ETV Bharat / state

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ଏଥିପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଦର୍ଶନକୁ ନେଇ ହବିଷ୍ୟାଳୀଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି ।

author img

By ETV Bharat Odisha Team

Published : 2 hours ago

Kartik Vrat
Kartik Vrat (ETV Bharat Odisha)

ପୁରୀ: ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ସକାଳୁ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ କାର୍ତ୍ତିକ ବ୍ରତ ପାଳନ ପାଇଁ ସଂକଳ୍ପ ନେଇଥିଲେ ହବିଷ୍ୟାଳୀ। ପରେ ଚଉରା ମୂଳେ ମୁରୁଜ ପକାଇ ରାଇ ଦାମୋଦର ପୂଜା କରିଥିଲେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହବିଷ୍ୟାଳୀ। ଦିନରେ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କରିବା ସହ ମହାପ୍ରସାଦ ସେବନ କରି ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ମାସେ ଧରି ପାଳନ କରିବେ। ଏହି କାର୍ତ୍ତିକ ବ୍ରତ ପାଳନ କଲେ ଭକ୍ତମାନେ କୋଟି ପୁଣ୍ୟ ଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଛି ।

ହବିଷ୍ୟାଳି ଶିବିରରେ ଅସନ୍ତୋଷ:

ପ୍ରବଳ ଠେଲାପେଲା ଯୋଗୁ ଭୟରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉ ନଥିବା କହିଛନ୍ତି ହବିଷ୍ୟାଳୀ । ପୁରୀରେ ମୋଟ 4ଟି ସ୍ଥାନରେ ହବିଷ୍ୟାଳୀ ଶିବିରର ବ୍ୟବସ୍ଥା କରାଯାଇଥିବାବେଳେ 25ଶହ ହବିଷ୍ୟାଳୀମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ହବିଷ୍ୟାଳୀ ଶିବିର ଗୁଡିକରେ ହବିଷ୍ୟାଳୀମାନଙ୍କ ସକାଳୁ ବୃନ୍ଦାବତୀ ପୂଜା ଠାରୁ ଆରମ୍ଭ କରି ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି। ହବିଷ୍ୟାଳୀ ଶିବିର ଗୁଡିକରେ ସ୍ବେଛାସେବୀମାନଙ୍କୁ ନିୟୋଜିତ କରାଯାଇଥିବାବେଳେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ପୁରୀ ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ ଏବଂ ମୋଚି ସାହି କଲ୍ୟାଣ ମଣ୍ଡପଠାରେ ହବିଷ୍ୟାଳୀ ଶିବିର କରାଯାଇଛି। ତେବେ ରାଜ୍ୟ ସରକାରଙ୍କର ନିୟମ ଅନୁଯାୟୀ ଅନଲାଇନରେ ପଞ୍ଜିକୃତ ହୋଇଥିବା ହବିଷ୍ୟାଳୀମାନଙ୍କୁ ହବିଷ୍ୟାଳୀ ଶିବିରରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Kartik Vrat (ETV Bharat Odisha)

ଭିଡ଼ ଯୋଗୁ ଭୟଭୀତ ବ୍ରତଧାରୀ:
ପୁରୀ କୁ ଆସିଥିବା ହବିଷ୍ୟାଳି ବ୍ରତଧାରୀ ପ୍ରମିଳା ଦାଶ କହିଛନ୍ତି, କାର୍ତ୍ତିକ ମାସ ହେଉଛି ଧର୍ମ ମାସ। ଆମ ଓଡିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଚଉରା ମୂଳେ ରାଇ ଦାମୋଦର ପୂଜା କରୁ। ରାଧା କୃଷ୍ଣଙ୍କ ସବୁ ଲୀଳା ସେଠାରେ ହୋଇଥାଏ। ବହୁତ୍ ନିଷ୍ଠାର ସହ ଏହି ବ୍ରତ ପାଳନ କରାଯାଏ। ପ୍ରତିଦିନ ଜଗନ୍ନାଥ ଦର୍ଶନ ପାଇଁ ଆସିବାକୁ ପଡ଼ିବ। ହେଲେ ଶ୍ରୀମନ୍ଦିର ଭିତରେ ପ୍ରବଳ ଗହଳି ଓ ଠେଲାପେଲା ଯୋଗୁ ମହାପ୍ରଭୁଙ୍କ ଦର୍ଶନ ମିଳିପାରୁନି। ଠେଲାପେଲା ଯୋଗୁଁ ତଳେ ପଡ଼ିଯିବାର ଭୟ ରହିଛି । ଏଣୁ ମହାପ୍ରଭୁଙ୍କ ନାମ ଧରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆମେ ଯାଉଛୁ।

Kartik Vrat
Kartik Vrat (ETV Bharat Odisha)

ଏହା ବି ପଢନ୍ତୁ...କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି
ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଏହା ବି ପଢନ୍ତୁ-ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

ପ୍ରଶାସନର ବ୍ୟବସ୍ଥାକୁ ନେଇ ଭିନ୍ନ ଭିନ୍ନ ମତ:
ରାଜ୍ୟ ସରକାରଙ୍କ ହବିଷ୍ୟାଳି ଶିବିରରେ ରହିଥିବା ଜଣେ ହବିଷ୍ୟାଳି କହିଛନ୍ତି, "ପ୍ରଶାସନ ପକ୍ଷରୁ ଭଲ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିରକୁ ଯିବା ଆସିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇ ମୁଁ ବହୁତ ଖୁସି। ପ୍ରଥମ ଥର ପାଇଁ ମୁଁ ରାଜ୍ୟ ସରକାରଙ୍କ ହବିଶ୍ୟାଳି ଶିବିରରେ ଅଛି। ଶୃଙ୍ଖଳିତ ଭାବେ ଦର୍ଶନ ଯୋଗୁ ମହାପ୍ରଭୁଙ୍କ ଭଲ ଦର୍ଶନ ହେଲା।"ଆଉ ଜଣେ ହବିଷ୍ୟାଳୀ ଅଭିଯୋଗ କରିଛନ୍ତି, "ଭଲରେ ମହାପ୍ରଭୁଙ୍କ ଦର୍ଶନ ହୋଇ ପାରୁନାହିଁ। ବହୁତ ଅବ୍ୟବସ୍ଥା ହେଉଛି । ଠେଲାପେଲା ଯୋଗୁ ବୟସ୍କ ଲୋକମାନେ ଭୟରେ ଦର୍ଶନ ପାଇଁ ଯାଇପାରୁନାହାନ୍ତି। ମହାପ୍ରଭୁଙ୍କ ଦର୍ଶନ ପରିବର୍ତ୍ତେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ଆମେ ଫେରି ଯାଉଛୁ।"

ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.