ETV Bharat / bharat

Hug Day 2023: ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବାକୁ ଜାଗ୍ରତ କରେ ଆଲିଙ୍ଗନ

ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ହଗ୍-ଡେ ଭାବରେ ପାଳନ କରାଯାଇଥାଏ । ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବା ବାଣ୍ଟିବାର ଏକ ସରଳ ଓ ସହଜ ମାଧ୍ୟମ ହେଉଛି ଆଲିଙ୍ଗନ । ଅଧିକ ପଢନ୍ତୁ

author img

By

Published : Feb 12, 2023, 9:02 AM IST

Hug Day 2023
Hug Day 2023

ହାଇଦ୍ରାବାଦ: ପ୍ରେମ ଋତୁରେ ମତୁବାଲା ପ୍ରେମୀ ଯୁଗଳ । ଗୋଲାପ ଦିଆନିଆରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆଜି ହଗ ଡେ ବା ଆଲିଙ୍ଗନ ଦିବସ । ଆଜିର ଦିନରେ ପ୍ରେମୀଯୁଗଳ ନିଜର ଆବେଗକୁ ପରିପ୍ରକାଶ କରିବା ସହ ବିଶ୍ବସନିୟତା, ପବିତ୍ରତା ଏବଂ ଭରସାକୁ ପ୍ରେମ ମାଧ୍ୟମରେ ଦର୍ଶାଇଥାନ୍ତି । କୁହାଯାଏ ପ୍ରେମଭାରା ଆଲିଙ୍ଗନ ସମ୍ପର୍କକୁ ଆହୁରି ମଜଭୁତ କରିଥାଏ । ଆଲିଙ୍ଗନ ହେଇଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତମ ରୂପ । ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବା ବାଣ୍ଟିବାର ଏକ ସରଳ ଓ ସହଜ ମାଧ୍ୟମ ହେଉଛି ହଗ୍‌ ବା ଆଲିଙ୍ଗନ ।

ଶନିବାର ପ୍ରତିଶୃତି ଦିବସରେ ଦୁହେଁ ଦୁହିଁକୁ ପ୍ରତିଶୃତିର ବର୍ଷା କରିଥିଲେ । ପ୍ରେମ ସମ୍ପର୍କ ଯେମିତି ଦୁହିଁଙ୍କ ସହମତିରେ ଆରମ୍ଭ ହୋଇଥିଲା ସେହିଭଳି ସାତ ଜୀବନ ସାଥି ହୋଇ ରହିବା ପାଇଁ କଥା ଦିଆନିଆ ହୋଇଥିଲା । ଏମିତି କେତେ କଣ ପ୍ରତିଶୃତି ଦେଇ ଶେଷ ହୋଇଥିଲା ପ୍ରମିଜ ଡେ । ପ୍ରତିଶୃତି ପରେ ସମ୍ପର୍କରେ ଆହୁରି ବିଶ୍ବାସ ଜାଗ୍ରତ ହୋଇଥିଲା । ଏହାପରେ ଆଜି ଆଲିଙ୍ଗନ ଦିବସ । କିଏ କେଉଁ ପ୍ରକାର ହଗ କରି ଆତ୍ମୀୟ ଭାବନା ଜତେଇବେ ସେଥିପାଇଁ ଆଗୁଆ ପ୍ରସ୍ତୁତ ପ୍ରେମୀ ଯୁଗଳ । ହଗ କରି କହିବେ ଦେଖ କାଲି ସାତ ଜୀବନର ସାଥି ପାଇଁ ପ୍ରତିଶୃତି ଦେଇଥିଲ, ଆଜି ଆଲିଙ୍ଗନ କରି କହୁଛି ମୁଁ ବି ଆଜିଠୁ ତୁମର । କହିରଖୁଛୁ ଯେ, ଆଲିଙ୍ଗନ ସମର୍ପଣର ଭାବନାକୁ ବୁଝାଏ ।

ଏହା ମଧ୍ୟ ପଢନ୍ତୁ: Promise Day 2023: କଥା ଦେଉଛି କେବେ ଛାଡିବିନି ହାତ ତୁମର

ପ୍ରେମ ଏବଂ ଭଲପାଇବାର ଆତ୍ମୀୟ ମିଳନ ହେଉଛି ଆଲିଙ୍ଗନ । ଜଣେ ଜଣକୁ ଯେ କେବଳ ଶରୀର ନୁହେଁ ବରଂ ମନ ଏବଂ ଆତ୍ମାକୁ ଶୁଦ୍ଧ ଚିତରେ ସମର୍ପି ଦେଇଥାଏ । ପ୍ରେମରେ କାହାକୁ ଆଲିଙ୍ଗନ କରିବା ଦ୍ବାରା ଦୁଃଖ କଷ୍ଟ କମ ହୋଇଯାଇଥାଏ । କେତେ ବି ରାଗରେ ରହିଥିଲେ ମଧ୍ୟ ଆଲିଙ୍ଗନ ଦ୍ବାରା ସବୁ ରାଗ ଶାନ୍ତ ହୋଇଯାଇଥାଏ । ଆଜି ପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଲିଙ୍ଗନ କରି କୁହନ୍ତୁ ମନ କଥା । କେବଳ ଯେ ପ୍ରେମିକା ପ୍ରେମିକାଙ୍କୁ ଆଲିଙ୍ଗନ କରାଯାଏ ତାହା ତୁହେଁ ବରଂ ବାପା, ମାଆ, ଭାଇଭଉଣୀ, ବନ୍ଧୁମାନଙ୍କୁ ମଧ୍ୟ ପ୍ରେମରେ ଆଲିଙ୍ଗନ କରାଯାଇଥାଏ । ଆଲିଙ୍ଗନର ଅର୍ଥ ପ୍ରେମ ଓ ଭଲପାଇବାକୁ ବୁଝାଇଥାଏ ।

ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିଛି ରିସର୍ଚ୍ଚରୁ ଜଣାପଡିଛି ଯେ ହଗ୍ କରିବା ଦ୍ବାରା ଷ୍ଟ୍ରେସ୍ କମିବା ସହ ମାନସିକ ଶାନ୍ତି ମିଳିଥାଏ । ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ । ତେବେ କେଉଁ ପ୍ରକାରରେ ଆଜି ହଗ କରିବେ ଜାଣନ୍ତୁ

ଟାଇଟ ହଗ: ସାଧାରଣତଃ ଟାଇଟ ହଗ କେବଳ ପ୍ରେମୀଯୁଗଳ ହିଁ କରିଥାନ୍ତି । ଏହି ହଗର ଅର୍ଥ ହେଇଛି ମୁଁ କେବେ ବି ତୁମଠାରୁ ଦୂରେଇ ରହିପାରିବି ନାହିଁ । ତୁମେ କେବଳ ମୋର । ଟାଇଟ ହଗର ଅର୍ଥ ହେଉଛି ଆପଣଙ୍କ ପାର୍ଟନର ଆପଣଙ୍କୁ ନେଇ ବହୁତ ଗମ୍ଭୀର ଅଛନ୍ତି ।

ଲଙ୍ଗ ହଗ: ଯଦି ଦୁଇଜଣଙ୍କ ସାକ୍ଷାତର ଅନ୍ତର ଅଧିକ ଦିନ ହୋଇଥାଏ ତାହାହେଲେ ଲଙ୍ଗ ହଗ କରନ୍ତୁ । ଏହାର ଅର୍ଥ ସେ ଆପଣଙ୍କ ପାଇଁ ଖାସ ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.