ETV Bharat / bharat

ଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଟ୍ରେନ: ଭାଙ୍ଗିଲା ସମ୍ମୁଖ ଭାଗ

author img

By ETV Bharat Odisha Team

Published : Jan 14, 2024, 7:02 AM IST

Vande Bharat Express runs over cow: ଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ । ଭାଙ୍ଗିଲା ଟ୍ରେନର ସମ୍ମୁଖ ଭାଗ । କିଛି ସମୟ ପର୍ଯ୍ୟନ୍ତ ଅଟକି ରହିଲା ଟ୍ରେନ । ଅଧିକ ପଢନ୍ତୁ

ଗାଈକୁ ଧକ୍କା ଦେଲା ବନ୍ଦେ ଭାରତ: ଭାଙ୍ଗିଲା ସମ୍ମୁଖ ପାର୍ଟ

ଚଣ୍ଡିଗଡ: ଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ । ହରିୟାଣାର ସୋନିପତରେ ଅମୃତସର-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ଏକ ସାମାନ୍ୟ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଗାନ୍ଧର ରେଳ ଷ୍ଟେସନ ନିକଟବର୍ତ୍ତୀ ଏରିଆରେ ଟ୍ରେନଟି ଏକ ଗାଈକୁ ଧକ୍କା ଦେବା କାରଣରୁ ତା'ର ସମ୍ମୁଖ ଭାଗ ବା ନୋଜପାର୍ଟ କ୍ଷତିଗ୍ରସ୍ତ ହୋଇଛି । ଟ୍ରେନଟି ଦୁର୍ଘଟଣା ପରେ ଅଟକି ରହିଥିଲା । ରେଳବାଇ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଏହାକୁ ମରାମତି କରିବା ପରେ ଟ୍ରେନ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ଧାରଣାରେ ଅଟକି ରହିବା ଫଳରେ ଉକ୍ତ ରୁଟରେ କିଛି ସମୟ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ଟ୍ରେନ ଯାତ୍ରା ବିଳମ୍ବ ହୋଇଥିଲା ।

ସୂତ୍ରରୁ ପ୍ରକାଶ ଯେ, ଶନିବାର ଅପରାହ୍ନରେ ଗୁମ୍ମ ରୋଡ ଫ୍ଲାଏ ଓଭର ନିକଟ ଗାନୁର ରେଳ ଷ୍ଟେସନରେ ଅମୃତସର-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଗାଈ ଟ୍ରାକ ଉପରେ ଥିବାରୁ ଟ୍ରେନରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା କାରଣରୁ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣା ସ୍ଥାନର କିଛି ଦୂରରେ ପ୍ରାୟ 20 ରୁ 25 ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା । ଇଞ୍ଜିନିୟରଙ୍କ ଏକ ଟିମ ଓ ସ୍ଥାନୀୟ ଷ୍ଟେସନରୁ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲା । କ୍ଷତିଗ୍ରସ୍ତ ହୋଇଥିବା ସମ୍ମୁଖ ଭାଗକୁ ବଦଳା ଯାଇଥିଲା । ମରାମତି କାର୍ଯ୍ୟ ସମୟରେ ସୁରକ୍ଷା ଦୃଷ୍ଟିରୁ ଆରପିଏଫ (ରେଳ ସୁରକ୍ଷା ବଳ) ଏବଂ GRP (ସରକାରୀ ରେଳବାଇ ପୋଲିସ) କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଷ୍ଟେସନ ଅଧୀକ୍ଷକ କହିଛନ୍ତି, ଅମୃତସରରୁ ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି 12.58 ମିନିଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ ମରାମତି ସରିବା ପରେ ଅପରାହ୍ନ ପ୍ରାୟ 1:21ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- କେନ୍ଦ୍ର ସରକାରଙ୍କୁ ନକ୍ସଲଙ୍କ ଚିଠି, ହିଟ ଆଣ୍ଡ ରନ ଆଇନ ପ୍ରତ୍ୟାହାର କର

ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ତଥା ସେମିସ୍ପିଡ ଟ୍ରେନ ଚଳାଚଳ କରିବା ଦିନରୁ ଏକାଧିକ ଥର ସାମାନ୍ୟ ଧରଣର ଦୁର୍ଘଟଣାର ଶିକାର ହୋଇସାରିଛି । ଦୃତଗତି ଓ ସମ୍ମୁଖ ଭାଗ ପ୍ଲାଷ୍ଟିକରେ ତିଆରି ହୋଇଥିବା କାରଣରୁ ଏହା କୌଣସି ବୁଲା ଜୀବଜନ୍ତୁଙ୍କୁ ଧକ୍କା ଦେବା ପରେ କ୍ଷତିଗ୍ରସ୍ତ ହୋଇଥାଏ । ଏକାଧିକ ସ୍ଥାନରେ ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଏହି ଟ୍ରେନକୁ ପଥର ମାଡ ମଧ୍ୟ ହୋଇଥିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.