ETV Bharat / state

ଓଡ଼ିଶାରେ ଘନଉଛି ବାତ୍ୟା ଆଶଙ୍କା, ୨୨ରେ ଲଘୁଚାପ, ୨୩ରୁ ଲଗାତର ୩ ଦିନ ବର୍ଷା

ରାଜ୍ୟରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଲଘୁଚାପ ପରେ ହିଁ ବାତ୍ୟାର ରୂପରେଖ ସ୍ପଷ୍ଟ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

author img

By ETV Bharat Odisha Team

Published : 3 hours ago

Updated : 3 hours ago

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ଓଡି଼ଶାକୁ ଘାରିଛି ବାତ୍ୟା ଭୟ । ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଲଘୁଚାପ ପରେ ହିଁ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ପ୍ରବଳ ବର୍ଷା:

ଲଘୁଚାପ ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ହୋଇପାରେ । ୨୩, ୨୪ ଓ ୨୫ ତାରିଖରେ ବର୍ଷାର ପ୍ରଭାବ ରାଜ୍ୟରେ ବଢିବ ବୋଲି ବିଭାଗ ଆକଳନ କରିଛି । "ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । କିନ୍ତୁ କୌଣସି ୱାର୍ଣ୍ଣିଂ ଏବେ ସୁଦ୍ଧା ଦିଆଯାଇନଥିବାବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟାର କୌଣସି ଆକଳନ କରାଯାଇନାହିଁ, ଚିତ୍ର ସ୍ପଷ୍ଟ ହେଲେ ତାହା ଜଣାଇ ଦିଆଯିବ" ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଏହା ବି ପଢନ୍ତୁ...ଅକ୍ଟୋବରରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ, ମାଡ଼ି ଆସୁଛି ଆଉ ଏକ ଲଘୁଚାପ

ଏହା ବି ପଢନ୍ତୁ...23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ?

ଏହା ବି ପଢନ୍ତୁ...୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ? ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତାମିଲନାଡୁ-କର୍ଣ୍ଣାଟକ

ଆସନ୍ତା ୨୪ ଘଣ୍ଟା ପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବା ସହ କାଁଭାଁ ସ୍ଥାନରେ ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ପାଣିରାଗ ଦେଇଛି ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡଘଡି ବର୍ଷାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Odisha Weather Update
Odisha Weather Update (IMD)

୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା 'ତିତିଲି' । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବର ମାସରେ ପୁଣି ଘାରିଛି ଓଡ଼ିଶାକୁ ବାତ୍ୟା ଭୟ। ବିଦେଶୀ ମଡେଲ ଆକଳନ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.