତା ଟ୍ରେନ ରେ ଦୀର୍ଘ ସମୟ ଧରି ଝୁଲି ରହିଥିଲା । ଏ ଘଟଣା ର ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ।

ଏ ସମ୍ପର୍କରେ ଭାଗଲପୁର ରେଲୱେର ଆରପିଏଫ ଇନ୍ସପେକ୍ଟର ରଣଧୀର କୁମାର କହିଛନ୍ତି ଯେ, ଏଭଳି କୌଣସି ବି ଘଟଣା ମୋର ନଜରକୁ ଆସି ନାହିଁ । ଏହାର ଯାଞ୍ଚ ଚାଲିଛି । ଜିଆରପି ସହିତ ମଧ୍ୟ କଥାବାର୍ତ୍ତା ହୋଇଛି । ଏଭଳି ମାମଲା ସାମନାକୁ ଆସିଲେ ଗଣମାଧ୍ୟମକୁ ଜଣାଯିବ । ସେହିପରି ଏକ ବର୍ଷ ପୂର୍ବେ ଏଭଳି ଘଟଣା ସାମନାକୁ ଆସିଥିଲା । ଜଣେ ଚୋରକୁ ଏଭଳି ଭାବେ ଚୋରି କରୁଥିବା ଅବସ୍ଥାରେ ଦୀର୍ଘ ସମୟ ଧରି ଟ୍ରେନରେ ଝୁଲିଥିଲା । ସୂଚନା ଯୋଗ୍ୟ ଯେ ଭାଗଲପୁର- ଜମାଲପୁର - ପୀରପେନ୍ତି ରେଲୱେ ରୁଟରେ ଏଭଳି ଚୋରି ଘଟଣା ସାଧାରଣ ଅଟେ ।

ଏହା ମଧ୍ୟ ପଢନ୍ତୁ ... Watch: ଚୋରି କରି ଖସି ଯାଉଥିଲା, ଟ୍ରେନ ଝରକାରେ ଝୁଲି ରହିଲା ଚୋର

ପୂର୍ବରୁ ଟ୍ରେନରେ ଚୋରି କରି ଚୋର ଫସିବାର ଅନେକ ଭିଡିଓ ଭାଇରାଲ ହୋଇଛି । ବିହାରର କଟିହାର-ସମସ୍ତିପୁରକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଝରକାରେ ଚୋର ଝୁଲିବାର ଦୃଶ୍ୟ ଭାଇରାଲ ହୋଇଥିଲା । ଚଳନ୍ତା ଟ୍ରେନରେ ଚୋରର ଜୀବନ ବଞ୍ଚାଇବା ସହ ଯାତ୍ରୀ ମାନେ ଅନ୍ୟ ଏକ ଷ୍ଟେସନରେ ଟ୍ରେନ ଅଟକିବା ପରେ ଜିଆରପି ପୋଲିସକୁ ହସ୍ତାନ୍ତର କରିଥିଲେ। ଯୁବକ ଜଣଙ୍କ ଟ୍ରେନରୁ ଜଣେ ମହିଳାଙ୍କ ବ୍ୟାଗ ଓ ପର୍ସ ଛଡାଇ ନେଇ ଦୌଡିବାକୁ ଲାଗିଥିଲେ । ଏହାପରେ ଟ୍ରେନ ଝରକାରେ ଲାଗିଥିବା ଲୁହା ରଡରେ ଝୁଲି ଲୁଚିବାକୁ ଚେଷ୍ଟା କରିଥିଲା । କିନ୍ତୁ ହାତରେ ଯନ୍ତ୍ରଣା ହେବାରୁ ଯାତ୍ରୀ ମାନେ ତାଙ୍କୁ ଧରିପକାଇଥିଲେ ଏବଂ ପରବର୍ତ୍ତୀ ଷ୍ଟେସନ ବାଚ୍ଛଓ୍ବାରାରେ ଟ୍ରେନ ଅଟକିବାରୁ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ ।

ସେହିପରି ଅନ୍ୟ ଏକ ଭିଡିଓରେ ଚୋରି କରୁଥିବା ବେଳେ ଯାତ୍ରୀଙ୍କ ହାବୁଡ଼ରେ ପଡିଥିଲା । ଏଥିରେ ଚୋରଟି ଚଳନ୍ତା ଟ୍ରେନରେ ଝୁଲି ରହି ହାତ ନଛାଡିବା ପାଇଁ ଯାତ୍ରୀଙ୍କୁ ଆକୁଳ ନିବେଦନ କରୁଥିଲା । ଭାଇରାଲ ହେଉଥିବା ଭିଡିଓଟି ବିହାରର ବେଗୁସରାଇ ଅଞ୍ଚଳର ବୋଲି କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.