ETV Bharat / bharat

COVID-19 Vaccination: ଆଜିଠୁ ଟିକା ନେବେ 15-18 ବର୍ଷ ବୟସର କିଶୋର-କିଶୋରୀ - ଦେଶରେ କୋରୋନା ଟୀକାକରଣ

ଆଜିଠୁ ଦେଶରେ ଟିକା ନେବେ15-18 ବର୍ଷ ବୟସର କିଶୋର-କିଶୋରୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଜିକରଣ କରିଥିବା ପିଲାଙ୍କୁ ଆଜି ଟିକା ଦିଆଯିବ । ଅଧିକ ପଢନ୍ତୁ

COVID-19 Vaccination: ଆଜିଠୁ ଟିକା ନେବେ 15-18 ବର୍ଷ ବୟସର କିଶୋର-କିଶୋରୀ

author img

By

Published : Jan 3, 2022, 7:34 AM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ବିରୋଧି ଲଢେଇ ଟୀକାକରଣ (COVID-19 vaccination drive) । ଆଜିଠୁ ଦେଶରେ ଟିକା ନେବେ15-18 ବର୍ଷ ବୟସର କିଶୋର-କିଶୋରୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଜିକରଣ କରିଥିବା ପିଲାଙ୍କୁ ଆଜି ଟିକା ଦିଆଯିବ । କିଶୋର-କିଶୋରୀଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଏଥି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ କୋଭାକ୍ସିନ ଟିକା ମହଜୁଦ ଥିବା ବେଳେ କେନ୍ଦ୍ର ତରଫରୁ ଆହୁରି ପଠାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ତେବେ ଟୀକାକରଣ ନେଇ ସବୁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ କିଶୋରଙ୍କ ଟୀକାକରଣ ଅନ୍ତର୍ଭୁକ୍ତ କରାଯାଇଛି । କୋରୋନା ଟିକାର ପ୍ରଥମ ଡୋଜ ନେବାର ୨୮ଦିନ ପରେ ଦ୍ବିତୀୟଡୋଜ ନେଇପାରିବେ । ଟୀକାକରଣ ନେଇ ଜାନୁଆରୀ ୧ରୁ CoWINରେ ଆରମ୍ଭ ହୋଇଥିଲା ପଞ୍ଜିକରଣ । ନିଜର ପରିଚୟ ଦେଖାଇ ପଞ୍ଜିକରଣ କରିଥିଲେ ହିତାଧିକାରୀ । ଗତକାଲି ସୁଦ୍ଧା ଦେଶରେ ମୋଟ ୬ଲକ୍ଷ କିଶୋର-କିଶୋରୀ ଟୀକାକରଣ ନେଇ ରେଜିଷ୍ଟନ କରିଥିବା ଦର୍ଶାଯାଇଛି । ଟୀକାକରଣ ପୂର୍ବରୁ ଗତକାଲି ରାଜ୍ୟମାନଙ୍କର ସ୍ଥିତି ସମୀକ୍ଷା କରିବା ସହ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ସୂଚନାଅନୁଯାୟୀ ଚଳିତ ମାସ ୨୫ ତାରିଖରେ ରାଷ୍ଟ୍ରକୁ ସମ୍ବୋଧିତ କରି ଜାନୁଆରୀ 3 ରୁ ଛାତ୍ରଛାତ୍ରୀ ତଥା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଘୋଷଣା କରିବା ସହ ଫ୍ରଣ୍ଟଲାଇନ ଓ୍ବାର୍କର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହାର କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.