ETV Bharat / bharat

ଘାଟିରୁ ଖସିଲା ଗାଡି, ୮ ଶ୍ରମିକ ମୃତ

author img

By

Published : Jul 18, 2021, 8:57 PM IST

ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଗାଡି ମହାରାଷ୍ଟ୍ର ନନ୍ଦୁରବାରର ତୋରଣମାଳ ଘାଟିରେ ଖସି ପଡିଛି । ଦୁର୍ଘଟଣାରେ ୮ ଶ୍ରମିକଙ୍କ ହୋଇଛି ମୃତ୍ୟୁ । ଅଧିକ ପଢନ୍ତୁ...

ଘାଟ ତଳକୁ ଓଲଟିଲା ଗାଡି, ୮ ଶ୍ରମିକ ମୃତ
ଘାଟ ତଳକୁ ଓଲଟିଲା ଗାଡି, ୮ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ର ନନ୍ଦୁରବାରର ତୋରଣମାଳ ଘାଟିରେ ବଡ ଅଘଟଣ । ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଘାଟି ତଳକୁ ଖସିପଡିବା ଯୋଗୁଁ ଏଥିରେ ଥିବା ୮ ଶ୍ରମିକଙ୍କ ହୋଇଛି ମୃତ୍ୟୁ । ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ 15 ରୁ ଅଧିକ ଆହତ ହୋଇଛନ୍ତି।

ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

ରବିବାର ସନ୍ଧ୍ୟାରେ ଗାଡିଟି ଘାଟି ଦେଇ ଶ୍ରମିକଙ୍କୁ ନେଇ ଯାଉଥିଲା। ଏହି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ବର୍ତ୍ତମାନ ରାସ୍ତା ଖୋଲା ଯାଇଛି। ଛଅ ମାସ ମଧ୍ୟରେ ଏହା ଏହି ଅଞ୍ଚଳର ଦ୍ୱିତୀୟ ବଡ ଦୁର୍ଘଟଣା ।

ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ଏହି ଅଞ୍ଚଳ ତୋରାଣମାଳ ସହିତ ସଂଯୁକ୍ତ ହୋଇଛି । ତେବେ ମାତ୍ର ୬ ମାସ ମଧ୍ୟରେ ଏହି ରାସ୍ତାରେ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଅଞ୍ଚଳ ବାହ୍ୟଜଗତରୁ ବାହାରେ ଏବଂ ଏହା ଦୁର୍ଗମ ହୋଇଥିବାରୁ ଏଠାରେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।

ସ୍ଥାନୀୟ ପ୍ରଶାସନ ସହାୟତାରେ ପୋଲିସ ପ୍ରଶାସନ ଏଠାରେ ଉଦ୍ଧାର କାର୍ଯ୍ୟ କରୁଛି ଏବଂ ଆହତମାନଙ୍କୁ ତୋରଣମାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.