ETV Bharat / bharat

KISS DAY 2023: ଗଭୀର ପ୍ରେମ, ସ୍ନେହର ଅଭିବ୍ୟକ୍ତିକୁ ସୂଚିତ କରେ ଚୁମ୍ବନ - ପ୍ରେମର ପ୍ରଗାଢତାକୁ ବଢାଏ ଚୁମ୍ବନ

ପ୍ରେମର ପ୍ରଗାଢତାକୁ ବଢାଏ ଚୁମ୍ବନ । ଆଜିର ପ୍ରେମ ଦିବସରେ ସାଥିକୁ ଚୁମ୍ବନ ଦେଇ ନିଜର ପ୍ରେମର ପ୍ରଗାଢତାକୁ ବୁଝାନ୍ତୁ । ଅଧିକ ପଢନ୍ତୁ

kiss day
kiss day
author img

By

Published : Feb 13, 2023, 9:45 AM IST

ହାଇଦ୍ରାବାଦ: ଫେବୃଆରୀ ମାସ, ପ୍ରେମ ମାସ ଭାବେ ଜଣାଶୁଣା । କାରଣ ଏହି ମାସର ଗୋଟିଏ ସପ୍ତାହ ପ୍ରେମ ପାଇଁ ପାଳନ କରାଯାଏ । ଯାହାକୁ ଭାଲାଣ୍ଟାଇନ ସପ୍ତାହ କୁହାଯାଏ । ଭାଲାଣ୍ଟାଇନ ଡେର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବୃଆରୀ ୧୩ ତାରିଖ ଦିନ ପାଳନ ହୁଏ କିସ ଡେ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେଇ ନିଜ ହୃଦୟର କଥା କହିଥାନ୍ତି । ତେବେ ଚୁମ୍ବନ ଯେ କେବଳ ପ୍ରେମିକ ପ୍ରେମିକାକୁ ଦିଆଯାଏ ତାହା ନୁହେଁ ବରଂ ଆମେ ଭଲ ପାଉଥିବା ମଣିଷକୁ ମଧ୍ୟ ଦେଇଥାଉ । ଚୁମ୍ବନ ପ୍ରେମର ଗଭୀର ଭାବକୁ ପ୍ରକାଶ କରିଥାଏ । ପ୍ରେମର ପ୍ରଗାଢତାକୁ ବଢାଏ ଚୁମ୍ବନ ।

ପ୍ରେମୀଟିଏ ଯେତେବେଳେ ପ୍ରେମିକାର ମଥାରେ ଚୁମ୍ବନ ଦିଏ ତାକୁ ଲାଗେ ସତେଯେମିତି ସେ ଦୁନିଆର ସବୁ ଖୁସି ପାଇଯାଇଛି । ତେବେ ନିଜର ପ୍ରେମିକ କିମ୍ବା ପ୍ରେମିକାକୁ ଚୁମ୍ବନ ଦେବା ସମସ୍ତଙ୍କର ଅଭିଳାସ ରହିଥାଏ । ପ୍ରେମରେ ପଡିଲେ ଦୁନିଆର ସବୁ ବନ୍ଧବାଡ ତାଡି ଆକାଶରେ ଉଡିବାକୁ ପସନ୍ଦ କରନ୍ତି ପ୍ରେମପକ୍ଷୀ । ପ୍ରେମ ବିନା ପୃଥିବୀ ଯେମିତି ସେମାନଙ୍କୁ ଖାଁ ଖାଁ ଲାଗେ । ଯଦି ଜଣେ ଅନ୍ୟଜଣଙ୍କ ଉପରେ ରାଗିଥାଏ ତାହାଲେ କିସ ଦେଇ ମନେଇଥାନ୍ତି ପ୍ରେମୀ । ଚୁମ୍ବନରେ ଭଲପାଇବା, ପଗାଢତା ଏବଂ ସମ୍ମାନ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Hug Day 2023: ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବାକୁ ଜାଗ୍ରତ କରେ ଆଲିଙ୍ଗନ

ଚୁମ୍ବନ ହେଉଛି ପ୍ରେମର ଏକ ଅନ୍ତରଙ୍ଗ ରୂପ ଯାହାକି ଗଭୀର ପ୍ରେମ, ସ୍ନେହର ଅଭିବ୍ୟକ୍ତିକୁ ସୂଚିତ କରେ ।ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ଚୁମ୍ବନ ଦ୍ବାରା ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ସେରୋଟୋନିନ୍ ନାମକ ହରମୋନ କ୍ଷରିତ ହୋଇଥାଏ । ଯାହାକି ମନକୁ ଖୁସି ରଖିବାରେ ବେଶ ସହାୟକ ହୋଇଥାଏ ।

ତେବେ ଗତକାଲି ପରସ୍ପରକୁ ଆଲିଙ୍ଗନ କରି ହୃଦୟର ବାର୍ତ୍ତା କହିଥିବା ବେଳେ ଆଜି କିସ କରି ପ୍ରେମ ଜାହିର କରିବେ । ସେ ପାର୍କ ହେଉ କି ହୋଟେଲ ସବୁ ଯାଗାରେ କିସ ଦେଇ ପ୍ରେମ ଜାହିର କରିବେ ପ୍ରେମୀ । ପ୍ରେମରେ କିସ ଦେବା ଦ୍ବାରା ଉଭୟଙ୍କ ମଧ୍ୟର ପ୍ରେମ ବଢିବା ସହ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ ।

ଚୁମ୍ବନ ସମ୍ପର୍କ ଅନୁଯାୟୀ ଦିଆଯାଇଥାଏ । ମଥା ଚୁମ୍ବନ, ଗାଲ ଚୁମ୍ବନ, ଓଠରେ ଚୁମ୍ବନ, ଏକ୍ସିମୋ ଚୁମ୍ବନ, କର୍ଣ୍ଣ ଚୁମ୍ବନ ଏବଂ ଲଭବାଇଟ । ପ୍ରେମରେ ସବୁଠାରୁ ମିଠା ହେଉଛି ମଥା ଚୁମ୍ବନ । ଯଦି ଆପଣ ନୂଆକରି ପ୍ରେମରେ ପଡିଛନ୍ତି ତାହାହେଲେ ମଥାରେ ଚୁମ୍ବନ ଦେଇ ପ୍ରଥମ ସିଡି ଚଢନ୍ତୁ । ଏହା ଦ୍ବାରା ସମ୍ପର୍କରେ ଆହୁରି ପ୍ରଗାଢତା ଆସିଥାଏ । ଗାଲରେ କିସ ସାଧାରଣତଃ ଛୋଟ ପିଲାମାନଙ୍କୁ ସ୍ନେହରେ କରାଯାଇଥାଏ । ଏକ୍ସିମୋ ହେଉଛି ଏକ ପକ୍ଷୀ । ଯଦି ପ୍ରେମୀ ନାକରେ ନାକ ଲଗାଇ ଚୁମ୍ବନ ଦିଅନ୍ତି ତାହାହେଲେ ତାକୁ ଏକ୍ସିମୋ କିସ କୁହାଯାଇଥାଏ ।

ଆସନ୍ତାକାଲି ଶେଷ ହେବ ପ୍ରେମ ସପ୍ତାହ । ଫୁଲ ଦିଆନିଆରୁ ମୂଳଦୁଆ ପଡିଥିବା ବେଳେ ଭାଲାଣ୍ଟାଇନରେ ଶେଷ କରିବେ ପ୍ରେମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.