ETV Bharat / bharat

ପଞ୍ଜାବ ପୋଲିସର ମୁଖ୍ୟ ହେଲେ ଭିକେ ଭାୱରା

author img

By

Published : Jan 9, 2022, 7:30 AM IST

ପଞ୍ଜାବର ନୂଆ ପୋଲିସ ଡିଜି ହେଲେ ଭିକେ ଭାୱରା । ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଚଟ୍ଟୋପଧ୍ୟାୟଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ଅଧିକ ପଢନ୍ତୁ

ପଞ୍ଜାବର ପୋଲିସ ମୁଖ୍ୟ ହେଲେ ଭିକେ ଭାୱରା
ପଞ୍ଜାବର ପୋଲିସ ମୁଖ୍ୟ ହେଲେ ଭିକେ ଭାୱରା

ଚଣ୍ଡିଗଡ: ପଞ୍ଜାବର ନୂଆ ପୋଲିସ ଡିଜି ହେଲେ ବୀରେଶ କୁମାର ଭାୱରା । ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଭିକେ ଭାୱରାଙ୍କୁ ରାଜ୍ୟର ପୋଲିସ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି(V K Bhawra Punjab DGP) । ପଞ୍ଜାବ ହୋମ୍‌ଗାର୍ଡର ଡିଜିପି(DGP of Punjab Home Guards) ଥିବା ଭିକେ ଡିଜିପି ସିଦ୍ଧାର୍ଥ ଚଟ୍ଟୋପଧ୍ୟାୟଙ୍କ ସ୍ଥାନରେ କାର୍ଯ୍ୟ କରିବେ । ଶନିବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଭିକେ ଭାୱରା ୧୯୮୭ ବ୍ୟାଚର ଆଇପିଏସ ଅଫିସ ଅଟନ୍ତି । ଶନିବାର କାର୍ଯ୍ୟକାରୀ ଡିଜିପି ସିଦ୍ଧାର୍ଥ ଚଟ୍ଟୋପଧ୍ୟାୟଙ୍କ ଠାରୁ ଭାୱରା ଦାୟିତ୍ବ ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷାଜନିତ ତ୍ରୁଟି ପାଇଁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଚଟ୍ଟୋପଧ୍ୟାୟଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଭିକେ ଭାୱରାଙ୍କୁ ନିଯୁକ୍ତି ମିଳିଛି । ପିଏମ୍‌ଙ୍କ ସୁରକ୍ଷାରେ ଅବହେଳା ଲାଗି ତତ୍କାଳୀନ ଡିଜିପିଙ୍କୁ ଦାୟୀ କାରଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.