ETV Bharat / bharat

ଗୁଜୁରାଟରେ ପୁଣି ଧରାପଡିଲେ ନକଲି PMO ଅଧିକାରୀ

author img

By

Published : Jun 25, 2023, 3:05 PM IST

ନକଲି PMO ଅଧିକାରୀଙ୍କୁ ଗିରଫ କଲା ଭଦୋଦରା ପୋଲିସ । ଗୁଜୁରାଟରୁ ପୁଣି ଥରେ ଆଉ ଜଣେ ନକଲି ପିଏମଓ ଅଧିକାରୀ ମୟଙ୍କ ତିୱାରୀ ଧରାପଡ଼ିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଧରାପଡିଲେ ନକଲି PMO ଅଧିକାରୀ
ଧରାପଡିଲେ ନକଲି PMO ଅଧିକାରୀ

ଗାନ୍ଧୀନଗର: ଗୁଜୁରାଟରୁ ପୁଣି ଥରାପଡିଲେ ନକଲି ସରକାରୀବାବୁ । ନକଲି PMO ଅଧିକାରୀଙ୍କୁ ଗିରଫ କଲା ଭଦୋଦରା ପୋଲିସ । ନିଜକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପରିଚୟ ଦେଇ ଜାଲ କାଗଜପତ୍ର ତିଆରି କରିଥିଲା ଅଭିଯୁକ୍ତ । ତେବେ ଏହି ନକଲି ଅଧିକାରୀକୁ ଗିରଫ କରିବା ସହିତ ତା ନିକଟରୁ ସମସ୍ତ ଜାଲ କାଗଜପତ୍ର ଜବତ କରିଛି ଭଦୋଦରା ପୋଲିସ । ଅଭିଯୁକ୍ତ ଜଣକ ହେଉଛି ମୟଙ୍କ ପର୍ଶୁରାମ ତିୱାରୀ । ତେବେ ମୟଙ୍କ ଏହି ଜାଲ ପ୍ରମାଣପତ୍ର ଦେଖାଇ ବହୁ ବ୍ୟକ୍ତିଙ୍କଠାରୁ ଟଙ୍କା ହଡପ କରିଥିବା ଜାଣିବାକୁ ପାଇଛି ପୋଲିସ ।

ସୂଚନା ଅନୁସାରେ ଏହି ନକଲି ସରକାରୀ ଅଧିକାରୀ ଜଣକ ବିଶ୍ବବିଦ୍ୟାଳୟଗୁଡିକୁ ଟାର୍ଗେଟ କରିଥିଲା । ପାରୁଲ ବିଶ୍ବବିଦ୍ୟାଳୟ ଓ ନ୍ୟୁ ଏରା ସ୍କୁଲ ଭଳି ଅଣସ୍ବୀକୃତିପ୍ରାପ୍ତ ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡିକୁ ସ୍ବୀକୃତି ପ୍ରଦାନର ପ୍ରଲୋଭନ ଦେଖାଇ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରଚୁର ପରିମାଣର ଅର୍ଥ ହଡ଼ପ କରିଥିଲା । ତେବେ ଭଦୋଦରା ସ୍ଥିତ ନ୍ୟୁ ଏରା ସ୍କୁଲକୁ ସରକାରୀ ସ୍ବୀକୃତି ପ୍ରଦାନ ନାଁରେ ମୋଟା ଅଙ୍କର ଅର୍ଥରାଶି ନେଇଥିବା ଅଭିଯୋଗ ଆଣିଥିଲେ ସ୍କୁଲ କର୍ତ୍ତୃପକ୍ଷ ରାଧେଶ୍ୟାମ ଦଧିଚୀ । ଅଭିଯୋଗ ଆଧାରରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।

ତେବେ ମୟଙ୍କ ଜାଲ କାଗଜପତ୍ର ପ୍ରସ୍ତୁତ କରି ନିଜକୁ କେନ୍ଦ୍ର ସରକାରଙ୍କ ଷ୍ଟ୍ରାଟେଜିକ ଆଡଭାଇଜରର ପରିଚୟ ଦେଇ ଏଭଳି ଅର୍ଥ ହଡପ କରୁଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ମୟଙ୍କ ପର୍ଶୁରାମ ତିୱାରୀକୁ ଏନେଇ ପଚରାଉଚରା କରିଥିଲା ଭଦୋଦରା ପୋଲିସ । ହେଲେ ଅଭିଯୁକ୍ତ ନିକଟରୁ ସେପରି କୌଣସି ଠୋସ ପ୍ରମାଣପତ୍ର ନଥିଲା । ନିଜକୁ PMO ଅଧିକାରୀ ଦର୍ଶାଉଥିବା ଡକୁମେଣ୍ଟ ଗୁଡିକ ନକଲି ଥିବା ଜାଣିବାକୁ ପାଇଥିଲା ପୋଲିସ। ତୁରନ୍ତ ଅଭିଯୁକ୍ତ ମୟଙ୍କକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହା ସହିତ ମୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରକାଶ କରିଛି ।

ଏହା ପୂର୍ବରୁ ଅହମ୍ମଦାବାଦର ମୂଳବାସିନ୍ଦା କିରଣ ପଟେଲ ନିଜକୁ ପିଏମଓ ଅଧିକାରୀର ପରିଚୟ ଦେଇ ସବୁ ପ୍ରକାରର ସୁବିଧା ସୁଯୋଗ ହାତେଇ ଥିବା ଘଟଣା ସାମନାକୁ ଆସିଥିଲା । ଖାଲି ସେତିକି ନୁହେଁ, ସେ ଜମ୍ମୁ-କଶ୍ମୀରର ୫ଷ୍ଟାର ହୋଟେଲରେ ରହିବା ସହ ସୁରକ୍ଷା ବଳୟ ମଧ୍ୟରେ ଉପତ୍ୟକାରେ ଭ୍ରମଣ କରିଥିବାର ଘଟଣା ମଧ୍ୟ ଜଣାପଡିଥିଲା। PMO ଅଧିକାରୀଙ୍କ ନାଁରେ କିରଣ ପଟେଲ ସମସ୍ତଙ୍କୁ ଆଖିରେ ଧୂଳି ଦେଇ ବ୍ୟାପକ ଅର୍ଥ ହରିଲୁଟ କରିଥିଲେ । ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ ଏବେ ଗୁଜୁରାଟରୁ ପୁଣି ଥରେ ଆଉ ଜଣେ ନକଲି ପିଏମଓ ଅଧିକାରୀ ମୟଙ୍କ ତିୱାରୀ ଧରାପଡ଼ିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.