ETV Bharat / bharat

ମଝି ଆକାଶରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି, ହାଇଦ୍ରାବାଦରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

author img

By

Published : Apr 4, 2023, 10:41 AM IST

ଯାନ୍ତ୍ରିକ ତୃଟି ଯୋଗୁଁ ହାଇଦ୍ରାବାଦରେ ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ବିମାନ । ଯାନ୍ତ୍ରିକ ତୃଟି ଯୋଗୁଁ ବିମାନଟି ଜରୁରୀକାଳିନ ଅବତରଣ କରିଥିବା ଜଣାପଡିଛି । ବେଙ୍ଗାଲୁରୁରୁ ବାରଣାସୀକୁ ଉଡାଣ କରୁଥିଲା ଏହି ଇଣ୍ଡିଗୋ ବିମାନ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

  • Varanasi-bound IndiGo Flight (6E897) from Bengaluru having 137 passengers onboard made an emergency landing, due to a technical problem, at Shamshabad Airport in Telangana at 6.15 am today morning. All passengers are safe: DGCA pic.twitter.com/pblZR2op5l

    — ANI (@ANI) April 4, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଇଣ୍ଡିଗୋ ବିମାନ 6E897 137 ଜଣ ଯାତ୍ରୀଙ୍କୁ ନେଇ ବାରଣାସୀ ଅଭିମୁଖେ ଉଡାଣ ଭରିଥିଲା । ମଝି ଆକାଶରେ ବିମାନଟି ଉଡାଣ କରୁଥିବା ବେଳେ ପାଇଲଟ ଯାନ୍ତ୍ରିକ ତୃଟି ଥିବା ଜାଣିବାକୁ ପାଇଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ବାରଣାସୀରେ ଅବତରଣ କରିବା ପରିବର୍ତ୍ତେ ତେଲେଙ୍ଗାନାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଜରୁରୀକାଳିନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ। ସକାଳ 6ଟା 15 ମିନିଟ ସମୟରେ ବିମାନ ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଡିଜିସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଗତ ମାର୍ଚ୍ଚ 31 ତାରିଖରେ ମୁମ୍ବାଇରୁ ଗୋରଖପୁରକୁ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଜଣକ ଧୂମପାନ କରୁଥିବା ଖବର ସାମ୍ନାକୁ ଆସିଥିଲା । ବିମାନରେ ଧୂଆଁ ହେବା ପରେ ଫାୟାର ଆଲାର୍ମ ବାଜିଥିଲା । ଏହାପରେ ବିମାନ କ୍ରୁ ମେମ୍ବର ଯାତ୍ରୀ ଜଣଙ୍କୁ ତାଗିଦ କରିଥିଲେ । ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଯୁବକ ଜଣକ ବିମାନରେ ଥିବା ଶୌଚାଳୟକୁ ଯାଇ ଧୂମପାନ କରୁଥିଲେ । ବାହାରକୁ ଧୂଆଁ ଆସିବା ପରେ ବିମାନରେ ଥିବା ଫାୟାର ଆଲାର୍ମ ବାଜିଥିଲା । ଏହାପରେ କ୍ରୁ ମେମ୍ବର ସମସ୍ତ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ବିମାନରେ ଧୂମପାନ କରୁଥିବା ଯୁବକ ହେଉଛନ୍ତି ବିହାର ଗୋପାଳଗଞ୍ଜ ଜିଲ୍ଲାର କ୍ରୀଷ୍ଣା କୁମାର ମିଶ୍ରା ।

ଏହା ମଧ୍ୟ ପଢନ୍ତୁ-Twitter Logo Changed: ଉଡିଗଲା ନୀଳ ପକ୍ଷୀ, ସ୍ଥାନ ନେଲା କୁକୁର

ସେହିପରି ମାର୍ଚ୍ଚ 13 ତାରିଖ ଦିନ ଦୋହା ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ମଝି ଆକାଶରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତ ବ୍ୟକ୍ତିଜଣଙ୍କ ନାଇଜେରିଆର ହୋଇଥିବା ଜଣାପଡିଥିଲା । ତେବେ ବିମାନ ଜରୁରୀ ଅବତରଣ କରିବା ଏହା କିଛି ନୂଆ ଖବର ନୁହେଁ । ବାରମ୍ବାର ବିମାନ ଜରୁରୀ ଅବତରଣ କରୁଥିବା ନେଇ ଖବର ସାମ୍ନାକୁ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.