ETV Bharat / bharat

ଦିଲ୍ଲୀରେ ଲାଲୁ-ମୁଲାୟମ ଭେଟଘାଟ

ଆଜି(ସୋମବାର) ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ସହ ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କର ହୋଇଛି ସାକ୍ଷାତ । ଅଧିକ ପଢନ୍ତୁ...

ଦିଲ୍ଲୀରେ ଲାଲୁ-ମୁଲାୟମ ଭେଟଘାଟ
ଦିଲ୍ଲୀରେ ଲାଲୁ-ମୁଲାୟମ ଭେଟଘାଟ
author img

By

Published : Aug 2, 2021, 5:00 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସରଗରମ ହେଉଛି ରାଜନୈତିକ ପାଣିପାଗ । ମୋଦି ସରକାରଙ୍କୁ ମାତ ଦେବା ପାଇଁ ବିରୋଧୀ ଏକଜୁଟ ହେବାକୁ ପ୍ରସ୍ତୁତ ହେଉଥିବା ମଧ୍ୟରେ ଦିଲ୍ଲୀରେ ହୋଇଛି ଲାଲୁ ମୁଲାୟମଙ୍କ ଭେଟଘାଟ ।

ଆଜି(ସୋମବାର) ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ସହ ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କର ହୋଇଛି ସାକ୍ଷାତ । ଦୁଇ ବରିଷ୍ଠ ନେତାଙ୍କ ଭେଟଘାଟ ସମୟର ଫଟୋ ଟ୍ବିଟରରେ ସେୟାର କରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ଆଜି(ସୋମବାର) ସଂସଦର ଅଧିବେଶନରେ ସାମିଲ ହୋଇଥିଲେ ମୁଲାୟମ ସିଂହ ଯାଦବ । ଅଖିଳେଶ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଦୁଇ ନେତା ଚା' ପିଉଥିବାର ନଜର ଆସିଛନ୍ତି । ଭେଟଘାଟ ପରେ ଲାଲୁ ଟ୍ବିଟ କରି ଲେଖିଛନ୍ତି, ଦେଶର ବରିଷ୍ଠତମ ସମାଜବାଦୀ ସାଥୀ ଆଦରଣୀୟ ମୁଲାୟମ ସିଂହଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲି । ଅସମାନତା, ଶିକ୍ଷା, କୃଷି, ଚାଷୀ, ଗରିବଙ୍କ ପାଇଁ ଆମ ଲଢେଇ ବୋଲି ଲେଖିଛନ୍ତି ଲାଲୁ ।

ଜାମିନରେ ଆସିଥିବା ଲାଲୁ ପ୍ରସାଦ ଯାଦବ ଦିଲ୍ଲୀରେ ନିଜ ଝିଅ ସାଂସଦ ମୀସା ଭାରତୀଙ୍କ ଘରେ ଅଛନ୍ତି । ନିକଟରେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଥିଲେ ଲାଲୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.