ETV Bharat / bharat

ଆର୍ମି ଚିଫ୍‌ ହେବେ ଭାଇସ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ !

ଆର୍ମି ଭାଇସ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ଆର୍ମି ଚିଫ୍‌ । ତେବେ ସେ ଆର୍ମି ଚିଫ୍‌ ହେବା ନେଇ ଖବର ମିଳିଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Apr 3, 2022, 3:50 PM IST

ଆର୍ମି ଚିଫ୍‌ ହେବେ ଭାଇସ ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ!

ନୂଆଦିଲ୍ଲୀ: ଆର୍ମି ଭାଇସ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ଆର୍ମି ଚିଫ୍‌ । ତେବେ ସେ ଆର୍ମି ଚିଫ୍‌ ହେବା ନେଇ ସୂଚନା ମିଳିଛି । ଏପଟେ ଚଳିତ ମାସ ଶେଷରେ ଆର୍ମୀ ଚିଫ୍‌ ଜେନେରାଲ ଏମଏମ ନରୱାଣେଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କ ସ୍ଥାନରେ ଆର୍ମିର ଭାଇସ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଆର୍ମି ଚିଫ୍‌ ହେବା ନେଇ ଖବର ଆସୁଛି ।

ସେହିପରି ଆର୍ମୀ ଚିଫ୍‌ ଜେନେରାଲ ଏମଏମ ନରୱାଣେ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ କରାଯିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଜଣାପଡିଛି । ଏଥିସହ ଜେନେରାଲ ନାରୱାଣେଙ୍କ ପରେ ଲେଫ୍ଟ ଜେନେରାଲ ପାଣ୍ଡେ ସମସ୍ତଙ୍କ ଠାରୁ ବରିଷ୍ଠ ହୋଇଥିବା କାରଣରୁ ତାଙ୍କୁ ଆର୍ମି ଚିଫ୍ କରାଯାଇପାରେ । ଏହା ସହିତ ଗତ ବର୍ଷ ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ଏହି ସ୍ଥାନ ଖାଲି ପଡିଛି ।

ଅନ୍ୟପଟେ ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ ତାଲିକାର ଦୌଡରେ ଆଗରେ ଜେନେରାଲ ଏମଏମ ନରୱାଣେ ରହିଥିବା ଜଣାପଡିଛି । ତେବେ ତାଙ୍କୁ ଆର୍ମିର ଏହି ମୁଖ୍ୟ ପଦବୀ ମିଳିବା ନେଇ ସମ୍ଭାବନା ଅଧିକ ରହିଛି । ସୂଚନା ଅନୁସାରେ, ଗତ ବର୍ଷ ଡିସେମ୍ବର ୮ ତାରିଖରେ ପୂର୍ବତନ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କ ସହ ପତ୍ନୀ ମଧୁଲିକା ଏବଂ ୧୨ ଜଣ ସେନା ଅଧିକାରୀଙ୍କ ମଧ୍ଯ ମୃତ୍ୟୁ ହୋଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.