ETV Bharat / bharat

ଉଡିଲାନି ଅଖିଳେଶ ଯାଦବଙ୍କ ହେଲିକପ୍ଟର, ବିଜେପିକୁ ଟାର୍ଗେଟ କଲେ SP ନେତା

author img

By

Published : Jan 28, 2022, 8:23 PM IST

ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କ ହେଲିକପ୍ଟର ଉଡିବା ହେଲା ବିଳମ୍ବ । ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ଅଖିଳେଶ ଯାଦବ। ଅଧିକ ପଢନ୍ତୁ

Akhilesh Yadav
ଅଖିଳେଶ ଯାଦବଙ୍କ ଚପର ବିଳମ୍ବ, SP ର ଲୋକପ୍ରିୟତାକୁ ଦେଖିି ଡରିଗଲା ବିଜେପି

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କ ହେଲିକପ୍ଟର ଉଡିବା ହେଲା ବିଳମ୍ବ । ଏହାକୁ ନେଇ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ଅଖିଳେଶ ଯାଦବ। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (SP)ର ଲୋକପ୍ରିୟତାକୁ ଦେଖି ବିଜେପି ଭୟ କରୁଛି । ଷଡଯନ୍ତ୍ର କରି ପ୍ରଚାରକୁ ରୋକିବା ପାଇଁ ବିଜେପି ଏଭଳି ବାହାନା କରୁଥିବା ଅଭିଯୋଗ କରିଛନ୍ତି ଅଖିଳେଶ ଯାଦବ ।

  • मेरे हैलिकॉप्टर को अभी भी बिना किसी कारण बताए दिल्ली में रोककर रखा गया है और मुज़फ़्फ़रनगर नहीं जाने दिया जा रहा है। जबकि भाजपा के एक शीर्ष नेता अभी यहाँ से उड़े हैं। हारती हुई भाजपा की ये हताशा भरी साज़िश है।

    जनता सब समझ रही है… pic.twitter.com/PFxawi0kFD

    — Akhilesh Yadav (@yadavakhilesh) January 28, 2022 " class="align-text-top noRightClick twitterSection" data=" ">

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ଉଭୟ ବିଜେପି ଓ ସମାଜବାଦୀ ପାର୍ଟି ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଳାଇଛନ୍ତି ଦଳୀୟ ପ୍ରଚାର । ଶୁକ୍ରବାର ଦିଲ୍ଲୀ ବିମାନବନ୍ଦରରୁ ଅଖିଳେଶ ଯାଦବଙ୍କ ହେଲିକପ୍ଟରକୁ ମୁଜାଫରନଗରକୁ ଉଡିବା ପାଇଁ ଦିଆଯାଇନଥିଲା। ବିନା କୌଣସି କାରଣରେ ହେଲିକପ୍ଟର ଅଟକାଇ ଦିଆଯାଇଥିବା ଅଖିଳେଶ ଯାଦବ ଟ୍ବିଟ କରିଛନ୍ତି ।

କିନ୍ତୁ ସେହି ସମୟରେ ବିଜେପିର ଜଣେ ଶୀର୍ଷସ୍ତରୀୟ ନେତାଙ୍କ ହେଲିକପ୍ଟର ଉଡିବାକୁ ଅନୁମତି ଦିଆଯାଉଛି। ତେବେ ଉତ୍ତରପ୍ରଦେଶରେ ବିଜେପି ପରାଜୟକୁ ଦେଖି ଏ ଭଳି ଷଡଯନ୍ତ୍ର କରୁଛନ୍ତି ବୋଲି ଅଖିଳେଶ ଯାଦବ କହିଛନ୍ତି। ସେପଟେ ଏହାକୁ ନେଇ ଭାରତ ସରକାରଙ୍କ ବିମାନ ଚଳାଚଳ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ବାଣିଜ୍ୟକ ବିମାନ ସେବାକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ଅଖିଳେଶ ଯାଦବଙ୍କ ଚପର ଟ୍ରାଫିକ ଓ ତେଲ ସମସ୍ୟା ଯୋଗୁଁ ବିଳମ୍ବ ହୋଇଛି। ଟ୍ରାଫିକ ଓ ତେଲ ସମସ୍ୟା ସମାଧାନ ହେବା ପରେ ତୁରନ୍ତ ଚପରକୁ ଉଡିବାକୁ ଅନୁମତି ଦିଆଯାଇଛି ବୋଲି ଦିଲ୍ଲୀ ଏୟାରପୋର୍ଟ ଅଧିକାରୀ କହିଛନ୍ତି ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରଚାର। ଅଖିଳେଶ ଯାଦବ ମୈନପୁରୀ ଜିଲ୍ଲାର କୋରହଲ ଆସନରୁ ବିଧାସନଭା ନିର୍ବାଚନ ଲଢୁଛନ୍ତି। ଆସନ୍ତା ଫେବୃୟାରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ପରେ ମାର୍ଚ୍ଚ ୧୦ରେ ଘୋଷଣା ହେବ ଫଳାଫଳ । ନିର୍ବାଚନକୁ କୋରୋନା କଟକଣା ମଧ୍ୟରେ କରିବା ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.