ETV Bharat / bharat

ନୂତନ କୃଷି ନିୟମ ବିରୋଧରେ ଭାରତ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନର ସମର୍ଥନ

author img

By

Published : Dec 6, 2020, 10:24 PM IST

ନୂତନ କୃଷି ବିଲ ବିରୋଧରେ ଡିସେମ୍ବର 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଚାଷୀ ସଂଗଠନ। ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ସମର୍ଥନ ମିଳିବାରେ ଲାଗିଛି। ଅଧିକ ପଢ଼ନ୍ତୁ...

Various organizations support the call for bharat bandh in India against the new farm law
ନୂତନ କୃଷି ନିୟମ ବିରୋଧରେ ଭାରତ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନର ସମର୍ଥନ

ନୂଆଦିଲ୍ଲୀ: ନୂତନ କୃଷି ବିଲ ବିରୋଧରେ ଡିସେମ୍ବର 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଚାଷୀ ସଂଗଠନ। ଏହି ଭାରତ ବନ୍ଦ ଡାକରାକୁ ବିଭିନ୍ନ ବିରୋଧି ଦଳ ସହ ଏନଡିଏ ସହ ରହିଥିବା କେତେକ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ପୂର୍ବରୁ କଂଗ୍ରେସ ପକ୍ଷରୁ ଏହି ଡାକରାକୁ ସମର୍ଥନ ଦିଆଯାଇଥିବା ବେଳେ ଏବେ ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳ ଏହି ଭାରତ ବନ୍ଦ ଡାକରାକୁ ଜୋରଦାର ସମର୍ଥନ ଦେଉଛନ୍ତି।

ତେଲେଙ୍ଗାନାର ଟିଆରଏସ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଦିଆଯାଇଥିଲା। ଦଳର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଏହାକୁ ନେଇ ଘୋଷଣା କରିଛନ୍ତି। ଆଜି(ରବିବାର) ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଚାଷୀଙ୍କ ମୁଦ୍ଦାଠାରୁ ବଢି ଆଉ କୌଣସି ମୁଦ୍ଦା ନାହିଁ। କେନ୍ଦ୍ର ସରକାର ଚାଷୀଙ୍କ କଥା ଶୁଣିବା ଆବଶ୍ୟକ। ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଦୁଃଖର ବିଷୟ। ଟିଆରଏସ ଚାଷୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏହାସହ ଦିଲ୍ଲୀର ଆପ(aap) ଦଳ ମଧ୍ୟ ଚାଷୀଙ୍କ ସପକ୍ଷରେ ଛିଡ଼ା ହୋଇଛି। ଏହାକୁ ନେଇ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରି ସାରିଛନ୍ତି। ଚାଷୀ ଆନ୍ଦୋଳନ ଆରମ୍ଭରୁ ହିଁ ଚାଷୀଙ୍କ ସପକ୍ଷରେ ମତ ଦେଇ ଆସିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହାସହ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ ମଧ୍ୟ ଆଜି(ରବିବାର) ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି। ଏନେଇ ଅଖିଳେଶ ସିଂହ ଯାଜଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଯେଉଁମାନେ ଆମ ପେଟକୁ ଦାନା ଦେଇ ଆସୁଛନ୍ତି ସେମାନଙ୍କ ସହ ଛିଡ଼ା ହେବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ।

ଏନଡିଏର ସହଯୋଗୀ ରାଜସ୍ଥାନର ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟି ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛି। ଡିସେମ୍ବର 8 ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସମର୍ଥନ କରିଛି ଦଳ। ଏନେଇ ଦଳ ମୁଖ୍ୟ ତଥା ରାଜସ୍ଥାନରୁ ସାଂସଦ ଥିବା ହନୁମାନ ବେନିଓ୍ବାଲ ଘୋଷଣା କରିଛନ୍ତି । ତାହା ସହ ସେ ପ୍ରଧାନମନ୍ତ୍ରୀ ଏହି ଆଇନ ପ୍ରତ୍ୟାାହାର କିମ୍ବା ସଂଶୋଧନ କରିବା ଦିଗରେ ବିଚାର କରିବାର ଆବଶ୍ୟକତା ଥିବା କଥା ସେ ସ୍ପଷ୍ଟ କରିଛନ୍ତି । ଭାରତୀୟ ମଜଦୂର ସଂଘ, ଜାତୀୟ ବ୍ୟବସାୟିକ ସଂଗଠନ ପକ୍ଷରୁ ମଧ୍ୟ ଏହି ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି।

ପୂର୍ବରୁ ଡିସେମ୍ବର 8 ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସିପିଆଇ ଓ ସିପିଆଇଏମ ପକ୍ଷରୁ ସମର୍ଥନ କରାଯାଇଥିଲା। ଏହାସହ ଅନ୍ୟାନ 11 ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଭାରତ ବନ୍ଦକୁ ବିପୁଳ ସମର୍ଥନ ମିଳିଛି। ନଭେମ୍ବର 26 ତାରିଖରୁ ନୂତନ କୃଷି ନିୟମ ବିରୋଧରେ ଚାଷୀମାନ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ଚାଷୀ ପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କ ପାଞ୍ଚଟି ପର୍ଯ୍ୟାୟରେ ଆଲୋଚନା କରି ସାରିଥିବା ବେଳେ କୌଣସି ସୁଫଳ ମିଳି ପାରିନାହିଁ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.