ETV Bharat / bharat

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଙ୍କ ପାଠ୍ୟକ୍ରମ ହେବ ଶେଷ, ଆଗେଇ ଆସିଲା ଏହି ଦେଶ

author img

By

Published : Oct 13, 2022, 10:53 PM IST

ଉଜବେକିସ୍ତାନରେ ମେଡିକାଲ ପାଠ୍ୟକ୍ରମ ଶେଷ କରିବେ ଭାରତୀୟ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ । ଉଜବେକିସ୍ତାନର ଦୂତାବାସରୁ ମିଳିଲା ସୂଚନା । ଅଧିକ ପଢ଼ନ୍ତୁ

ଉଜବେକିସ୍ତାନରେ ମେଡିକାଲ ପାଠ୍ୟକ୍ରମ ଶେଷ କରିବେ ଭାରତୀୟ ୟୁକ୍ରେନ ଫେରନ୍ତା

ହାଇଦ୍ରାବାଦ: ଉଜବେକିସ୍ତାନରୁ ଭାରତୀୟ ୟୁକ୍ରେନ ଫେରେନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲ ଖୁସି ଖବର । ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ କୋର୍ସ ସମାପ୍ତ କରିବାକୁ ସୁଯୋଗ ଦେବେ ଉଜବେକିସ୍ତାନ ସରକାର । ଏହାକୁ ନେଇ ସରକାରଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।

ଉଜବେକିସ୍ତାନର ଦୂତାବାସରୁ ଦିଲ୍‌ସୋଦ ଅଖତୋବ୍‌ ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଅନୁରୋଧରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଏହାକୁ ନେଇ ଉଜବେକିସ୍ତାନର ମେଡିକାଲ ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଚାରବିମର୍ଶ ହୋଇଥିଲା । ତେବେ ଭାରତ ସରକାରଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଛି ଉଜବେକିସ୍ତାନ ।

ଉଜବେକିସ୍ତାନର ମେଡିକାଲ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ବଜେଟ ଭିତରେ ଭାରତୀୟ ମଧ୍ୟବିତ୍ତ ପରିବାର ଛାତ୍ରଛାତ୍ରୀଙ୍କ ମେଡିକାଲ ଶିକ୍ଷା ପୂର୍ଣ୍ଣ କରାଇବାକୁ ଦାୟିତ୍ବ ନେଇଛି । ତେବେ ଏହି ସୁଯୋଗ କେବଳ ୨୦୦୦ ଭାରତୀୟ ୟୁକ୍ରେନ୍‌ ଫରେନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ମିଳିବ । ଏଠାରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚସ୍ତରର ଶିକ୍ଷା ଯୋଗାଇ ଦିଆଯିବ ବୋଲି ଉଜବେକିସ୍ତାନ ଦୂତାବାସରୁ ଦିଲ୍‌ସୋଦ ଅଖତୋବ୍‌ କହିଛନ୍ତି ।

ଛାତ୍ରଛାତ୍ରୀଙ୍କୁ MBBS ଡିଗ୍ରୀ ସହ ଗୋଟିଏ ବର୍ଷ ଇଣ୍ଟର୍ଣ୍ଣସିପ୍‌ ଅଫର୍‌ କରିଛି ଉଜବେକିସ୍ତାନ । ଏଥିପାଇଁ ଏକ ସ୍ବତନ୍ତ୍ର ସାକ୍ଷାତକାର କରାଯାଇଥିଲା । ଯେଉଁମାନେ ଏହି ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ଉଜବେକିସ୍ତାନରେ ପଢ଼ିବାକୁ ସୁଯୋଗ ମିଳିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.