ETV Bharat / bharat

ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ: ରାଷ୍ଟ୍ର ବିରୋଧୀଙ୍କ ସହ ଲଢେଇ ପାଇଁ ହେଲ୍ପ-ଲାଇନ ନମ୍ବର ଜାରି କଲା VHP

author img

By

Published : Jul 10, 2022, 3:48 PM IST

ରାଷ୍ଟ୍ର ବିରୋଧୀ ତତ୍ତ୍ବ ବିରୋଧରେ ହିନ୍ଦୁ ସମାଜ ଏକାଠି ହେବା ପାଇଁ ଆହ୍ବାନ ଦେଲା ବିଶ୍ବ ହିନ୍ଦୁ ପରିଷଦ । ଦେଶରେ ଆକ୍ରମଣର ଶିକାର ହେଉଛନ୍ତି ହିନ୍ଦୁ । ଏକତା ପାଇଁ ଜାରି କଲା ହେଲ୍ପଲାଇନ ନମ୍ବର । ଅଧିକ ପଢନ୍ତୁ

ଦେଶରେ ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ: ରାଷ୍ଟ୍ର ବିରୋଧୀଙ୍କ ସହ ଲଢେଇ ପାଇଁ ହେଲ୍ପ-ଲାଇନ ନମ୍ବର ଜାରି କଲା VHP

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଦେବା ପରେ ଦେଶରେ ଦେଖାଯାଇଥିବା ହିଂସା ଓ ହତ୍ୟାକାଣ୍ଡକୁ ନିନ୍ଦା କରିଛି ବିଶ୍ବ ହିନ୍ଦୁ ପରିଷଦ । ରାଜସ୍ଥାନ ଉଦୟପୁର ଓ ମହାରାଷ୍ଟ୍ରର ଅମରାବତୀରେ ନୁପୂର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟିଥିବା ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଏହା ରାଷ୍ଟ୍ର ବିରୋଧୀ ତତ୍ତ୍ବ ବୋଲି କହିଛନ୍ତି ବିଶ୍ବ ହିନ୍ଦୁ ପରିଷଦ (VHP) କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ।

ଆଲୋକ କୁମାର କହିଛନ୍ତି, ଏହି ଦୁଇ ଘଟଚଣାରେ ପରିଷଦ ପକ୍ଷରୁ ସମ୍ବିଧାନ ସଙ୍କଳ୍ପ ଯାତ୍ରାର ଆୟୋଜନ କରାଯାଇଥିଲା । ଦେଶ ସରିଆ କାନୁନରେ ଚାଲି ପାରିବ ନାହିଁ, ଏହା ସମ୍ବିଧାନରେ ଚାଲିବ । ଦୀର୍ଘ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆଗାମୀ ଦିନରେ ହିନ୍ଦୁମାନେ ମଥୁରାରେ ମଧ୍ୟ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପାଇବେ ।

ବର୍ତ୍ତମାନ ସମୟରେ ସାରା ଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଜାରି ରହିଛି । ହିନ୍ଦୁମାନେ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ । ସେମାନେ ଦେଶ ବିରୋଧୀ ତତ୍ତ୍ବ ବିରୋଧରେ ଏକାଠି ହୁଅନ୍ତୁ । ଯଦି ରାଜସ୍ଥାନ ସରକାର ସଠିକ ସମୟରେ କହ୍ନେୟାଲାଲଙ୍କୁ ସୁରକ୍ଷା ଯୋଗାଇ ପାରିଥାନ୍ତେ, ତାଙ୍କ ଜୀବନ ରକ୍ଷା ପାଇପାରିଥାନ୍ତା । ପରିଷଦ ଆହୁରି ମଧ୍ୟ ସମାଜ ଓ ରାଷ୍ଟ୍ର ବିରୋଧୀ ତତ୍ତ୍ବ ପାଇଁ ହିନ୍ଦୁ ସମାଜକୁ ଜାଗୃତ କରିବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି । ହିନ୍ଦୁମାନେ ଏହି ହେଲ୍ପଲାଇନ ମାଧ୍ୟମରେ ଯୋଡି ହେବା ସହ ଏମିତି ରାଷ୍ଟ୍ର ବିରୋଧୀ ତତ୍ତ୍ବ ବିରୋଧରେ ଲଢେଇ ଜାରି ରଖନ୍ତୁ ବୋଲି ପରିଷଦ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.