ETV Bharat / bharat

Israel Hamas War: ମହଙ୍ଗା ପଡ଼ିଲା ପାଲେଷ୍ଟାଇନକୁ ସମର୍ଥନ, ସସପେଣ୍ଡ୍ ହେଲେ କନେଷ୍ଚବଳ - ଉତ୍ତରପ୍ରଦେଶ ପୋଲିସ କନେଷ୍ଟବଳ ସସପେଣ୍ଡ୍

ଇସ୍ରାଇଲ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରି ଅଡୁଆରେ ଉତ୍ତରପ୍ରଦେଶ ପୋଲିସ କନେଷ୍ଟବଳ । ଚାକିରିରୁ ନିଲମ୍ବିତ ହେବା ସହ ତାଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ । ଆଗକୁ ପଢନ୍ତୁ

Israel Hamas War: ପାଲେଷ୍ଟାଇନକୁ ସମର୍ଥନ କରି ସସପେଣ୍ଡ୍ ହେଲେ ଉତ୍ତରପ୍ରଦେଶ କନେଷ୍ଚବଳ

author img

By ETV Bharat Odisha Team

Published : Oct 16, 2023, 10:38 AM IST

ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ସମର୍ଥନ କରି ଅଡୁଆରେ ଉତ୍ତରପ୍ରଦେଶ ପୋଲିସ କନେଷ୍ଟବଳ ସୁହେଲ ଅନସାରୀ । ରବିବାର ଦିନ ଚାକିରିରୁ ନିଲମ୍ବିତ ହେବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଇସ୍ରାଇଲ- ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ପାଲେଷ୍ଟାଇନ ସମର୍ଥନରେ ସୋସିଆଲ ମିଡିଆ ଏକ୍ସରେ 3 ଦିନ ପୂର୍ବେ ଏକ ପୋଷ୍ଟ କରିଥିଲେ କନେଷ୍ଟବଳ ସୁହେଲ ଅନସାରୀ ।

ଉତ୍ତରପ୍ରଦେଶ ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଇସ୍ରାଇଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ । ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ରହୁଥିବା ସୁହେଲ ଅନସାରୀ 3 ଦିନ ପୂର୍ବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଇସ୍ରାଇଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଥିଲେ । ଏହି ପୋଷ୍ଟକୁ ନେଇ ବହୁ ବିବାଦ ଦେଖାଯିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିପାରନ୍ତି ଜୋ ବାଇଡେନ

ତେବେ ଗତ ଶନିବାର ଦିନ ଆରମ୍ଭ ହୋଇଥିଲା ଇସ୍ରାଇଲ-ପାଲେଷ୍ଟାଇନ ଯୁଦ୍ଧ । ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ପ୍ରଥମେ ଇସ୍ରାଇଲ ଉପରେ ରକେଟ ମାଡ କରିଥିଲା । ଯାହାର କଡା ଜବାବ ଦେବାକୁ ଯାଇ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଇଲ । ତେବେ ଏହି ଯୁଦ୍ଧରେ ଇସ୍ରାଇଲ ଭାରତ, ଆମେରିକା, ବ୍ରିଟେନ ଭଳି ଦେଶ ସମର୍ଥନ କରିଥିବା ବେଳେ ପାଲେଷ୍ଟାଇନ ସମର୍ଥନରେ ଇରାନ, ଇରାକ, ପାକିସ୍ତାନ ଭଳି ଅନେକ ଇସଲାମ ଦେଶ ଓ ଋଷିଆ, ଚୀନ ପ୍ରମୁଖ ବାହାରିଛନ୍ତି । ତେବେ ଭାରତ ଏହି ଯୁଦ୍ଧରେ ଇସ୍ରାଇଲକୁ ସମର୍ଥନ କରୁଥିବା ବେଳେ ଭାରତର ଅନେକ ମୁସଲିମ ସଂଗଠନ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ତେବେ 10 ଦିନ ହେଲା 2 ଦେଶରେ ନିଆଁ ବର୍ଷା ହୋଇ ହୋଇଚାଲିଛି । ଆକାଶ ମାର୍ଗକୁ ଜୋରଦାର ଯୁଦ୍ଧ ଚଳାଇଛନ୍ତି ହମାସ ଓ ଇସ୍ରାଇଲ ସେନା । ତାଜା ସୂଚନା ଅନୁଯାୟୀ,ଏହି ଯୁଦ୍ଧରେ ପାଲେଷ୍ଟାଇନର 1400 ଜଣଙ୍କ ଜୀବନ ଯାଇଥିବା ବେଳେ 8583 ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ହମାସ ଆକ୍ରମଣରେ ଇସ୍ରାଇଲରେ ପାଖାପାଖି 1228 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3000 ଆହତ ହୋଇଛନ୍ତି । ତେବେ ଗାଜା ପଟ୍ଟିଙ୍କୁ ଧ୍ୱଂସ କରିବାରେ ଲାଗି ପଡିଛି ଇସ୍ରାଇଲ । ଗାଜାକୁ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିଆରକୁ ଆଣିବାକୁ ଯୁଦ୍ଧ ଜାରି ରଖିଛି ଇସ୍ରାଇଲ ସେନା ।

ଏହାମଧ୍ୟ ପଢନ୍ତୁ..ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟପ ହମାସ କମାଣ୍ଡର ନିହତ

ଅନ୍ୟପଟେ ପୋଲିସ ବିଭାଗରେ କାର୍ଯ୍ୟରତ ଥାଇ ସୁହେଲ ଅନସାରୀଙ୍କ ଏଭଳି ପୋଷ୍ଟକୁ ନେଇ ବିବାଦ ଦେଖାଯିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କିଛି ଦିନ ପୂର୍ବେ ସେ ଲଖିମପୁର ଖେରୀ ଜିଲ୍ଲାରେ କନଷ୍ଟେବଳ ବିଭାଗରେ ନିୟୋଜିତ ହେଇଥିଲେ ।

ତେବେ ଖେରୀ ଡିଏସପି ସନ୍ଦିପ ସିଂହ କହିଛନ୍ତି,"ଆଡିସନାଲ ସୁପରିଟେଣ୍ଡେଣ୍ଟ ଅଫ ପୋଲିସ ରାଙ୍କର ଜଣେ ଅଫିସର ଏହି ମାମଲାରେ ତଦନ୍ତ କରୁଛନ୍ତି । ଆପତ୍ତିଜନକ ପୋଷ୍ଟ କରିବା ସହ ତାଙ୍କ ଫେସବୁକ୍‌ ଆକାଉଣ୍ଟ୍‌ ଜରିଆରେ ପାଲେଷ୍ଟାଇନ ପାଇଁ ଡଲାର ଦାନ କରିବାକୁ ଦାବି କରିବା ପରେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.