ETV Bharat / bharat

କୋରୋନାରୁ ସୁସ୍ଥ ହେବାର 3 ମାସ ପରେ ଦିଆଯିବ ଭ୍ୟାକ୍ସିନ

ନେଭାକ୍‌ର ସୁପାରିଶ ଅନୁଯାୟୀ ଯଦି ଭ୍ୟାକ୍ସିନର ପ୍ରଥମ ଡୋଜ ନେବା ପରେ କେହି ସଂକ୍ରମିତ ହେଉଛନ୍ତି ତେବେ ଦ୍ବିତୀୟ ଡୋଜ ସୁସ୍ଥ ହେବାର 3 ମାସ ପରେ ଦିଆଯିବ । ଅଧିକ ପଢନ୍ତୁ...

author img

By

Published : May 19, 2021, 5:55 PM IST

କୋରୋନାରୁ ସୁସ୍ଥ ହେବାର 3 ମାସ ପରେ ଦିଆଯିବ ଭ୍ୟାକ୍ସିନ
କୋରୋନାରୁ ସୁସ୍ଥ ହେବାର 3 ମାସ ପରେ ଦିଆଯିବ ଭ୍ୟାକ୍ସିନ

ନୂଆଦିଲ୍ଲୀ: NEGVAC ପକ୍ଷରୁ କୋରୋନା ଭ୍ୟାକ୍ସିନ ଲଗାଇବାକୁ ନେଇ ଦିଆଯାଇଥିବା ପରାମର୍ଶକୁ ମଞ୍ଜୁରୀ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କୋରୋନାରୁ ସୁସ୍ଥ ହେବାର 3 ମାସ ପରେ ଏବେ ନେଇପାରିବେ ଦ୍ବିତୀୟ ଡୋଜ ଟିକା ।

ନେଭାକ୍‌ର ସୁପାରିଶ ଅନୁଯାୟୀ, ଯଦି ଭ୍ୟାକ୍ସିନର ପ୍ରଥମ ଡୋଜ ନେବା ପରେ କେହି ସଂକ୍ରମିତ ହେଉଛନ୍ତି, ତେବେ ଦ୍ବିତୀୟ ଡୋଜ ସୁସ୍ଥ ହେବାର 3 ମାସ ପରେ ଦିଆଯିବ । ଏହାସହିତ ସ୍ତନ୍ୟପାନ କରାଉଥିବା ସମସ୍ତ ମହିଳାଙ୍କୁ ଭ୍ୟାକ୍ସିନ ଡୋଜ ନେବାକୁ କୁହାଯାଇଛି ।

କୋରୋନା ଭ୍ୟାକ୍ସିନ ନେବାକୁଯାଇଥିବା ବ୍ୟକ୍ତିଙ୍କୁ ଆଣ୍ଟିଜେନ ଟେଷ୍ଟ କରାଇବାକୁ ମଧ୍ୟ ମନା କରାଯାଇଛି । ଏହି ସୁପାରିଶ ବର୍ତ୍ତମାନର ବୈଶ୍ବୟିକ ଅନୁଭବର ଆଧାରରେ କରାଯାଇଛି ।

କାହିଁକି 3 ମାସର ଅପେକ୍ଷା ?

  • ଯେଉଁମାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି, ସେମାନଙ୍କୁ ସୁସ୍ଥ ହେବାର 3 ମାସ ପରେ ଡୋଜ ଦିଆଯିବ ।
  • କୋରୋନା ସଂକ୍ରମିତ ରୋଗୀ, ଯାହାଙ୍କର ଆଣ୍ଟିବଡି କିମ୍ବା ପ୍ଲାଜମା ଦିଆଯାଇଛି, ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବାର 3 ମାସ ପରେ ଭ୍ୟାକ୍ସିନ ଡୋଜ ଦିଆଯିବ ।
  • ଯେଉଁମାନେ ପ୍ରଥମ ଡୋଜ ପରେ କୋରୋନା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ସୁସ୍ଥ ହେବାର 3 ମାସ ପରେ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ଦିଆଯିବ ।
  • ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ, ଯାହାଙ୍କୁ ଆଇସିୟୁ କେୟାରର ଆବଶ୍ୟକତା ରହିଛି, ସେମାନଙ୍କୁ ମଧ୍ୟ 4ରୁ 8 ସପ୍ତାହ ପର୍ଯ୍ୟନ୍ତ ଭ୍ୟାକ୍ସିନର ଅପେକ୍ଷା କରିବାକୁ ପଡିବ ।
  • ଗର୍ଭବତୀଙ୍କୁ ଭ୍ୟାକ୍ସିନ ଦେବା ପାଇଁ ବିଚାର କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.